Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବାଲୁକା କଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ସଂସଦଭବନର ସେଣ୍ଟ୍ରାଲ ହଲରେ ତାଙ୍କୁ ଶପଥପାଠ କରାଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମଣା।ସେ ଶପଥ ପାଠ ନେବା ପରେ ସାରା ଦେଶରେ ଆନନ୍ଦନର ଲହରୀ ଖେଳିଯାଇଛି। କାରଣ ସେ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଛନ୍ତି।

ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବେଶୀ ଖୁସି ହୋଇଛନ୍ତି ଓଡିଶାର ଜନ ସାଧାରଣ। କାରଣ ସେ ହେଉଛନ୍ତି ଓଡିଶାର ଝିଅ। ସେହି ଖୁସିକୁ ନିଜ କଳାମାଧ୍ୟମରେ ବାଣ୍ଟିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକା କଳା।

ଏହି କଳାରେ ସୁଦର୍ଶନ ଦ୍ରୌପଦୀ ମୁର୍ମୁ ଶପଥ ନେବା ବେଳେ ଯେଉଁ ପ୍ରକାରର ଶାଢୀ ପିନ୍ଧିଛନ୍ତି ସେହି ଶାଢୀରେ ତାଙ୍କର ଏକ ଅବିକଳ କଳା ନିର୍ମାଣ କରିଛନ୍ତି। ଏଥିସହିତ ତାଙ୍କ ପାଖରେ କରିଛନ୍ତି ରାଷ୍ଟ୍ରପତି ଭବନର ଏକ ପ୍ରତୀକାତ୍ମକ ସ୍ଥାପତ୍ୟ। ଏହାର ତଳେ ଇଂରାଜୀରେ ଲେଖିଛନ୍ତି A Historic Day For Nation.

ପୂର୍ବରୁ ସୁଦର୍ଶନ ଦ୍ରୌପଦୀଙ୍କ ଉପରେ ଆଉ ଏକ କଳା ମଧ୍ୟ କରିଥିଲେ। ସେ ଯେଉଁଦିନ ବିଜୟଲଭା କରିଥିଲେ ସେଦିନ ମଧ୍ୟ ସେ ପୁରୀ ବେଳା ଭୂମିରେ ବାଲୁକା କଳା କରିଥିଲେ। ସେହି କଳା ମାଧ୍ୟମରେ ସେ ଦ୍ରୌପଦୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ସୁଦର୍ଶନଙ୍କ ଏହି କଳା ବର୍ତ୍ତମାନ ପୁରୀ ବେଳାଭୂମିର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ହନୁମାନ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ମାନସ ସାହୁ ବାଲୁକା କଳା

ପୁରୀ: ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କ କଳା ସ୍ଥାପତ୍ୟ ମାଧ୍ୟମରେ “ହନୁମାନ ଜୟନ୍ତୀ” ଏବଂ “ଓଡିଆ ନୂଆ ବର୍ଷ” ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ଲାଇଟ୍ ହାଉସ୍ ନିକଟ ଗୋଲ୍ଡେନ୍ ବିଚ୍ ଠାରେ ସେ ପ୍ରଭୁ ହନୁମାନଙ୍କ ଏକ ସଙ୍କଟମୟ ଏବଂ ଚମତ୍କାର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି। କରୋନା ଭାଇରସ୍ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସେ ସମଗ୍ର ବିଶ୍ୱର ସୁସ୍ଥତା ପାଇଁ ତାଙ୍କର ହୃଦୟକୁ ପ୍ରାର୍ଥନା କରନ୍ତି।

ମାନସ ସାହୁଙ୍କ ବାଲୁକା ମୂର୍ତ୍ତି ୧୭ ଫୁଟ ଚଉଡା ଯେଉଁଥିରେ ପ୍ରାୟ ୧୨ ଟନ୍ ବାଲି ବ୍ୟବହାର କରାଯାଇଛି। ସେ ଏହି ବାଲୁକା ସ୍ଥାପତ୍ୟ କରିବାକୁ ପ୍ରାୟ ୭ ଘଣ୍ଟା ସମୟ ନେଇଥିଲେ। ସେ ତାଙ୍କ ବାଲୁକା କଳା ମାଧ୍ୟମରେ ହନୁମାନ ଜୟନ୍ତୀ ଏବଂ ଓଡିଆ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପଖାଳ ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ: ଆଜି ପଖାଳ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଏଥିରେ ସେ ବାଲୁକାରେ କଂସା ବେଲାରେ ପଖାଳ, ଶୁଖୁଆ ଭଜା, ବଡି, ବଡିଚୁରା ପ୍ରଭୃତି ଖାଦ୍ୟ ନିର୍ମାଣ କରିଛନ୍ତି। ସେହିପରି ଏକ ବଡ କଦଳୀ ପତ୍ରରେ ଏହି ସବୁ ଖାଦ୍ୟକୁ ରଖି ପଖାଳ ଦିବସ ଉପଲକ୍ଷେ ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ଓଡିଆ ଘରର ଚିତା ଉପରେ ଓଡିଆ ଖାଦ୍ୟକୁ ନେଇ ଏହି ବାଲୁକା କଳା ବେଶ ଆକର୍ଷଣୀୟ ଦେଖା ଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱର ଛୋଟ କାଠ ଓ ପଥର ଗଣେଶ ମୂର୍ତ୍ତି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ବିଶ୍ୱର ଛୋଟ କାଠ ଓ ପଥରରେ ଗଣେଶ ମହାପ୍ରଭୁଙ୍କ ମୂର୍ତ୍ତି ତିଆରି କରିଛନ୍ତି। କାଠରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ୬ଏମ୍‌ଏମ୍‌, ୧ ସିଏମ୍‌, ପଥରରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ୩ ଏମ୍‌ଏମ୍‌, ୫ ଏମ୍‌ଏମ୍ ଓ ୧ ସିଏମ୍। ଏହା ବ୍ୟତୀତ ଜଳ ପ୍ରଦୂଷଣ ରୋକିବା ନେଇ ସଚେତନ କରିବାକୁ ସ୍ପଟିକ୍‌ରେ ଦୁଇଟଇ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ପୂର୍ବରୁ ୟୁନିଭରସାଲ୍ କଲମ ବୁକ୍ ଅଫ୍ ରେକର୍ଡ଼ସରେ ୧.୯ ଇଞ୍ଚ କାଠରେ ନିର୍ମିତ ଗଣେଶ ମୂର୍ତ୍ତି ରହିଥିଲା। ସେ ବର୍ତ୍ତମାନ ନିଜ ରେକର୍ଡ଼କୁ ନିଜେ ଭାଙ୍ଗିଛନ୍ତି।