ରଣପୁର: ନୂଆ ପୋଖରୀ ନିକଟରୁ ଜଣେ ଯୁବକର ଝୁଲନ୍ତା ମୃତଦେହ ଏକ ବର ଗଛରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ନୂଆ ପୋଖରୀ ନିକଟରେ ଥିବା ଏକ ବର ଗଛରେ ଜଣେ ଯୁବକର ମୃତ ଦେହ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏହା ପରେ ରାଜ ସୁନାଖଳା ଫାଣ୍ଡିକୁ ସେମାନେ ଖବର ଦେଇଥିଲେ।
ଖବର ପାଇ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଜାରି କରିଥିଲେ। ତେବେ ମୃତ ଯୁବକଜଣଙ୍କ ଢେଙ୍କାନାଳ ଜିଲ୍ଲା ଅନଳବେରଣି ଗ୍ରାମର ଉମାଜି ନାୟକଙ୍କ ପୁଅ ଆକାଶ ନାୟକ (୨୩) ବର୍ଷ ବୋଲି ଜଣାପଡିଛି। ସେ କିଛି ଦିନ ହେବ ଜଣେ ନାବାଳିକା ଯୁବତୀଙ୍କ ସହିତ ରାଜସୁନାଖଳାସ୍ଥିତ ହରିଜନ ସାହିରେ ରହି ଆସୁଥିଲେ। ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୁଅର ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି।



