ଭୁବନେଶ୍ବର: ଆଜି ପୁରୀ ଜିଲ୍ଲା ବାଲିପୁଟ ପଞ୍ଚାୟତ ଅନ୍ତର୍ଗତ ମାର୍କଣ୍ଡପୁର ସ୍ଥିତ ବରିଷ୍ଠ ବିଜେପି ନେତା ଓ କବି ଶଙ୍କର ପରିଡାଙ୍କ ଏକାଦଶାହ ପାଳିତ ହୋଇଯାଇଛି। ଏଥିରେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇଥିଲେ। ତାଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସାକ୍ଷାତ କରିଛନ୍ତି।
ଏ ନେଇ ଶ୍ରୀ ହରିଚନ୍ଦନ ତାଙ୍କର ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି ଯେ. ବିଜେପି ନେତା ତଥା ମୋ ଘନିଷ୍ଠ ବନ୍ଧୁ ସ୍ବର୍ଗତ ଶଙ୍କର୍ଷଣ ପରିଡ଼ାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସ୍ମୃତିଚ଼ାରଣ କଲି। ତାଙ୍କ ବିୟୋଗ ବ୍ୟକ୍ତିଗତ ଭାବେ ମୋତେ ବ୍ୟଥିତ କରିଛି।ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ଯେଉଁ ପାରଦର୍ଶିତା ଓ ଅଙ୍ଗୀକାରବଦ୍ଧତା ଦେଖାଇଛନ୍ତି,ତାହା ଚ଼ିରକାଳ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବେ।ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।
ଏହି ଅବସରରେ ପୁରୀ ଜିଲ୍ଲା ଭାଜପା ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ତରାଇ, ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ସ୍ଥାନୀୟ ସରପଞ୍ଚ,ସମିତିସଭ୍ୟ ଓ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମରଣିକା “ଅମ୍ଲାନ ସ୍ମୃତିରେଣୁ” କୁ ମନ୍ତ୍ରୀ ଉନ୍ମୋଚିତ କରିଥିଲେ।


