କୁଚିଣ୍ଡା: ପ୍ରେମିକ ଘରେ ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କୁଚିଣ୍ଡାର ଗୋବିନ୍ଦପୁର ଥାନା ଗଡ଼ପୋଷ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ପ୍ରେମିକ ଜଣାଇଥିବା ସୂଚନା ମିଳିଛି।
ତେବେ ଯୁବତୀଙ୍କ ଶରୀରରେ ଦାଗ ଥିବା ଦେଖି ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ପରିବାରର ଅଭିଯୋଗ ଆଧାରରେ ଗୋବିନ୍ଦପୁର ପୁଲିସ ମୃତ ଯୁବତୀଙ୍କ ପ୍ରେମିକଙ୍କୁ ଗିରଫ କରିଛି।
ମୃତ୍ୟୁର ପ୍ରକୃତ କାରଣ କ’ଣ ଏବଂ ଘଟଣା ପଛରେ ହତ୍ୟା ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହର ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ।


