ଇନ୍ଦ୍ରାବତୀ କେନାଲରୁ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published: Apr 5, 2021, 9:18 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମତୁଆଲଗୁଡା ନିକଟରେ ଇନ୍ଦ୍ରାବତୀ କେନାଲ ରେ ଜଣେ ଯୁବକର ଶବ ଭାସୁଥିବାର ଖବର ପାଇଁ ବଡକୁଟ୍ରୁ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଥିବା ଜଣାପଡିଛି।

ଶନିବାର ରାତିରେ ମୁଖିଗୁଡା ଠାରେ ପରିବାର ସହ ରହୁଥିବା ସୀମାଂଚଳ ମହାପାତ୍ର ସାନ ଭାଇ ସହ ବ୍ୟବସାୟ କାର୍ଯ୍ୟରେ ବଡକର୍ଲାକୋଟ ଯାଇ ରାତିରେ ଫେରିନଥିଲେ। ଏସଂପର୍କରେ ପରିବାର ଲୋକେ ଚିନ୍ତିତ ଥିବା ବେଳେ ବଡକୁଟ୍ରୁ ପୋଲିସ ପକ୍ଷରୁ ଶବ ଉଦ୍ଧାର ବିଷୟ ଜାଣିପାରି ସୀମାଂଚଳ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଚିହ୍ନଟ କରିଥିଲେ। ରାତିରେ ପ୍ରାୟ ନଅଟା ସମୟରେ ବିଲମ୍ବ ହେତୁ ଘରକୁ ଯାଇନପାରୁ ଜୟପାଟଣାରେ ରହିଯାଉଥିବା ଫୋନ କରିଥିବା ପରିବାର ଲୋକ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ବଡକର୍ଲାକୋଟ ଠାରୁ ଜୟପାଟଣା ରାସ୍ତାରେ ପୁଳାପୁଳା ରକ୍ତ ପଡିଥିବା ଦେଖି ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାର ଛାନଭିନ କରି ସେଠାରୁ ସୀମାଂଚଲର ଡଟପେନ, ବେଙ୍କ କାଗଜାତ ଇତ୍ୟାଦି ସମେତ ରକ୍ତଲଗା କଟୁରୀ ପୋଲିସ ନଜରକୁ ଆସିଥିବା ପ୍ରକାଶ। ସୀମାଂଚଳକୁ ସେଠାରେ ହତ୍ୟା କରାଯାଇ ସୁଦୂର କେନାଲ ରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ସୀମାଂଚଳର ବାଇକ କୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି।

ଏହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ୟୁଡି କେଶ ନଂ.୮/୨୦୨୧ ରେ ଏକ କେଶ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ପ୍ରକାଶ।

Related posts