Categories
ଆଞ୍ଚଳିକ

ବ୍ରହ୍ମପୁରରେ ଶ୍ରୀ ଜଗନ୍ନାଥ ପରିକ୍ରମା ଅର୍ପଣ ରଥଯାତ୍ରା କାର୍ଯ୍ୟକ୍ରମ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଗାମୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥଂକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ସାରା ରାଜ୍ୟରେ ଚାଲିଥିବା ଗୁଆ ଚାଉଳ ସଂଗ୍ରହ କାର୍ଯ୍ୟକ୍ରମ ରେଶମ ନଗରୀ ବ୍ରହ୍ମପୁର ସହରରେ ବହୁ ଆଡମ୍ବର ସହକାରେ ଚାଲିଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ଓ।ର୍ଡ ନଂ ୨୪ ରେ ଉକ୍ତ କାର୍ଯ୍ୟକ୍ରମକୁ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ପୁଜା ଅର୍ଚ୍ଚନା ସମେତ ଅର୍ପଣ ରଥ ସହିତ ଅଞ୍ଚଳ ପରିକ୍ରମା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ, କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ଭକ୍ତ ଗଣ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ କିଶୋରୀ ମେଳା ଜରିଆରେ ମୁଖ୍ୟମନ୍ତ୍ରୀ ସମ୍ପୁର୍ଣ୍ଣ ପୃଷ୍ଟି ଯୋଜନା “ସୋପାନ” କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଆଜି ବ୍ରହ୍ମପୁର ସହର ସାନବଜାର ନିକଟସ୍ଥ କବିସୂର୍ଯ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଡିପିଓ କଲ୍ୟାଣୀ ପାଢୀଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ କର୍ପୋରେଟର ଟି କିଶୋର,”ସକ୍ଷୀ” କେନ୍ଦ୍ର ଆଇନ ସହାୟିକା ସ୍ନେହମୟୀ ପାଢ଼ୀ ପ୍ରମୁଖ ଯୋଗଦାନ କରି କିଶୋରୀ ବାଳିକା ମାନଙ୍କର ଶାରୀରିକ କ୍ଷମତା ବ୍ରୁଦ୍ଦି ପାଇଁ ପ୍ରୁଷ୍ଟିକର ଖାଦ୍ୟ ର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କର “ସୋପାନ” ଯୋଜନା ଅନ୍ତର୍ଭୁକ୍ତ ରହିଛି। ଏହାର ସୁବିଧା ସମସ୍ତ କିଶୋରୀ ବାଳିକା ପାଇପାରିବେ ବୋଲି ଉପସ୍ଥିତ ଅତିଥି ମାନେ ମତଦାନ କରିଥିଲେ। ଅଞ୍ଚଳର ଅଙ୍ଗନବାଡ଼ି ପରିଦର୍ଶକଙ୍କ ସମେତ ବହୁ କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ
ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ପୋଲିସର ଚଢ଼ାଉ, ଲକ୍ଷ ଲକ୍ଷ ଟଙ୍କାର ନକଲି ଜିନିଷ ଜବତ୍

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଆଗରୁ ଘିଅ, ସାବୁନ, ସସ୍, ପନିର ଆଚାର ଓ ଗୁଟଖା ଭଳି ବହୁ ଖାଦ୍ୟ ପଦାର୍ଥର ନକଲି ସାମଗ୍ରୀର କାରବାରକୁ ପୋଲିସ ଚଢ଼ାଉ କରି ଜବତ କରିବା ସହ ନକଲି ଜିନିଷ ପ୍ରସ୍ତୁତକର୍ତ୍ତା ଓ ବ୍ୟବସାୟୀଙ୍କୁ ଗିରଫ କରିବାର ପ୍ରମାଣ ରହିଛି। କିନ୍ତୁ ବର୍ତ୍ତମାନ ବହୁ ବଡ଼ ବଡ଼ କମ୍ପାନୀର ପ୍ରସାଧନ ସାମଗ୍ରୀର ନକଲି କାରବାର ବିଷୟରେ ହିନ୍ଦୁସ୍ଥାନ ଲିଭର୍ କମ୍ପାନୀ ପକ୍ଷରୁ ଅଭିଯୋଗ ପାଇଛି।

ଏହା ପରେ ବଡ଼ବଜାର ଥାନା ପୋଲିସ ଓ ଟାଉନ ଥାନା ପୋଲିସ ପକ୍ଷରୁ ଏକକାଳିନ ଖାଷ୍କା ସାହିସ୍ଥିତ ଓମ୍ ଓମ୍ ଷ୍ଟୋର ଓ ସାଇ ଷ୍ଟୋର ସହ ଟାଉନଥାନା ଅନ୍ତର୍ଗତ ଭାପୁର ବଜାର ମନପସନ୍ଦ ଓ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ V2 ମଲ୍ ରେ ଚଢ଼ାଉ କରି ଲାକମେ, ଆଇକନିକ୍ କମ୍ପାନୀ ର କାଜଲ୍, ଲାଇନର୍, କଣ୍ଡସନର୍, ଫାଉଣ୍ଡେସନର୍ ଓ ଲାଇନେର୍ ଭଳି ବିଭିନ୍ନ ପ୍ରସାଧନ ସାମଗ୍ରୀ ଜବତ କରିଛି। ଯାହାର ମୁଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖଲ୍ଲିକୋଟ: କମେଣ୍ଟ୍ ମରାକୁ କେନ୍ଦ୍ରକରି ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସାମ୍ନାରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ହେଉଥିବା ସୂଚନା ମିଳିଛି। ଖବର ପାଇ ଟାଉନ ଥାନା ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରୁଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ସିଆରପିସି ଧାରା ୪୧ ଅନୁଯାୟୀ ପୋଲିସ ଜାମିନରେ ଛାଡିଛି।

ଖବରରୁ ପ୍ରକାଶ ଯେ କମେଣ୍ଟ୍ ମରାକୁ କେନ୍ଦ୍ରକରି ୩ ଜଣ ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଗଣ୍ଡଗୋଳ ଘଟି ରାସ୍ତା ଅବରୋଧ ହୋଇଥିଲା। ଏହିଭଳି ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଧାକୃଷ୍ଣ ହୋଷ୍ଟେଲ୍ ରେ ରହୁଥିବା ଜଣେ ଯୁବକ ଲାଞ୍ଜିପଲି ଅଞ୍ଚଳର ଜଣେ ଯୁବକ ଓ ଗଜପତି ଜିଲ୍ଲାର ଜଣେ ଯୁବକକୁ ଉଠେଇ ଆଣି ଘଟଣାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

କରୁଣା ଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ଶାନ୍ତି ଦିବସ ପାଳନ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋବିନ୍ଦ ନଗର ସ୍ଥିତ କରୁଣା ଶାନ୍ତି ବିଜ୍ଞାନ ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡଃ ରଶ୍ମିତା ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରକାଶ ମହାରଣା ସଂଯୋଜନା କରିଥିଲେ ଓ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଗଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ସକ୍ରିୟ ହେଲେ ରେଶମ ନଗରୀ ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ

ବ୍ରହ୍ମପୁର ( କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଛନ୍ତି। ସୁଚନା ଅନୁଯାୟୀ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ମୁଖ୍ୟ ରାସ୍ତାରେ ଅବସ୍ଥିତ ଅଜିତ କମ୍ପ୍ୟୁଟର ନାମରେ ଏକ ଦୋକାନରୁ ଲୁଟେରା ମାନେ ଦୋକାନର ଶୌଚାଳୟ ଝରକା ଭାଙ୍ଗି ଦୋକାନ ଭିତରେ ପଶି ଦୋକାନରେ ମହଜୁଦ ଥିବା ବିଭିନ୍ନ ନାମିଦାମୀ କମ୍ପାନୀର ପ୍ରାୟ ୨୦ ଟି ଲାପଟପ୍, ସିସିଟିଭି କ୍ୟାମେରା, ମୋଡମ୍ ଡିଭିଆର୍ ଓ ବିଭିନ୍ନ ଯନ୍ତ୍ରାଂଶ ଚୋରି କରିଥିବା ଜଣାପଡିଛି।

ଏହି ଘଟଣା ଶନିବାର ରାତିରେ ଘଟିଥିବା ବେଳେ ଦୋକାନ ମାଲିକ ଅଜିତ ମିଶ୍ର ରବିବାର ଦିନ ଜାଣିବା ପରେ ଟାଉନ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୩୭୦/୨୩ ଅନୁଯାୟୀ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚୋରି ହୋଇଥିବା ଜିନିଷର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମାଲିକ ଅଜିତ ମିଶ୍ର ଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

କ୍ରାନ୍ତି ଓଡ଼ିଶା ପକ୍ଷରୁ ମାଁ ତୁଝେ ସାଲାମ୍ ୨୦୨୩ ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁର ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କ୍ରାନ୍ତି ଓଡ଼ିଶା ପକ୍ଷରୁ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ସ୍ବାଧୀନତା ଦିବସ ଅବସରରେ ମାଁ ତୁଝେ ସାଲାମ୍ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ପ୍ରଥମେ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ,ବିହନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ପୁର୍ବତନ ମେୟର ଶିବଶଙ୍କର ଦାସ, ଏସ୍ ଏମ୍ ଆଇ ଟି ସଭାପତି ଭଗବାନ ଗନ୍ତାୟତ, ବରିଷ୍ଠ ସମାଜସେବୀ ସୁଧୀର ସାବତ ,ଶିକ୍ଷାବିତ ଧର୍ମେନ୍ଦ୍ର ପାଢୀ, ସୁଶାନ୍ତ ସାବତ,ଆଶା ଦାସ ଓ ବନ୍ଦିତା ତ୍ରିପାଠୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ବାଧୀନତା ଦିବସର ମହତ୍ଵ ବୁଝାଇଥିଲେ ଓ ସମାଜସେବାରେ ଆଗେଇ ଆସିବା ପାଇଁ ଦିଗଦର୍ଶନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୪୦ ଟି ସ୍କୁଲର ପ୍ରତିଯୋଗୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।କୁନି କୁନି ପିଲାଙ୍କ ଦ୍ଵାରା ପରିବେଷିତ ଦେଶାତ୍ମବୋଧକ ସଙ୍ଗୀତ ମାଁ ତୁଝେ ସାଲାମ୍ ସଙ୍ଗୀତ ଓ ନ୍ରୁତ୍ୟ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହି ଥିଲା। ଇତ୍ୟବସରରେ ୧୨୦୦ ଛାତ୍ରଛାତ୍ରୀମାନଙ୍କୁ ଅତିଥି ଗଣଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ଦେବାନନ୍ଦ ଦାସ ଉଦଘୋଷକ କାର୍ଯ୍ୟକ୍ରମ ତୁଲାଇଥିଲେ ଓ ନିର୍ମଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ରୋଡ୍ ସ୍ଥିତ ବାସଗୃହରେ ଅଗ୍ନିକାଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଲୋଚାପଡା ରୋଡ୍ ଦୁରଦର୍ଶନ କେନ୍ଦ୍ର ନିକଟରେ ପ୍ରଭାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଞ୍ଚଳ ବାସିନ୍ଦା ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ଓ କୌଣସି କ୍ଷୟକ୍ଷତିର ଆକଳନ ହୋଇନାହିଁ।

Categories
ଧର୍ମ ବିଶେଷ ଖବର

ମହାମାରୀ ସମୟରେ ବୁଢ଼ୀ ଠାକୁରାଣୀ ଯାତ୍ରା: ତର୍କ ନୁହେଁ ସତର୍କର ସମୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ର ଆୟୋଜନ ଆଜି ମହାମାରୀ ଆଇନ ଓ ନୀତିନିୟମ ଅନୁଶାସନ ଭିତରେ ପାଳନ କରାଯିବା ପାଇଁ ପ୍ରଶାସନ ଯେତେ ପ୍ରକାର କଠୋର ହେଲେ ମଧ୍ୟ ସାଂପ୍ରତିକ ସମୟରେ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ସମାଗମ ସୀମିତ ରହିବା ନିହାତି ଜୁରରୀ।

ମାଆ ଠାକୁରାଣୀ ସାଆନ୍ତାଣୀ ତାଙ୍କ ବାପଘରକୁ ଆସିବା ପାଇଁ ବିଧି ରହିଛି। ତେଣୁ ଦେଶୀବେହେରା ସାହିରେ ମାଆଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ହୁଏ। ଅତି ନିଷ୍ଠା ଓ ସମର୍ପଣ ଭାବଦେଇ ପୂଜାର୍ଚ୍ଚନା ପରମ୍ପରାକୁ ମହାମାରୀ ଅଟକାଇ ଦେଇପାରିନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଚାପରେ ରହିଲେ ମଧ୍ୟ ମାଆ ଆସିବେ ଅସ୍ଥାୟୀ ମଣ୍ଡପକୁ; ପ୍ରାୟତଃ ପ୍ରସ୍ତୁତି ଚୂଡ଼ାନ୍ତ। ଏଭଳି ପରିସ୍ଥିତିରେ ଦୈନିକ ରାଜ୍ୟର ମହାମାରୀ ସମ୍ବନ୍ଧରେ ଆସୁଥିବା ସାଂଘାତିକ ଖବର ଚିନ୍ତା ମଧ୍ୟ ବଢ଼ାଇ ଚାଲିଛି।

ନୀତିନିୟମ ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ସମାନ ମା’ ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା କେବଳ ମଣ୍ଡପରେ କରାଯାଇ ସାଧାରଣ ଭକ୍ତ ଦର୍ଶନକୁ ପୁନଃବିଚାର କରିବା ପାଇଁ ବୋଧହୁଏ ସମୟ ବାଧ୍ୟ କରିବ। ମା’ଙ୍କ ଯାତ୍ରା ଆସନ୍ତା ଏପ୍ରିଲ୍ ୯ ତାରିଖ ଦିନ ପାଳନ ହୋଇ ଏକ ସପ୍ତାହବ୍ୟାପୀ ଚାଲିବ। ଶୁଭଖୁଣ୍ଟି ସ୍ଥାପନ ସ୍ଥଳରେ ପୂଜା ଅର୍ଚ୍ଚନା କରାଯାଇ ଅସ୍ଥାୟୀ ମଣ୍ଡପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ବେଗରେ ଚାଲିଛି। ତଥାପି ସହରବାସୀ ମାଆଙ୍କୁ ପୂଜାର୍ଚ୍ଚନା ଦର୍ଶନ ପର୍ବକୁ କିଭଳି ଢ଼ଂଗରେ କରୁଛନ୍ତି ଏହି ଦୃଶ୍ୟ ଦେଖିବାକୁ ବାକି ରହିଲା।

ବ୍ରହ୍ମପୁର ସହରର ଆରାଧ୍ୟାଦେବୀ ବୁଢ଼ୀ ଠାକୁରାଣୀ ତାଙ୍କର ପର୍ବ ଦ୍ୱିବର୍ଷକୁ ଥରେ ପାଳନ କରାଯାଇ ବିଶ୍ୱସ୍ତରରେ ଏଇ ଯାତ୍ରାର ମହାତ୍ମ୍ୟକୁ ପ୍ରସାର କରାଯାଇଥାଏ। ବିଭିନ୍ନ ପ୍ରକାର କଳାକୁଂଜ, ବେଶ, ଭୋଗ ଏବଂ ରାତ୍ରିରେ ମା’ଙ୍କ ଭ୍ରମଣରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଏକପ୍ରକାର ଭକ୍ତି ଆଧ୍ୟାତ୍ମିକ ଚେତନାର ପରିବେଶ ସୃଷ୍ଟି ହୁଏ ବ୍ରହ୍ମପୁର ସହରରେ।

ଦକ୍ଷିଣ ଓଡ଼ିଶା ତଥା ଓଡ଼ିଶା ବାହାର ରାଜ୍ୟରୁ ମଧ୍ୟ ଅନେକ ଦର୍ଶନ ସକାଶେ ଶ୍ରଦ୍ଧାଳୁ ଆସନ୍ତି। ମା’ ପୂଜା ପାଉଥିବା ସ୍ଥଳରେ ବିବାହିତ ଝିଅବୋହୂ କୁମାରୀ କନ୍ୟାଙ୍କ ସକାଳୁ ରାତ୍ରି ଯାଏ ଗହଳି ରହିଥାଏ। ୨୦୨୧ରେ ଏସବୁର ଚିତ୍ର ପ୍ରତି ମହାମାରୀର କଡ଼ା ପ୍ରହାର ରହିଛି। ଏଣୁ ମହାମାରୀ ରୋଗର ପ୍ରତିକାର ନିମିତ୍ତ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବା ସ୍ୱାଭାବିକ। ଜୀବନକୁ ସୁରକ୍ଷିତ କରି ରଖିବା ପାଇଁ ସ୍ୱାସ୍ଥ୍ୟଗତ ଦିଗକୁ ଅନୁଧ୍ୟାନ କରି ଯେଉଁ ପ୍ରକାର ମା’ଙ୍କ ଉତ୍ସବ ପାଳନ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସାଧାରଣ ଜନତା ଓ ଆୟୋଜକ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ।

ଯଦି ସାମାନ୍ୟ ତ୍ରୁଟି ରହିଯାଏ କିମ୍ବା ସଂକ୍ରମିତ ରୋଗୀଙ୍କୁ ଅନୁପ୍ରବେଶ ହୋଇ ସଂକ୍ରମଣ ବ୍ୟାପିବାର ବାଟ ଖୋଲିଯାଏ ସହରବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଗଂଜାମ ଜିଲ୍ଲାର ନାଗରିକମାନେ ପ୍ରଚଣ୍ଡ ଅଧ୍ୟାତ୍ମ ବିଶ୍ୱାସୀ। ତୀର୍ଥ ହେଉକି ଯାନିଯାତ୍ରା ଉତ୍ସବରେ ଏମାନଙ୍କ ତ୍ୟାଗ, ସମର୍ପଣ, ଭାବପୂର୍ଣ୍ଣ ପୂଜାର୍ଚ୍ଚନାର ତୁଳନା ନାହିଁ। ସାରା ଭାରତରେ ଗଂଜାମ ଜିଲ୍ଲାର ଲୋକମାନଙ୍କ ପ୍ରଗାଢ଼ ଈଶ୍ୱର ବିଶ୍ୱାସକୁ ନେଇ ସବୁବେଳେ ଚର୍ଚ୍ଚା। ଏଣୁ ମା’ ସାଆନ୍ତାଣୀଙ୍କ ଯାତ୍ରାରେ ଜନସମାଗମ ପାଇଁ କିଛି ଦାୟିତ୍ୱହୀନ ମଣିଷଙ୍କ ପାଇଁ ଯେ ମାହାମାରୀ ବିରୁଦ୍ଧରେ ଲଢ଼ିବାକୁ ଥିବା ସବୁ ବ୍ୟବସ୍ଥାକୁ ବିଫଳ କରିନଦେବ କିଏ ବା କହିବ?

ଏପରି ସମୟରେ ଆମ ହାତରୁ ଅନେକ ପୁଣି ସମସ୍ୟାର ସମାଧାନର ବାଟ ମଧ୍ୟ ଖସିଯିବ ଏବଂ ଗଂଜାମକୁ ଭୟ ପୁଣି ଗ୍ରାସ କରିବ। ଆମ ପାଇଁ ବିକଳ୍ପ ହେଲା ମା’ ଏପ୍ରିଲ୍ ୯ ତାରିଖରେ ପୂଜାମଣ୍ଡପକୁ ଆସିବାପରେ ଦେଶୀ ବେହେରା ସାହିରେ ତାଙ୍କ ପୂଜାର୍ଚ୍ଚନା ବିଧି ସବୁ ସୂଚାରୁ ରୂପରେ ପାଳନ ହେଉ କିନ୍ତୁ ଲୋକ ସଂପର୍କ ଓ ଦର୍ଶନକୁ ଆଦୌ ସ୍ୱୀକୃତି ନଦେବା ହିଁ ସମୟର ଆବଶ୍ୟକତା ରହିଛି। ସେଇ ସ୍ଥାନ ଧୂପ, ଦୀପ, ହଳଦୀ, ଚନ୍ଦନ, କର୍ପୁରକନା ଓ ଭୋଗ ଆଦି ବିକ୍ରି ସଂପୂର୍ଣ୍ଣ ବାରଣ କରିଦିଆଯାଉ। ଏପରିକି ଫୁଲହାର ଦେବା କେବଳ ବିଧି ଅନୁଯାୟୀ ପରମ୍ପରାକୁ ପାଳନ କରି ପୂଜାର୍ଚ୍ଚନାରେ ନିୟୋଜିତ ସବୋୟତମାନଙ୍କ ଦ୍ୱାରା ହିଁ ସୀମିତ ରହୁ।

ସହରବାସୀ ନିଜକୁ ନିଜେ ପ୍ରସ୍ତୁତ କରିନେଇ ଦର୍ଶନ ଲାଭର ଉତ୍କଣ୍ଠାକୁ ମହାମାରୀ ସମୟରେ ନ ରଖି ବରଂ ନିଜ ନିଜ ଘରେ ମା’ଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋଟିଏ ରଖି ଦୀପଟିଏ ଜାଳି ନିଜର ମନର ଭାବ ପ୍ରକଟ କରି ମହାମାରୀ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ। ରାତ୍ରିରେ ମା’ଙ୍କ ଭ୍ରମଣରେ ସଂଖ୍ୟା ୫୦ ଭିତରେ ହିଁ ସୀମିତ ରହୁ। ବିଶ୍ୱାବସୀଙ୍କୁ ମହାମାରୀ ମୁହଁରୁ ମୁକୁଳିବା ପାଇଁ ବ୍ୟାକୁଳ ମନରେ ପ୍ରାର୍ଥନା ଶ୍ରେଷ୍ଠ ନୈବେଦ୍ୟ।

ମା’ଙ୍କ ପୂଜା ଅର୍ଚ୍ଚନା ବିଧି ପୂର୍ବକ ହେଉ କିନ୍ତୁ ସାଧାରଣ ଭକ୍ତ ଭାବରେ ଜନସମାଗମ ପାଇଁ ସେଇ ସ୍ଥାନକୁ ୧୪୪ ଧାରା ମଧ୍ୟରେ ବଳବତ୍ତର ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ବାହିନୀ ଅଧିକ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ସହରର ବହୁ ଗୁଣୀଜ୍ଞାନୀ ଆଧ୍ୟାତ୍ମପ୍ରେମୀ ଗବେଷକ, ସାହିତ୍ୟିକମାନେ ସହରବାସୀଙ୍କ ତରଫରୁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅସରାଏ ବର୍ଷାରେ ସହରରେ ବନ୍ୟା: ବ୍ରହ୍ମପୁର ମହାନଗର ନିଗମ ଏବଂ ପୂର୍ତ୍ତବିଭାଗ ଆଖି ଥାଇ ଅନ୍ଧ…!

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟାଗୁଡ଼ିକ ହେଲା ରାସ୍ତାଘାଟ, ଡ଼୍ରେନେଜ ଏବଂ ପାଣି ସମସ୍ୟା। ଯାହାକି ଏହି ତିନୋଟି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ମଂଜୁର କରନ୍ତି। ଯାହାକି କିଛି ଅସାଧୁ ଅଫିସର ଏବଂ କଣ୍ଟ୍ରାକ୍ଟରମାନଙ୍କର ମଧୁଚନ୍ଦ୍ରିକାରେ ଅତି ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳୁଛି।

ଦୀର୍ଘ ୨୦ ବର୍ଷରୁ ଅଧିକ ହେଲା ନା’ ପାଣି ସମସ୍ୟାର ସମାଧାନ ହେଲା ନା’ ଡ଼୍ରେନେଜ। ସାମାନ୍ୟ ବର୍ଷା ହେଲେ ବ୍ରହ୍ମପୁର ସହରର ପ୍ରତ୍ୟେକ ୱାର୍ଡ଼ରେ ପାଣି ଉବୁଟୁବୁ। ଅନେକ ଜାଗାରେ ଦେଖିବାକୁ ମିଳୁଛି ରାସ୍ତାର ପାଣି ଘର ଭିତରେ ମଧ୍ୟ ପ୍ରବେଶ କଲାଣି। ସହରବାସୀ ଅଭିଯୋଗ କରିବେ କାହାକୁ? କାରଣ ବର୍ତ୍ତମାନ କୌଣସି ଲୋକପ୍ରତିନିଧି ନାହାନ୍ତି। ପୌର ନିର୍ବାଚନ କେବେ ହେବ ତାହାର ମଧ୍ୟ ସଠିକ୍ ଉତ୍ତର କାହା ପାଖରେ ନାହିଁ। ଅଫିସରଙ୍କ ପାଖରେ ଲୋକଙ୍କର ଅସୁବିଧା ଶୁଣିବାକୁ ସମୟ ହିଁ ନାହିଁ।

ବର୍ତ୍ତମାନ ଏକ ମେଗା ଟେଣ୍ଡର ଜରିଆରେ ପୂର୍ତ୍ତବିଭାଗକୁ ଡ଼୍ରେନେଜ ସିଷ୍ଟମ୍ ହସ୍ତାନ୍ତରିତ କରିବା ଦେଖିବାକୁ ମିଳିଛି। କିନ୍ତୁ ଦୁଃଖର ବିଷୟ ଏହି ଡ଼୍ରେନେଜ ପାଇଁ କେତେ ଟଙ୍କା ବ୍ୟୟ ଅଟକଳ ହୋଇଛି, ତାହାର ସୂଚନା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଠିକ୍ ଉତ୍ତର ମିଳୁନାହିଁ। ମୁଖ୍ୟତଃ ସହରର ରେଡ଼ିଓ ଷ୍ଟେସନଠାରୁ ଲୋଚାପଡ଼ା ରାସ୍ତା ଦେଇ ଯାଇଥିବା ଡ଼୍ରେନେଜ ସିଷ୍ଟମ ଧର୍ମକୁ ଆଖିଠାର ନୀତିରେ ଚାଲିବାକୁ ଥିବା ଦେଖିବାକୁ ମିଳିଛି। ସଂକୀର୍ଣ୍ଣ ରାସ୍ତାରେ ଡ଼୍ରେନେଜ ନାମରେ ରାସ୍ତା ଖୋଳା ହୋଇ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ଆଜିର ଏହି ବର୍ଷାରେ ଖାସ୍ କରି ଏହି ଅଂଚଳରେ ଡ଼୍ରେନର ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି। ଯାହାଫଳରେ କିଛି ଦୋକାନ ଘରେ ମଧ୍ୟ ମଧ୍ୟ ଏହି ଡ଼୍ରେନେଜ ପାଣି ପଶିଥିବାର ଦୃଶ୍ୟ ଦୃଷ୍ଟିମାନ ହୋଇଛି। ସହରର ଗାନ୍ଧିନଗର, ଗଜପତି ନଗର, ତୁଳସୀ ନଗର, ବ୍ୟାଙ୍କ କଲୋନୀ, ଶକ୍ତିନଗର, ଶ୍ରୀରମନଗର, ଅଶୋକ ନଗର, ବିଜିପୁର ଆଦି ଅଂଚଳରେ ଆଜିର ଏହି ଲଗାଣ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଦେଖିବାକୁ ମିଳିଛି। ବ୍ରହ୍ମପୁରର ଯେଉଁ ଡ଼୍ରେନଜ ହୋଇଥିଲା ସେ ଡ଼୍ରେନେଜ୍ ସିଷ୍ଟମ କିଭଳି ହୋଇଥିଲା, ଏବଂ କେଉଁଠି ହୋଇଥିଲା ତାହା ମଧ୍ୟ ଦେଖାଯାଉନାହିଁ।

ପ୍ରତ୍ୟେକ ଦିନ ନାଳ ଏବଂ ରାସ୍ତା ମରାମତି ଚାଲିଛି ବୋଲି ଖୋଦ୍ ବିଏମ୍‌ସି କମିଶନର ଏବଂ ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀ ସୂଚନା ଦେଉଛନ୍ତି। କାମ ବି ଚାଲୁଛି, କିନ୍ତୁ ସାମାନ୍ୟ ବର୍ଷା ହେଲେ, ରାସ୍ତାରୁ ପିଚୁ ଉଠିଯାଉଛି ଏବଂ ନାଳରେ ପାଣି ରାସ୍ତାରେ ଭାସୁଛି। ଏହା ହିଁ ବ୍ରହ୍ମପୁରର ନଗ୍ନ ଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ।