Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୃଦ୍ଧଙ୍କ ଶବ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବ୍ରହ୍ମପୁର (କଳିଆଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଦେଓଗାଁ ଖୋଜାପଲ୍ଲୀ ରାସ୍ତା କଡ ଏକ ଜମିରୁ ଜନୈକ ବୃଦ୍ଧ ଙ୍କ ଶବ ଉଦ୍ଧାର ହୋଇଛି। ବୃଦ୍ଧ ଜଣଙ୍କ ଦେଓଗାଁର ଉମାକାନ୍ତ ପ୍ରଧାନ ବୋଲି ଜଣାପଡିଛି। ଉମାକାନ୍ତଙ୍କୁ ତକିଆରେ ଚିପି ନିକଟସ୍ଥ ଘର ମାଲିକ ହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ହୋଇଛି। ‌

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଁ ପୁଅଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଳକ ଚୁଢିଆଲାଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସ ଗୋଟିଏ ଘରୁ ମାଁ ଓ ପୁଅର ମୃତ ଦେହ ଉଦ୍ଧାର କରିଛି।

ଜରଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଁ ଦାଲି ନିଲାବେଣୀ ଓ ପୁଅ ଦାଲୀ ରିତିକର ମୃତ ଦେହ ଉଦ୍ଧାରଥିଲା। ନୀଲାବେଣୀର ଶାଶୁ ଙ୍କ ଠାରୁ ଅଭିଯୋଗ ପାଇ ଚିକିଟି ଏସ୍ ଡି ପି ଓ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ ସନ୍ଧାନୀ କୁକୁର ଓ ସାଈଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ଚିକିଟି ତହସିଲଦାର ବଳଦେବ ବେହେରାଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଯାଇଥିଲା ଘଟଣାକୁ ନେଇ ଜରଡା ଥାନାରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୁହୁଡି ରେଳ ଫାଟକ ନିକଟରୁ ନବ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରେଳ ଡିଭିଜନ କୁହୁଡି ରେଳ ଫାଟକ ନିକଟରେ ନବ ବିବାହିତା ମହିଳାଙ୍କ ମୃତ ଦେହ ଠାବ ହୋଇଛି। ନବ ବିବାହିତା ମହିଳା ଜଣଙ୍କର ନାମ ମାଣିକ ବେହେରା, ବୟସ ୩୬ ବର୍ଷ। ଘର ସୋରଣ ଟାଙ୍ଗୀ ସାହିରେ ବୋଲି ଜଣାପଡିଛି। ଗତ ୧୮ ତାରିଖରେ ସେହି ସୋରଣ ଗ୍ରାମର ବେଣା ଗାଡ଼ିଆ ଗ୍ରାମର କୁନା ବେହେରାଙ୍କୁ ଭୂଷଣ୍ଡ ପୂରର ମା’ ଉଗ୍ରତାରା ମନ୍ଦିରରେ ମାଣିକ ପ୍ରେମ ବିବାହ କରିଥିଲେ।

କୁନା ବେହେରାଙ୍କ ପରିବାର ଲୋକେ ମାଣିକଙ୍କୁ ହତ୍ୟା କରିବା ପରେ ମୃତ ଦେହକୁ ରେଳ ଲାଇନ ନିକଟରେ ଫିଙ୍ଗି ଦେଇଥିବା ମା’ ଆସାମଣୀ ବେହେରା କୁହୁଡି ଫାଣ୍ଡିରେ
ଅଭିଯୋଗ କରିଛନ୍ତି। ଖବର ପାଇ କୁହୁଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ଶ୍ୱଶୁର ଆଣିଲେ ସାଂଘାତିକ ଅଭିଯୋଗ, ପୁଅକୁ ଷଡଯନ୍ତ୍ର କରି ମାରିଲା ବୋହୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଏକ ହତ୍ୟା ଅଭିଯୋଗ ହୋଇଛି। ପୁଅକୁ ଷଡଯନ୍ତ୍ର କରି ବୋହୁ ମାରିଦେଇଥିବାର ଶ୍ୱଶୁର ଅଭିଯୋଗ କରିଛନ୍ତି। ସାନ ହନ୍ତୁଆଡ଼ ଗ୍ରାମର ଅଭିମନ୍ୟୁ ସ୍ୱାଇଁ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅ ଦୀପକ ସ୍ୱାଇଁ (୩୪) ତିନି ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ରିଙ୍କି ସ୍ୱାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଆଜି ସକାଳୁ ପୁତ୍ର ଦୀପକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ଅଭିମନ୍ୟୁ। ଦୀପକଙ୍କୁ ତାଙ୍କ ସ୍ତ୍ରୀ ରିଙ୍କି ଷଡଯନ୍ତ୍ର କରି ମାରିଦେଇଥିବାର ଅଭିଯୋଗ କରିଛନ୍ତି ଅଭିମନ୍ୟୁ।

ଖବର ପାଇ ବାଣପୁର ପୋଲିସ ଅଭିମନ୍ୟୁଙ୍କ ଘରେ ପହଞ୍ଚି ଦୀପକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅନ୍ୟପକ୍ଷେ ପୋଲିସ କେସ ନମ୍ବର ୧୧୧/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଡ ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଫେରାର

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ବଳମ ପଞ୍ଚାୟତ ଅନ୍ତର୍ଗତ ଧଳତୈଲା ଗ୍ରାମରେ ଜନୈକ ଯୁବକକୁ ମାଡ ମାରି ହତ୍ୟା କରାଯାଇଥିବା ପୋଲିସ୍ କହିଛି। ମୃତ ଯୁବକ ଜଣକ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଧଳତୈଲା ଗ୍ରାମର ଅରକ୍ଷିତ ମହାକୁଡ଼ (୩୫) ବର୍ଷ ବୋଲି ଜଣା ଯାଇଛି।

ସୂଚନା ଅନୁସାରେ ଅରକ୍ଷିତ ଗତକାଲି ପ୍ରାୟ ଅପରାହ୍ନ ୪ଟା ସମୟରେ ନିଶା ସେବନ କରି ଘରେ ଆସି ପାଟିତୁଣ୍ଡ କରୁଥିଲା। ପାଟିତୁଣ୍ଡ କରୁଥିବା ସମୟରେ ପଡୋଶୀ ବିରେନ ପ୍ରଧାନ ନାମକ ଯୁବକ ଅରକ୍ଷିତ ଘରକୁ ଯାଇ ମାଡ ମାରିବାରୁ ସେ ତଳେ ପଡି ଅଚେତ ହୋଇଯାଇଥିଲା।

ତେବେ ପରିବାର ଲୋକେ ତୁରନ୍ତ ଅରକ୍ଷିତକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନା ନେବାବେଳେ ଶକ୍ରବାର ସଂଧ୍ୟାରେ ବୁର୍ଲା ନେବା ବାଟରେ ଯୁବକର ମୃତ୍ୟୁ ହୋଇଯାଇଥିଲା।

ଏ ସମ୍ପର୍କରେ ଅରକ୍ଷିତର ସ୍ତ୍ରୀ ଭାରତୀ ମହାକୁଡ଼ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବୁର୍ଲା ଯାଇ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଭିଯୁକ୍ତ ନାଁରେ କେସ ନଂ ୧୭/୨୩ରେ ୩୦୨ଦଫାରେ ହତ୍ୟା ମାମଲା ରୁଜୁ କରିଥିବା ପୋଲିସ ପ୍ରକାଶ କରିଛି।  ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ଥିବା କିସିଣ୍ଡା ଥାନାଧିକାରୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନୁଆଁଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଖବର ହସ୍ତଗତ ହୋଇଛି।

ବ୍ରହ୍ମପୁର ପୋଲିସ ଥାନା ଅନ୍ତର୍ଗତ କ. ନୁଆଗାଁ ଚୌଧୁରୀ ଟିକରପଡା ଗ୍ରାମରେ ଘଟିଥିବା ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରିୟା ସାହୁ ହତ୍ୟା ଅଭିଯୋଗରେ ରୁବିତା ନାମକ ଜଣେ ମହିଳା ଓ ପଦ୍ମନ ସାହୁ ନାମକ ଜଣେ ଯୁବକ ସହ ଦୁଇ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଉକ୍ତ ମହିଳା ରୁବିତା ଭୁବନେଶ୍ୱରରେ ରହୁଛନ୍ତି ଓ ବେଳେ ବେଳେ ଗ୍ରାମକୁ ଆସନ୍ତି। ଏହା ମଧ୍ୟରେ ଅଭିଯୁକ୍ତ ଯୁବକ ପଦ୍ମନ ସାହୁ ସହ ଉକ୍ତ ମହିଳାଙ୍କ ଅନୈତିକ ସମ୍ପର୍କ ରହିଥିବା ମୃତ ବିଷ୍ଣୁପ୍ରିୟା ଦେଖିଥିଲା ଓ ସେ କାଳେ ଉକ୍ତ ଖବର ଗ୍ରାମରେ ପ୍ରଘଟ କରିଦେବ ଭାବି ତାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଅଭିଯୁକ୍ତ ଦ୍ବୟ ଯୋଜନା କରିଥିଲେ ଓ ଗତ ୮ ତାରିଖ ଦିନ ରୁବିତା ବିଷ୍ଣୁପ୍ରିୟାକୁ ଘରକୁ ଡ଼ାକି ନେଇ ତକିଆରେ ବିଷ୍ଣୁପ୍ରିୟାର ତଣ୍ଟି ଚିପି ଶ୍ଵାସରୁଦ୍ଧ କରି ହତ୍ୟା କରିବା ପରେ ତାକୁ ତା ପରଦିନ ପଡୋଶୀ ଘରର ପଛପଟ ବାରଣ୍ଡାରେ ପକାଇ ଦେଇଥିଲା ଓ ଭୁବନେଶ୍ବର ଚାଲିଯାଇଥିଲ।

ଗତ ୯ ତାରିଖ ଦିନ ବିଷ୍ଣୁପ୍ରିୟାର ଶବକୁ ଦେଖି ଗାଁ ଲୋକେ ଦେପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରି ଥିଲେ ଓ ପଡ଼ୋଶୀ ମହିଳା ରୁବିତା ଘରୁ ବିଷ୍ଣୁପ୍ରିୟାର ମୁଣ୍ଡ କ୍ଲିପ୍, ଚାଦର ଓ ଭଙ୍ଗା ଚୁଡ଼ି ଇତ୍ୟାଦି ପାଇବା ପରେ ଗଭୀର ତଦନ୍ତ ଚଳାଇ ଘଟଣାର ପର୍ଦ୍ଧାଫାଶ କରିଥିଲେ। ଏଥି ସହିତ ପୋଲିସ ତଦନ୍ତ ବେଳେ ଉକ୍ତ ମହିଳାଙ୍କ ଘରୁ ରକ୍ତଭିଜା ତକିଆ ଓ ଲୁଗା ପାଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝୁଲନ୍ତା ଅବସ୍ଥାରେ ବିଜେପି କର୍ମୀଙ୍କ ମୃତଦେହ ଉଦ୍ଧାର, ଟିଏମସି ଉପରେ ହତ୍ୟା ଅଭିଯୋଗ

କୋଲକାତା: ଜଣେ ବିଜିପି କର୍ମୀଙ୍କ ମୃତଦେହ ମିଳିବା ପରେ କୋଲକାତାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା କାଶିପୁର ଅଞ୍ଚଳର ଯେଉଁଠାରେ ବିଜେପି କର୍ମୀ ଅର୍ଜୁନ ଚୌରସିଆଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟିଏମସି ଉପରେ ହତ୍ୟା ଅଭିଯୋଗ କରିଛି। ଏଥିସହ କୋଲକାତାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ଵାଗତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

କୋଲକାତା ବିଜେପି ସଭାପତି କଲ୍ୟାଣ ଚୌବେ ନିଶ୍ଚିତ କରିଛନ୍ତି ଯେ, ବିଜେପି ଯୁବା ମୋର୍ଚ୍ଚା ଉପାଧ୍ୟକ୍ଷ ଅର୍ଜୁଲ ଚୌରାସିଆଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ସେ ଦାବି କରିଛନ୍ତି ଯେ, ଗତକାଲି ରାତିରେ ଏହି ଆକ୍ରମଣ ହୋଇଛି। କାରଣ ତାଙ୍କ ନେତୃତ୍ୱରେ ୨୦୦ ବାଇକ୍ ରାଲି ଆୟୋଜନ କରିବାକୁ ଯୋଜନା ହୋଇଥିଲା ​​ଏବଂ ସେ ବହୁତ ଦକ୍ଷ ଥିଲେ। ହେଲେ ଘୋଷ ବାଗାନ ରେଳ ପ୍ରାଙ୍ଗଣରେ ତାଙ୍କର ମୃତଦେହ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଗୃହମନ୍ତ୍ରୀ ଅମିତ ଶାହା କୋଲକାତା ଗସ୍ତ କରିବାକୁ ଯାଉଥିଲେ। ଏହି ଘଟଣା ପରେ ତାଙ୍କର ସ୍ଵାଗତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏଥିସହ ବିଜେପି କର୍ମୀ ଅର୍ଜୁନ ଚୌରାସିଆଙ୍କ ଶରୀରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀଙ୍କ ମଧ୍ୟରେ କ୍ରୋଧ, ଅସନ୍ତୋଷ ସ୍ପଷ୍ଟ ଦେଖାଯାଉଛି। ଏହି ଅଞ୍ଚଳରେ ପୋଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ୬ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ

ନୂଆଦିଲ୍ଲୀ: ପିଲିଭୀତ ଜିଲ୍ଲାର ବରଖେଡା ଅଞ୍ଚଳରେ ପାଠ ପଢିବାକୁ ଯାଇଥିବା ୧୬ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ପଚରାଉଚରା କରୁଛି।

ପୋଲିସ ଅଧୀକ୍ଷକ ଦୀନେଶ କୁମାର ପି କହିଛନ୍ତି ଯେ, ବରଖେଡା ପୋଲିସ ଷ୍ଟେସନ ଅଞ୍ଚଳର ଛାତ୍ରୀଜଣଙ୍କ ଶନିବାର ଦିନ ସକାଳେ ପାଠ ପଢିବା ପାଇଁ ଘରୁ ବାହାରିଥିଲେ। ଯେତେବେଳେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ, ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ତାଙ୍କୁ ଅପହରଣ କରିବାର ସମ୍ଭାବନା ବ୍ୟକ୍ତ କରିଥିଲେ। ଖୋଜାଖୋଜି ବେଳେ ବିଳମ୍ବିତ ରାତିରେ ଗାଁ ନିକଟରେ ଅବସ୍ଥିତ ଏକ ଆଖୁ କ୍ଷେତରେ ପୋଲିସ ନାବାଳିକାଙ୍କ ମୃତଦେହ ଜବତ କରିଥିଲା।

ତେବେ ନାବାଳିକା ଜଣଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଦିଆଯାଇଥିବା ଅଭିଯୋଗରେ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଝିଅର ଦେହରେ ଅନେକ ସ୍ଥାନରେ ଆଘାତ ଲାଗିଛି। ତାଙ୍କ ପାଟିରେ ଏକ କପଡା ଭର୍ତ୍ତି କରାଯାଇଛି। ଏହା ସହିତ ତାଙ୍କ ବହି, ବ୍ୟାଗ, ସାଇକେଲ ଏବଂ ଜୋତା ଦୂରରୁ ଉଦ୍ଧାର କରାଯାଇଛି।

ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ଘଟଣାସ୍ଥଳରୁ ଚାରି ବୋତଲ ବିୟର, ସ୍ନାକ୍ସ ଏବଂ ସିଗାରେଟ ଖଣ୍ଡ ମଧ୍ୟ ଉଦ୍ଧାର କରାଯାଇଛି। ଗଣଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରାଯାଇଥିବା ନେଇ ପରିବାର ସଦସ୍ୟ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ଗଣଦୁଷ୍କର୍ମ, ହତ୍ୟା ଏବଂ ପୋକସୋ ଆକ୍ଟରରେ ମାମଲା ରୁଜୁ କରିଛି। ମୃତଦେହକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଧବା ମହିଳାକୁ ହତ୍ୟା ଅଭିଯୋଗ: ଜଣେ ନାବାଳକ ସମେତ ୪ ଅଟକ, ଠେଙ୍ଗା ଓ ପନିକି ଜବବ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଗତକାଲି ରାତିରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ଜନୈକା ବିଧବା ମହିଳାକୁ ହତ୍ୟା କରାଯାଇଥିବା ପୋଲିସ୍ କହିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ବଡବାହାଳ ପଂଚାୟତ ଲଇଣ୍ଡାମାଳ ମୁଣ୍ଡାପଡ଼ାର ବିଧବା ମହିଳାକୁ ରାତି ୧୦ ଟାରୁ ୧୧ଟା ମଧ୍ୟରେ ଜଣେ ନାବାଳକ ସମେତ ୪ ଜଣ ପନିକି ଓ ଠେଙ୍ଗା ସାହାଯ୍ୟରେ ବନିତାକୁ ହତ୍ୟା କରାଯାଇଛି। ଏକ ପ୍ରେମ ବିବାହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ମୃତ ବିଧବା ମହିଳା ବନିତାର ଭାଇ ଗ୍ରାମର ହରି ମିର୍ଦ୍ଧାର ଝିଅକୁ ପ୍ରେମକରି ବିବାହ ହୋଇଥିଲେ। ଏହାକୁ ନେଇ ପୂର୍ବରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଗତକାଲି ସଂଧ୍ୟାରେ ମଧ୍ୟ ଗଣ୍ଡଗୋଳ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗତ କାଲି ରାତିରେ ହରି ମିର୍ଦ୍ଧା ତାର ନାବାଳକ ପୁଅ ସମେତ ଅନ୍ୟ ୨ ସହଯୋଗୀ ସହ ୪ ଜଣ ମିଶି ବିଧବା ମହିଳାକୁ ଘର ଭିତରେ ହିଁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚି ୪ ଜଣଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ କୁ ଡ଼କାଯାଇଥିବା ସୂଚନା ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ଦିନ ନିଖୋଜ ପରେ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସାନଖଇରମାଲ ଖିତି ଗଉଡ଼ଙ୍କ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ଗତ ୪ ତାରିଖ ଦିନ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି।

ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ (୪୨) ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ (୧୭) ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନସାରି ଘରୁ ପଦାକୁ ଚାଲି ଆସିଥିଲେ। ଘରକୁ ଫେରିବାରେ ଅତ୍ୟଧିକ ବିଳମ୍ବ ହେବା ଯୋଗୁଁ, ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା।

ନିଖୋଜ ହେବାର ୨୪ ଘଣ୍ଟା ପରେ, ପରିବାର ଲୋକେ ଗତକାଲି କର୍ଲାପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ପୂର୍ବାହ୍ନ ୯ ଟା ସମୟରେ ସାନଖଇରମାଲ ଗ୍ରାମର ଜନୈକ ଗ୍ରାମବାସୀ, ଗ୍ରାମ ନିକଟରେ ନିର୍ମାଣ କରାଯାଉଥିବା ପୋଖରୀ କାମ ତଦାରଖ ପାଇଁ ଯିବା ସମୟରେ ଦୁର୍ଗନ୍ଧ ଅନୁସରଣ କରି ପୋଖରୀ ନିକଟରେ ଥିବା ଖାତରେ ଅଜଣା ବ୍ୟକ୍ତିର ଶବ ଦେଖିବାକୁ ପାଇଥିଲେ।

ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ, ଗ୍ରାମବାସୀ ଏହା ନିଖୋଜ ସୁଦାମ ଗଉଡ଼ ବୋଲି ଜାଣିବାକୁ ପାଇଥିଲେ। ଗ୍ରାମବାସୀ ତୁରନ୍ତ କର୍ଲାପଡ଼ା ଫାଣ୍ଡିରେ ଏହା ସମ୍ପର୍କରେ ସୂଚନା ଦେବାପରେ, ଭବାନୀପାଟଣା ସଦରଥାନା ଅଧିକାରୀ ପ୍ରଦୀପ ଧରୁଆ କେଶ ନମ୍ବର ୧୫୧/୨୦୨୧ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସନ୍ଧାନୀ କୁକୁର ନଥିବା ଯୋଗୁଁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁରୋଧ କ୍ରମେ ରାୟଗଡା ଜିଲ୍ଲାରୁ ସନ୍ଧାନୀ କୁକୁର ଅଣାଯାଇ ତଦନ୍ତ ଜାରି ରଖିଛନ୍ତି।

ତେବେ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଗତକାଲି ରାତିରେ କିଛି ବ୍ୟକ୍ତି ସାନଖଇରମାଲ ଗାଁରେ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ଭାଙ୍ଗି ଦେବା ଓ ବିଜୁଳି ଟ୍ରାନ୍ସଫର୍ମରରେ ତାର ପକାଇ ଫ୍ୟୁଜ କରିଦେଇଥିଲେ। ଏଣୁ ଏହି ଘଟଣା ଆହୁରି ରହସ୍ୟମୟ ହେବା ସହିତ କେହି ଜାଣି ଶୁଣି ଏଭଳି କରି, ଶବଟିକୁ ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି। ଶବ ଟିକୁ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଗଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଇନ୍ଦ୍ରାବତୀ କେନାଲରୁ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମତୁଆଲଗୁଡା ନିକଟରେ ଇନ୍ଦ୍ରାବତୀ କେନାଲ ରେ ଜଣେ ଯୁବକର ଶବ ଭାସୁଥିବାର ଖବର ପାଇଁ ବଡକୁଟ୍ରୁ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଥିବା ଜଣାପଡିଛି।

ଶନିବାର ରାତିରେ ମୁଖିଗୁଡା ଠାରେ ପରିବାର ସହ ରହୁଥିବା ସୀମାଂଚଳ ମହାପାତ୍ର ସାନ ଭାଇ ସହ ବ୍ୟବସାୟ କାର୍ଯ୍ୟରେ ବଡକର୍ଲାକୋଟ ଯାଇ ରାତିରେ ଫେରିନଥିଲେ। ଏସଂପର୍କରେ ପରିବାର ଲୋକେ ଚିନ୍ତିତ ଥିବା ବେଳେ ବଡକୁଟ୍ରୁ ପୋଲିସ ପକ୍ଷରୁ ଶବ ଉଦ୍ଧାର ବିଷୟ ଜାଣିପାରି ସୀମାଂଚଳ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଚିହ୍ନଟ କରିଥିଲେ। ରାତିରେ ପ୍ରାୟ ନଅଟା ସମୟରେ ବିଲମ୍ବ ହେତୁ ଘରକୁ ଯାଇନପାରୁ ଜୟପାଟଣାରେ ରହିଯାଉଥିବା ଫୋନ କରିଥିବା ପରିବାର ଲୋକ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ବଡକର୍ଲାକୋଟ ଠାରୁ ଜୟପାଟଣା ରାସ୍ତାରେ ପୁଳାପୁଳା ରକ୍ତ ପଡିଥିବା ଦେଖି ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାର ଛାନଭିନ କରି ସେଠାରୁ ସୀମାଂଚଲର ଡଟପେନ, ବେଙ୍କ କାଗଜାତ ଇତ୍ୟାଦି ସମେତ ରକ୍ତଲଗା କଟୁରୀ ପୋଲିସ ନଜରକୁ ଆସିଥିବା ପ୍ରକାଶ। ସୀମାଂଚଳକୁ ସେଠାରେ ହତ୍ୟା କରାଯାଇ ସୁଦୂର କେନାଲ ରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ସୀମାଂଚଳର ବାଇକ କୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି।

ଏହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ୟୁଡି କେଶ ନଂ.୮/୨୦୨୧ ରେ ଏକ କେଶ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା କେଉଟ ସାହିରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ହୁମ୍ମା ବଡ଼ସାହି ଗ୍ରାମର ଦଣ୍ଡପାଣି ବିଶ୍ୱାଳ। ଦଣ୍ଡପାଣି ଗତକାଲି ରାତିରେ ଶୌଚ ହେବାକୁ ଯାଇ ଆଉ ଘରକୁ ଯାଇ ଫେରିନଥିଲେ। ଆଜି ସକାଳେ ତାଙ୍କ ମୃତଦେହ କେଉଟ ସାହି ନିକଟରେ ପଡିଥିବା ଏବଂ ମୃତଦେହ ନିକଟରେ ଭଙ୍ଗା ଇଟା, କାଠ ଫାଳିଆ ପଡିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ଓ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି। ପୋଲିସ ପକ୍ଷରୁ ଏନେଇ ଛାନଭିନ୍ ଜାରୀ ରହିଛି। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ

ସୀତାରମ ଅଗ୍ରୱାଲ

ବାଲୁଗାଁ: ଶାଶୁ ଶ୍ୱଶୁର ଏବଂ ସ୍ୱାମୀ ମିଶି  ବୋହୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ମୃତକ ମହିଳାଙ୍କ ପିତା ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ବବି ରାଉତ ୭ ବର୍ଷ ପୂର୍ବେ ବେଲପଡା ଗ୍ରାମର କୃଷ୍ଣ ରାଉତଙ୍କୁ ବିବାହ କରିଥିଲେ। ବବିଙ୍କ ଦୁଇ ପୁଅ ଝିଅ ଥିବାବେଳେ ସଦାବେଳେ ତାଙ୍କୁ ତାଙ୍କ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ମାରଧାର କରୁଥିଲେ। ଏପରିକି ବବିଙ୍କ ଶାଶୁ ଏଵଂ ଶ୍ୱଶୁର ତାଙ୍କୁ ଜୀବନରୁ ମାରିଦେଇ ସ୍ୱାମୀ କୃଷ୍ଣଙ୍କୁ ଅନ୍ୟତ୍ର ବିବାହ କରାଇବାକୁ ମଧ୍ୟ ଧମକ ଦେଉଥିଲେ।

ଏ କଥା ଶୁଣି ନିକଟରେ ବବିଙ୍କ ପିତା ପ୍ରମୋଦ ଗ୍ରାମର କେତେଜଣ ଭଦ୍ର ବ୍ୟକ୍ତିଙ୍କୁ ନେଇ ବବିଙ୍କ ଶ୍ୱଶୁର ଘରକୁ ଯାଇ ବୁଝାସୁଝା କରି ଘଟଣାର ସମାଧାନ କରି ଆସିଥିଲେ।

ତେବେ ଗତକାଲି ରାତିରେ ବବିଙ୍କ ଶାଶୁ, ଶ୍ୱଶୁର, ସ୍ୱାମୀ ଏବଂ ତାଙ୍କ ଧରମ ପୁଅ ମିଶିକରି ବବିଙ୍କ ଦେହରେ କିରୋସିନି ଢାଳି ଜାଳିଦେଇଥିବାର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରମୋଦ। ପରବର୍ତ୍ତୀ ସମୟରେ କିଏ କାଳେ ସନ୍ଦେହ କରିବ ସେ ଭୟରେ ଉଭୟ ଶାଶୁ ଶ୍ୱଶୁର ବବିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଇଥିବାବେଳେ ଡାକ୍ତର ତାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରିତ କରିଥିଲେ।

ତେବେ ଆଜି ସକାଳେ ବବିଙ୍କ କଟକରେ ମୃତ୍ୟୁ ଘଟିଥିଲା। ଅଭିଯୋଗ ପାଇ ବାଲୁଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବାବେଳେ ବର୍ତ୍ତମାନ ଖବର ଲେଖାହେଲା ପର୍ଯ୍ୟନ୍ତ ବବିଙ୍କ ମୃତଦେହ ଗ୍ରାମରେ ପଡିରହିଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଦିନ ପୂର୍ବରୁ ମଧ୍ୟ ହୋଇଥିଲା ହତ୍ୟା ଉଦ୍ୟମ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଲେ। ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଡିପାଟଣା ସାହିରେ ଏଭଳି ଏକ ଆଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ, ନୟାଗଡ ଜିଲା ଚଂପାଗଡ ଗ୍ରାମର ରୀନା ପ୍ରଧାନଙ୍କ ସହ ଟାଙ୍ଗୀ ଗୋଡି ପାଟଣା ସାହିର ସନ୍ତୋଷ ବିଶ୍ୱାଳଙ୍କ ସହ ଗତ ୧୫ ବର୍ଷ ତଳେ ବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥିଲା। ଏହା ପରେ ରୀନା ଓ ସନ୍ତୋଷଙ୍କର ୨ ଟି ପୁତ୍ର ସନ୍ତାନ ମଧ୍ୟ ହୋଇଥିଲେ।

ପରିବାର ଚଳାଇବାରେ ଆର୍ଥୀକ ସମସ୍ୟା ଦେଖାଦେବାରୁ ସନ୍ତୋଷ ରୋଜଗାର ଲାଗି ସୂରାଟ ପଳାଇଥିଲେ। ଏହା ପରେ ସନ୍ତୋଷଙ୍କ ପରିବାର ଲୋକେ ରୀନାଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ। ଗତ ୨ ଦିନ ତଳେ ରୀନାଙ୍କୁ ଜୀବନରେ ମାରି ଦେବା ପାଇଁ ବିଷ ପିଆଇ ଦେଇଥିବା ବେଳେ ରୀନା ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେବେ ଗତ କାଲି ରାତିରେ ରୀନାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ରୀନାଙ୍କ ବାପ ଘର ଲୋକେ। ଅଭିଯୋଗ ପରେ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଚଳାଇଛି। ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର

୬ ବର୍ଷୀୟ ଝିଅକୁ ହତ୍ୟା ଅଭିଯୋଗ: ମୃତ ଶରୀର ମଧ୍ୟରୁ ଫୁସଫୁସ ଗାଏବ୍

କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬ ବର୍ଷୀୟ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ହେଲେ ସେହି ଝିଅଟିର ମୃତ ଦେହରୁ ଫୁସଫୁସ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ରାତିରେ ଝିଅଟି କିଛି ବାଣ କିଣିବା ପାଇଁ ଦୋକାନକୁ ଯାଇଥିଲା। ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ। ପରେ ଝିଅଟିର ମୃତଦେହ କାଳୀ ମନ୍ଦିର ନିକଟ ବୁଦା ଭିତରୁ ମିଳିଥିଲା।

ଏନେଇ ଝିଅର ବାପା ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଝିଅଟି କିଛି ବଣୁଆ ଜନ୍ତୁ ଦ୍ୱାରା ଶିକାର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏସପି (ଗ୍ରାମୀଣ) ବ୍ରିଜେଶ ଶ୍ରୀବାସ୍ତବ କହିଛନ୍ତି ଯେ ଶିଶୁର ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏହି ଘଟଣା ଉପରେ ସବୁ ଦିଗରୁ ଘଟଣାର ତଦନ୍ତ କରାଯାଉଛି। ହତ୍ୟାକାଣ୍ଡକୁ ନେଇ ଉକ୍ତ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ସେଥିପାଇଁ ପୋଲିସ ପକ୍ଷରୁ ଗାଁରେ ପୋଲିସ ମୂତୟନ କରାଯାଇଛି।