ନୂଆଦିଲ୍ଲୀ: ଭାରତରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ଜନସାଧାରଣ ଏବଂ ନେତୃତ୍ୱକୁ ହୃଦୟରୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହି ଅବଶେଷ ଶାନ୍ତି, କରୁଣା ଏବଂ ସୌହାର୍ଦ୍ଦ୍ୟର ଚିରନ୍ତନ ବାର୍ତ୍ତାର ପ୍ରତୀକ। “ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମ ଦୁଇ ରାଷ୍ଟ୍ରର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ମଧ୍ୟରେ ଏକ ପବିତ୍ର ସଂଯୋଗ,’’ ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:
“ଭାରତରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନର ଜନସାଧାରଣ ଏବଂ ନେତୃତ୍ୱକୁ ହୃଦୟରୁ ପ୍ରଶଂସା କରୁଛି।
ଏହି ଅବଶେଷ ଶାନ୍ତି, କରୁଣା ଏବଂ ସୌହାର୍ଦ୍ଦ୍ୟର କାଳଜୟୀ ବାର୍ତ୍ତାର ପ୍ରତୀକ। ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମ ଦୁଇ ରାଷ୍ଟ୍ରର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ମଧ୍ୟରେ ଏକ ପବିତ୍ର ସଂଯୋଗ।”


