ବାଣପୁର: ଶ୍ୱଶୁର ଆଣିଲେ ସାଂଘାତିକ ଅଭିଯୋଗ, ପୁଅକୁ ଷଡଯନ୍ତ୍ର କରି ମାରିଲା ବୋହୁ

Published: Mar 14, 2023, 8:04 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଏକ ହତ୍ୟା ଅଭିଯୋଗ ହୋଇଛି। ପୁଅକୁ ଷଡଯନ୍ତ୍ର କରି ବୋହୁ ମାରିଦେଇଥିବାର ଶ୍ୱଶୁର ଅଭିଯୋଗ କରିଛନ୍ତି। ସାନ ହନ୍ତୁଆଡ଼ ଗ୍ରାମର ଅଭିମନ୍ୟୁ ସ୍ୱାଇଁ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅ ଦୀପକ ସ୍ୱାଇଁ (୩୪) ତିନି ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ରିଙ୍କି ସ୍ୱାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଆଜି ସକାଳୁ ପୁତ୍ର ଦୀପକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ଅଭିମନ୍ୟୁ। ଦୀପକଙ୍କୁ ତାଙ୍କ ସ୍ତ୍ରୀ ରିଙ୍କି ଷଡଯନ୍ତ୍ର କରି ମାରିଦେଇଥିବାର ଅଭିଯୋଗ କରିଛନ୍ତି ଅଭିମନ୍ୟୁ।

ଖବର ପାଇ ବାଣପୁର ପୋଲିସ ଅଭିମନ୍ୟୁଙ୍କ ଘରେ ପହଞ୍ଚି ଦୀପକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅନ୍ୟପକ୍ଷେ ପୋଲିସ କେସ ନମ୍ବର ୧୧୧/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Related posts