Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ
ଆଜିର ଖବର

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ
ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ଅନୁପ୍ରାଣିତ ହୋଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  ସ୍ୱଚ୍ଛତା ଏବଂ ବିଳମ୍ବିତ ମାମଲା ସମାଧାନ ଲାଗି ସ୍ୱତନ୍ତ୍ର ଅଭିଯାନ 5.0 ସମାପନ ହୋଇଯାଇଛି। 2 ଅକ୍ଟୋବର ଠାରୁ 31 ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ସ୍ୱଚ୍ଛତାର ଆନୁଷ୍ଠାନିକରଣ ଏବଂ କାର୍ଯ୍ୟାଳୟ ପରିସରଗୁଡ଼ିକର ସୌନ୍ଦର୍ଯ୍ୟକରଣ କରିବା ସହିତ ନିଷ୍ପତ୍ତି ପ୍ରକ୍ରିୟାକୁ ଅଧିକ ଦକ୍ଷ କରିବା।

 

ଏହି ଅଭିଯାନରେ 1272ଟି ବାହ୍ୟ ଅଭିଯାନ କରାଯିବା ସହିତ 2073ଟି ସ୍ଥାନ ସଫା କରାଯାଇଥିଲା। 40,381 କିଲୋଗ୍ରାମ ଇ-ବର୍ଜ୍ୟବସ୍ତୁ ସମେତ 2,62,391 ଅଦରକାରୀ ସାମଗ୍ରୀ ବିକ୍ରୟ କରାଯାଇ 1.37 କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିଲା। ମୋଟ୍‌ 77, 348 ବର୍ଗଫୁଟ୍‌ ସ୍ଥାନ ଖାଲି କରାଯାଇଥିଲା। ମୋଟ୍‌ 174 ବାହନକୁ ବିକ୍ରି କରାଯାଇଥିଲା। ରେକର୍ଡ ପରିଚାଳନା ଅଧୀନରେ, 35,281ଟି ଭୌତିକ ଫାଇଲ୍ ସମୀକ୍ଷା କରାଯାଇଥିଲା ଯାହା ମଧ୍ୟରୁ 11,389ଟି ଫାଇଲର ସମାଧାନ କରାଯାଇଥିଲା। ସେହିପରି, 1,486ଟି ଇ-ଫାଇଲ୍ ସମୀକ୍ଷା କରାଯାଇଥିଲା, ଯାହା ମଧ୍ୟରୁ 289ଟି ବନ୍ଦ କରାଯାଇଥିଲା। ଅଭିଯାନ ସମୟରେ ମୋଟ 489ଟି ସାଧାରଣ ଅଭିଯୋଗ, 121ଟି ପିଜି ଅପିଲ୍, 19ଟି ସାଂସଦ ସନ୍ଦର୍ଭ, 2ଟି ରାଜ୍ୟ ସରକାରୀ ସନ୍ଦର୍ଭ ଏବଂ 2ଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସନ୍ଦର୍ଭ ସମାଧାନ କରାଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ, ସଚିବ ସଞ୍ଜୟ ଜାଜୁ, ବରିଷ୍ଠ ଆର୍ଥିକ ପରାମର୍ଶଦାତା ତଥା ନୋଡାଲ ଅଧିକାରୀ ଆର.କେ ଜେନା ପ୍ରମୁଖ ସମ୍ପୂର୍ଣ୍ଣ ଅଭିଯାନକୁ ସମୀକ୍ଷା କରିଥିଲେ ଏବଂ ଏଥିରେ ସୁଧାର ନିମନ୍ତେ ମାର୍ଗଦର୍ଶନ କରିଥିଲେ। ଅଭିଯାନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପ୍ରସାର ଭାରତୀ ଅଧୀନରେ ଦେଶବ୍ୟାପୀ ରହିଥିବା କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଏବଂ ବିଳମ୍ବିତ ମାମଲା ସମାଧାନ ସହିତ ସାଧାରଣରେ ସଚେତନତା ସୃଷ୍ଟି କରାଯାଇଥିଲା। ସଚେତନତା ବୃଦ୍ଧି ପାଇଁ ଅଭିଯାନ ସମୟରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ପୁରୀ ବସ୍ ଷ୍ଟାଣ୍ଡରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଡକ୍ଟର ଏଲ. ମୁରୁଗନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଅଭିଯାନ ୫.୦
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025
Latest News

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.