Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ
ଆଜିର ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ

November 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ
ଆଜି ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡ ଗସ୍ତରେ ଯିବେ ଏବଂ ଉତ୍ତରାଖଣ୍ଡ ଗଠନର ରଜତ ଜୟନ୍ତୀ ଉପଲକ୍ଷେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକଟିକଟ ଉନ୍ମୋଚନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୮,୧୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ସେ ୯୩୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ଏବଂ ୭,୨୧୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ପାନୀୟଜଳ, ଜଳସେଚନ, ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡ଼ା ଏବଂ କୌଶଳ ବିକାଶ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏମ ଫସଲବୀମା ଯୋଜନାରେ ୨୮,୦୦୦ରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଭାବେ ୬୨ କୋଟି ଟଙ୍କା ପଠାଇବେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ଅମୃତ ଯୋଜନାରେ ଡେରାଡୁନର ୨୩ଟି ଜୋନକୁ ଜଳଯୋଗାଣ, ପିଥୋରାଗଡ଼ ଜିଲ୍ଲାରେ ବୈଦ୍ୟୁତିକ ସବଷ୍ଟେସନ,, ସରକାରୀ କୋଠାରେ ସୌରଶକ୍ତି ପ୍ଲାଣ୍ଟ, ନୈନିତାଲର ହଲଦ୍ୱାନୀ ଷ୍ଟାଡିୟମରେ ଆଷ୍ଟ୍ରୋଟର୍ଫ ହକି ଗ୍ରାଉଣ୍ଡ ଇତ୍ୟାଦି ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ଦୁଇଟି ହାଇଡ୍ରୋ-ସେକ୍ଟର ସମ୍ପର୍କିତ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ- ସଙ୍ଗ୍ ଡ୍ୟାମ ପାନୀୟ ଜଳ ପ୍ରକଳ୍ପ ଯାହାକି ଡେରାଡୁନକୁ ଦୈନିକ ୧୫୦ ଏମଏଲଡି (ଦୈନିକ ମିଲିଅନ ଲିଟର) ଯୋଗାଣ କରିବ ଏବଂ ନୈନିତାଲର ଜମାରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପ, ଯାହାକି ପାନୀୟ ଜଳଯୋଗାଣ, ଜଳସେଚନ ଓ ବୈଦ୍ୟୁତିକ ଶକ୍ତି ସୃଷ୍ଟି କରିବ । ଶିଳାନ୍ୟାସ ହେବାକୁ ଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅଛି ବୈଦ୍ୟୁତିକ ସବଷ୍ଟେସନ, ଚମ୍ପାୱତରେ ମହିଳା କ୍ରୀଡ଼ା କଲେଜ ପ୍ରତିଷ୍ଠା, ନୈନିତାଲରେ ସ୍ୱଦେଶୀ ପ୍ରଯୁକ୍ତିରେ ହେବାକୁ ଥିବା ଡାଏରୀ ପ୍ଲାଣ୍ଟ ।

ଉତ୍ତରାଖଣ୍ଡ ଡେରାଡୁନ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026
Latest News

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.