ଭୁବନେଶ୍ଵର: ରାଞ୍ଚି-ବିଜୟୱାଡା କରିଡର ୧୪୭ ନମ୍ବର ଜାତୀୟ ରାଜପଥର କଳିଙ୍ଗା ଘାଟି ରାସ୍ତାର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଗତ ୧୬ ତାରଖରେ ଲଗାଣ ବର୍ଷାରେ ବଡ ଧରଣର ଭୂସ୍ଖଳନ ଯୋଗୁଁ ଘାଟି ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା। ଜିଲ୍ଲା ପ୍ରଶାସନ ଘାଟିକୁ ସିଲ କରି ଏହାର ମରାମତି ଆରମ୍ଭ କରିଥିଲେ। ଏବେ ରାସ୍ତା ମରାମତି ଶେଷ ହୋଇଥିଲେ ମଧ୍ୟ ଦୁଇ ପାର୍ଶ୍ବରେ ଗାର୍ଡୱାଲ ନିର୍ମାଣ ହୋଇନାହିଁ। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭାରିଯାନ ଓ ବସ୍ ଚଳାଚଳ ଉପରେ କଟକଣା ଲଗାଯାଇଛି। କେବଳ ହାଲୁକା ଦୁଇ ଓ ଚାରି ଚକିଆ ଯାନ ଯିବା ଆସିବା କରୁଛି। ଭାରିଯାନ ଓ ବସ୍ ଚଳାଚଳ ପାଇଁ ଆହୁରି ଗୋଟିଏ ସପ୍ତାହ ଲାଗିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି।



