(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହରରେ ସାଇକେଲ ଚୋରି ବଢୁଥିବା ଖବର ପାଇ ପୋଲିସ ଅନୁସନ୍ଧାନ ଚଳାଇଥିଲା। ଖଲିକୋଟ ବିଶ୍ଵବିଦ୍ୟାଳୟ ନିକଟରେ ବୁଲୁଥିବା ଜଣେ ଯୁବକକୁ ପୋଲିସ ଜେରା କରିବା ପରେ ତାଠାରୁ ୧୪ ଟି ଚୋରି ସାଇକେଲ ଜବତ କରିଛି।
ଅଭିଯୁକ୍ତ ପିଣ୍ଟୁ ପ୍ରଧାନକୁ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ପିଣ୍ଟୁର ଘର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ହୋଇଥିଲା ବେଳେ ଗତ କିଛି ଦିନ ତଳେ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ନିକଟରୁ ଜଣେ ଲୋକଙ୍କ ସାଇକେଲ ଚୋରି ହେଇଥିବା ଥାନାରେ ମାମଲା ରୁଜୁ ହୋଇଥିଲା।
ମାମଲାକୁ ଭିତ୍ତି କରି ପୋଲିସ ନିକଟରେ ସଂଲଗ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରି ପିଣ୍ଟୁକୁ ସେହି ଅଞ୍ଚଳରେ ବୁଲୁଥିବା ବେଳେ ଉଠାଇ ନେଇ ଥାନାରେ ଜେରା କରିଥିଲା।


