କଟକ: କଟକ ବାଲିଯାତ୍ରା ପଡିଆରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ପାରମ୍ପରିକ ନୌକା ପ୍ରସ୍ତୁତ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି କଳାକୃତୀରେ ସେ ୧୨ ହଜାର ଗୁଆ, ୫୦୦ ନଡିଆ, ୧୧ ଶହ ଦୀପ ବ୍ୟବହାର କରିଛନ୍ତି। ଓଡିଶାର ସମୃଦ୍ଧ ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟ କ୍ଷେତ୍ରରେ ଏହା ତାଙ୍କର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଇଛି। ୱାର୍ଲ୍ଡ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆ ଦ୍ୱାରା ସେ ଏହି ପ୍ରମାଣପତ୍ର ପାଇଛନ୍ତି।



