Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦
ଆଜିର ଖବର

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦
ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

ନୂଆଦିଲ୍ଲୀ: କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ଅଧିନସ୍ଥ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ), ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୪.୦ ଆରମ୍ଭ କରିଛି, ଯାହା ୧ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ। ପେନସନଭୋଗୀଙ୍କ ଡିଜିଟାଲ ସଶକ୍ତୀକରଣ ଲାଗି ସରକାରଙ୍କ ଦୃଷ୍ଟିକୋଣ ଅନୁସାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଏକ ସଂପୂର୍ଣ୍ଣ ପହଞ୍ଚ ନୀତି ଗ୍ରହଣ କରି ଦେଶର ୨,୦୦୦ ସହର ଓ ଟାଉନରେ ଆୟୋଜନ ହେଉଛି। ବିଭିନ୍ନ ଅଂଶୀଦାରଙ୍କୁ ଏକତ୍ର କରିବା ପୂର୍ବକ ଏକ ସମଗ୍ର ସରକାରୀ ଆଭିମୁଖ୍ୟ ଗ୍ରହଣ କରି ଏହି ଅଭିଯାନ ଏକାଧିକ ଡିଜିଟାଲ ପଦ୍ଧତି ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦେବାକୁ ପେନସନଭୋଗୀଙ୍କୁ ସୁବିଧା ପ୍ରଦାନ କରୁଛି।

ପେନସନଭୋଗୀଙ୍କ ପାଇଁ “ସହଜ ଜୀବନଯାପନ”କୁ ପ୍ରୋତ୍ସାହିତ କରିବା ପାଇଁ, ବିଭାଗ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଆଧାର-ଭିତ୍ତିକ ମୁଖ ସତ୍ୟାପନ ପ୍ରଯୁକ୍ତିବିଦ୍ୟା (ଫେସ୍ ଅଥେଣ୍ଟିକେସନ୍ ଟେକନଲୋଜୀ)ର ବ୍ୟବହାରକୁ ପ୍ରୋତ୍ସାହିତ କରିଚାଲିଛି, ଯାହା ଦ୍ଵାରା ପେନସନଭୋଗୀମାନେ ଘରେ ବସି ସ୍ମାର୍ଟଫୋନ୍ ବ୍ୟବହାର କରି ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଡାକ ବିଭାଗ) ଅତି ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ପେନସନଭୋଗୀମାନଙ୍କୁ ସେମାନଙ୍କ ଘରକୁ ଯାଇ ଡିଏଲସି ସେବା ପ୍ରଦାନ କରିଥିଲା । ସେହିପରି ବ୍ୟାଙ୍କ, ପେନସନଭୋଗୀ ସଂଘ ଏବଂ କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ ସଚେତନତା ଶିବିର ଆୟୋଜନ କରିଥିଲେ ଏବଂ ସେସବୁ ସ୍ଥାନରେ ସହାୟତା ପ୍ରଦାନ କରିଥିଲେ।

୨୦୨୨ ଅଭିଯାନରେ ୧.୪୧ କୋଟିରୁ ଅଧିକ ଡିଏଲସି ସୃଷ୍ଟି ହୋଇଥିଲା, ଯେଉଁଥିରେ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ପକ୍ଷରୁ ୪୨ ଲକ୍ଷ ଡିଏଲସି ଦାଖଲ କରାଯାଇଥିଲା। ଦେଶର ୧୦୦ଟି ସ୍ଥାନରେ ଆୟୋଜିତ ୨୦୨୩ ସଂସ୍କରଣରେ ୧.୪୭ କୋଟି ଡିଏଲସି ସହିତ ଏହି ଗତିକୁ ଆହୁରି ମଜବୁତ କରାଯାଇଥିଲା, ଯାହା ମଧ୍ୟରୁ ୪୫ ଲକ୍ଷ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ପକ୍ଷରୁ କରାଯାଇଥିଲା। ୨୦୨୪ରେ ଆୟୋଜିତ ଡିଏଲସି ୩.୦ ସମୟରେ, ୧.୬୨ କୋଟିରୁ ଅଧିକ ଡିଏଲସି ସୃଷ୍ଟି ହୋଇଥିଲା, ଯେଉଁଥିରେ ଫେସ୍ ଅଥେଣ୍ଟିକେସନ୍ ମାଧ୍ୟମରେ ୫୦ ଲକ୍ଷ ଆବେଦନ କରାଯାଇଥିଲା। ଏବେ ଜାରି ରହିଥିବା ଡିଏଲସି ୪.୦ (୨୦୨୫)ର ପ୍ରାରମ୍ଭିକ ରିପୋର୍ଟ ରେକର୍ଡ ସଂଖ୍ୟକ ପେନସନଭୋଗୀଙ୍କ ଅଂଶଗ୍ରହଣକୁ ସୂଚୀତ କରୁଛି। ବ୍ୟାଙ୍କ, ଆଇପିପିବି, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ସିଜିଡିଏ, ରେଳବାଇ ଏବଂ ପେନସନଭୋଗୀ କଲ୍ୟାଣ ସଂଘଗୁଡ଼ିକର ମିଳିତ ପ୍ରୟାସ ମାଧ୍ୟମରେ ଏଥର ୨ କୋଟି ଡିଏଲସି ହାସଲ କରିବାର ଲକ୍ଷ୍ୟ ରହିଛି।

ଏହି ଅଭିଯାନର ଅଂଶ ସ୍ୱରୂପ, ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗର ଉପସଚିବ ସିଦ୍ଧେଶ୍ୱର ଚକ୍ରବର୍ତ୍ତୀ, ୪ ନଭେମ୍ବର ୨୦୨୫ରେ ଓଡ଼ିଶାର ବାଲେଶ୍ୱର ସହରରେ ଥିବା ଡିଏଲସି କ୍ୟାମ୍ପ ପରିଦର୍ଶନ କରି ଡିଜିଟାଲ୍ ସେବା ଗ୍ରହଣ କରୁଥିବା ପେନସନଭୋଗୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗର ଅଧିକାରୀଗଣ, ଷ୍ଟେଟ ବ୍ୟାଙ୍କର ଏଜିଏମ ପଦ୍ମନ ପ୍ରଧାନ, ଆଇପିପିବିର ଆଞ୍ଚଳିକ ମୁଖ୍ୟ ମୁରଲୀଧର ସାହୁ, ପେନସନଭୋଗୀ ସଂଘର ସଭାପତି କୈଳାସ ଚନ୍ଦ୍ର ମଲ୍ଲିକ ଯୋଗଦେଇ ପେନସନଭୋଗୀମାନଙ୍କୁ ଡିଜିଟାଲ ଲାଇଫ ସାର୍ଟିଫିକେଟର ଲାଭ ବିଷୟରେ ସଚେତନ କରିଥିଲେ। ଏହା ସହିତ ସେମାନେ  ଫେସ ଅଥେଣ୍ଟିକେସନ ମାଧ୍ୟମରେ ନିଜ ନିଜର ଡିଏଲସି ସୃଷ୍ଟି କରିବାରେ ପେନସନଭୋଗୀମାନଙ୍କୁ ସହାୟତା କରିଥିଲେ ଏବଂ ସେମାନଙ୍କୁ ଏହି ପ୍ରକ୍ରିୟା ବିଷୟରେ ବତାଇଥିଲେ। ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବାଲେଶ୍ୱର ମୁଖ୍ୟ ଶାଖା, ମୋତିଗଞ୍ଜ, ଓଟି ରୋଡ୍, ପ୍ରୋଫ୍ ରୋଡ୍, କଲେଜ ରୋଡ୍ ଶାଖାରେ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ଜିପିଓରେ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଅନେକ ପେନସନଭୋଗୀ ଅଂଶଗ୍ରହଣ କରିଥିଲେ।

ଏହି ଅଭିଯାନ ସଂପର୍କରେ ଦୂରଦର୍ଶନ, ଅଲ୍ ଇଣ୍ଡିଆ ରେଡିଓ, ପିଆଇବି ରିଲିଜ୍ ଏବଂ ସୋସିଆଲ-ମିଡିଆ ପ୍ରସାରଣ ମାଧ୍ୟମରେ ବ୍ୟାପକ ପ୍ରସାରଣ କରାଯାଇଥିଲା, ଯାହାକି ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ଉପରେ ସଚେତନତାକୁ ଆହୁରି ସୁଦୃଢ଼ କରିଥିଲା। ଏନଆଇସି ଡିଏଲସି ପୋର୍ଟାଲ ମାଧ୍ୟମରେ ଦୈନିକ ପ୍ରଗତି ଟ୍ରାକ୍ କରାଯାଇଥିଲା, ଯାହା ଫଳରେ ବ୍ୟାଙ୍କ ଏବଂ ବିଭାଗଗୁଡ଼ିକ ପ୍ରକୃତ ସମୟରେ ସୃଷ୍ଟି ହୋଇଥିବା ଡିଏଲସି ପରିସଂଖ୍ୟାନର ତଦାରଖ କରିପାରିଥିଲେ।

ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ପରି ପ୍ରଯୁକ୍ତିଚାଳିତ ସଂସ୍କାର ମାଧ୍ୟମରେ ପେନସନଭୋଗୀଙ୍କ ଜୀବନଯାପନରେ ସହଜତା ଏବଂ ସେମାନଙ୍କ ଡିଜିଟାଲ ସଶକ୍ତୀକରଣ ଲାଗି ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପ୍ରତିବଦ୍ଧ।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025
Latest News

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.