ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ରୋଗ ପ୍ରତିରୋଧ ପାଇଁ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ଶୀତଦିନେ ଅଧିକ ଧୂଳି ଓ ପୁଷ୍ପରେଣୁ ଉଡୁଥିବାରୁ ଶ୍ୱାସ, ଇନଫ୍ଲୁଏଞ୍ଜା ହେବ, ମାକ୍ସ ପିନ୍ଧନ୍ତୁ,ପୁରାଶରୀରକୁ ଘୋଡାଇ ରଖନ୍ତୁ, ସଫା ରଖନ୍ତୁ ସୋରିଷ ତେଲ କିମ୍ବା ଗୁଳୁଚି ତେଲ ମାଲିସ୍ କରନ୍ତୁ। ଫଳରେ ଚର୍ମରୋଗ ଓ ଥଣ୍ଡା ହେବନାହିଁ। ଗରମ ଲୁଗା, ଟୋପି ପିନ୍ଧନ୍ତୁ। ସଜ ଶାଗ, ପରିବା, ଫଳ, ଉଷ୍ଣଜଳ ଓ ଖାଦ୍ୟ ସେବନ କରନ୍ତୁ। କୋଷ୍ଠକାଠିନ୍ୟ, ଅର୍ଶ ହେବନାହିଁ। ସବୁ ଶିରା ଧମନୀ ସଙ୍କୁଚିତ ହୋଇ ହୃଦଘାତ, ଗଣ୍ଠିବାତ ଭୟ ଥାଏ ନିଜକୁ ଶୀତରୁ ରକ୍ଷା କରନ୍ତୁ। ରକ୍ତଚାପ ଅଳ୍ପ ଅଧିକ ରହିବ ଭୟକରନ୍ତୁ ନାହିଁ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ ଶିବିରର ପରିଚାଳନାରେ ସମାଜସେବୀ ଡି. ଶ୍ରୀନିବାସ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରରେ ଅନୁଷ୍ଠିତ ହେଉଛି ଏହାର ସୁଯୋଗ ନିଅନ୍ତୁ ବୋଲି
ଡ଼l. ନକୁଳ ସାହୁ କହିଛନ୍ତି।


