Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କବି ଶଙ୍କର ପରିଡ଼ାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ‘ସଂଗଠନ ଓ ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ପାଇଁ ସ୍ମରଣୀୟ ରହିବେ’
ଆଜିର ଖବର

କବି ଶଙ୍କର ପରିଡ଼ାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ‘ସଂଗଠନ ଓ ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ପାଇଁ ସ୍ମରଣୀୟ ରହିବେ’

November 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କବି ଶଙ୍କର ପରିଡ଼ା
କବି ଶଙ୍କର ପରିଡ଼ାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ‘ସଂଗଠନ ଓ ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ପାଇଁ ସ୍ମରଣୀୟ ରହିବେ’

ଭୁବନେଶ୍ୱର: ରାଜନୀତିରେ ମୂଲ୍ୟବୋଧ ଓ ସ୍ୱଚ୍ଛତା ସାଙ୍ଗକୁ ସାହିତ୍ୟରେ ଯୁବଲେଖକମାନଙ୍କୁ ପ୍ରେରଣା ଦେବାରେ ରାଜନେତା ତଥା କବି ଶଙ୍କର ପରିଡ଼ା ସ୍ମରଣୀୟ ରହିବେ । ଆଜି ଗୀତଗୋବିନ୍ଦ ସଦନରେ ସ୍ୱର୍ଗୀୟ ପରିଡ଼ାଙ୍କ ଏକାଦଶାହ ଅବସରରେ ଆୟୋଜିତ ଶୋକସଭାରେ ତାଙ୍କ ଉଦ୍ଦେଶ୍ୟରେ ବକ୍ତାମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଓଡ଼ିଆ ଯୁବଲେଖକ ସମ୍ମେଳନ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ଶୋକସଭାରେ ପ୍ରସିଦ୍ଧ କବି ତଥା ସମ୍ମେଳନର ପ୍ରାକ୍ତନ ସଭାପତି ଶ୍ରୀ ଅମରେଶ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟରେ ନିଶା ନିବାରଣର ପ୍ରମୁଖ କର୍ଣ୍ଣଧାର ତଥା ପୂର୍ବତନ ବିଧାୟକ ଶ୍ରୀ ପଦ୍ମଚରଣ ନାୟକ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତି୍ରପାଠୀ ଉପସ୍ଥିତ ରହି ସ୍ୱର୍ଗୀୟ ପରିଡ଼ାଙ୍କ କୃତି ଓ କୃତିତ୍ୱ ନେଇ ବକ୍ତବ୍ୟ ରଖିଥିଲେ ।

ସ୍ୱର୍ଗୀୟ ପରିଡ଼ାଙ୍କ ଫଟୋଚିତ୍ରରେ ସମସ୍ତଙ୍କ ଶ୍ରଦ୍ଧାସୁମନ ଅର୍ପଣ ପରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଯୁବଲେଖକ ସମ୍ମେଳନର ସାଧାରଣ ସଂପାଦକ ଶ୍ରୀ ବନୋଜ ତ୍ରିପାଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନେତା ତଥା କବି-ଲେଖକ-ସଂପାଦକବୃନ୍ଦ ନିଜ ନିଜ ବକ୍ତବ୍ୟରେ ସ୍ୱର୍ଗୀୟ ପରିଡ଼ାଙ୍କ ଅନନ୍ୟ ଇଚ୍ଛାଶକ୍ତି, ସାଂଗଠନିକ ଦକ୍ଷତା, ଭାଷା ଆନ୍ଦୋଳନ ତଥା ପଞ୍ଚାୟତିରାଜ ଆନ୍ଦୋଳନରେ ତାଙ୍କର ଭୂମିକା ଏବଂ ସାରସ୍ୱତ ଅବଦାନ ଉପରେ ଆଲୋକପାତ କରିଥିଲେ ।

ସଜ୍ଜନ ଶର୍ମା, ରକ୍ଷକ ନାୟକ, ସରୋଜ ବଳ, ଶରତ କୁମାର ନାୟକ, ଉମାକାନ୍ତ ରାଉତ (ଅରୂପ), ଦିଲ୍ଲୀପ ଶତପଥୀ, ସୂର୍ଯ୍ୟ ରଥ, ଅଶୋକ ପୁହାଣ, ସୁବୋଧ କାନୁନଗୋ, ଦେବପ୍ରସାଦ ପରିଜା, ଶ୍ୟାମପ୍ରକାଶ ସେନାପତି, ପ୍ରଫୁଲ୍ଲ ଚକ୍ର, ଚିନ୍ମୟୀ ଷଡ଼ଙ୍ଗୀ, ରମଣ ଅଗ୍ରୱାଲ, ଶ୍ୟାମାକିଙ୍କର ମହାନ୍ତି, ପିନାକୀ ମିଶ୍ର, ନିରୁପମା ରଥ, ଜୟଶ୍ରୀ ପଟ୍ଟନାୟକ, ପ୍ରମୋଦ ପ୍ରଧାନ, ସଞ୍ଜୁଲତା ମହାନ୍ତି ପଟ୍ଟନାୟକ, ସନ୍ନ୍ୟାସୀ ନାୟକ, ବିପିନ ମହାନ୍ତି, ପି୍ରୟରଞ୍ଜନ ସାହୁ, ମିହିର କୁମାର ସାହୁ, ଅରୁଣ ଜେନା, ଅରୁଣ କୁମାର ସାହୁ, ଭବାନୀ ପ୍ରସାଦ ମିଶ୍ର, ଅମୀୟ ରଞ୍ଜନ ମହାପାତ୍ର, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଶକୁନ୍ତଳା ଓଝା, ସୂର୍ଯ୍ୟ ଦେଓ, ଶତ୍ରୁଜିତ, ବୀରେନ୍ଦ୍ର ମହାନ୍ତି, ମାଧବାନନ୍ଦ ବେଉରା, ମାଧବ ମିଶ୍ର, ପ୍ରଜ୍ଞା ପାରମିତା ଲେଙ୍କା, ରଜନୀ ରଣସିଂହ, ସୁଷମା ଦାସ, ମନୋରଞ୍ଜନ ପାଣିଗ୍ରାହୀ, ଦୁର୍ଗା ଚରଣ ଷଡ଼ଙ୍ଗୀ, ତପନ ରଥ, ଅକ୍ଷୟ ବେହେରା, ପ୍ରମୋଦ ସାମନ୍ତରାୟ,ସୁଧୀର ମଉଡ଼ମଣି, ମିିନତୀ ଦାସ, ବିଜୟିନୀ ପଣ୍ଡା ଓ ପଲ୍ଲବୀ ଦାସ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶେଷରେ ସମ୍ମେଳନର ପୂର୍ବତନ ସଂପାଦକ ସୂର୍ଯ୍ୟ ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରତି ବର୍ଷ ଶଙ୍କରଙ୍କ ସ୍ମୃତିରେ ଏକ ସ୍ମାରକ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା ।

କବି ଶଙ୍କର ପରିଡ଼ା ବ୍ରଜ କିଶୋର ତ୍ରିପାଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026
Latest News

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.