ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗୁଣ୍ଠା ଥାନା ଅନ୍ତର୍ଗତ ପାଟରାପଲୀ ଗ୍ରାମର ନନ୍ଦ କିଶୋର ଗୌଡ ନାମକ ଜଣେ ଯୁବକ କୁ ମାମଲା ନଂ ୩୨୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଗିରଫ ଯୁବକ ଜଣକ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଠେଙ୍ଗାଧର ଗ୍ରାମ ର ସନ୍ୟାସୀ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଯାହାକି ଟଙ୍କା ନେବାର ପ୍ରମାଣ ଓ ଜମି ବିକ୍ରି ପାଇଁ ଚୁକ୍ତିନାମା କାଗଜ ପତ୍ର ପୋଲିସ ର ହସ୍ତଗତ ହୋଇଛି।
ଏହି ଭଳି ପରିସ୍ଥିତିରେ ଠକେଇର ସୀକାର ହୋଇଥିବା ସନ୍ୟାସୀ ପଣ୍ଡା ବେଲଗୁଣ୍ଠା ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇ ଅଭିଯୁକ୍ତ ଯୁବକକୁ ଉଠାଇ ଆଣି ଯେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।



