ବାଣପୁର: ଖୋର୍ଦ୍ଧା ବାଣପୁର ବ୍ଲକ ଚାଷୀ ମୂଲିଆ ସଂଘ, ଓଡିଶା ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା (AIKMKS) ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ଆଞ୍ଚଳିକ କମିଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଓ କରାଯଇଛି। ଜଙ୍ଗଲ ଜମିର ପଟ୍ଟା ଦେବା, ବାସଗୃହର ପଟ୍ଟା ଦେବା, ହାତୀ ଓ ଅନ୍ୟ ଜଙ୍ଗଲି ଜୀବଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟକୁ ରୋକିବା, ଫସଲ ନଷ୍ଟର କ୍ଷତିପୂରଣ ଦେବା, ଭାଗଚାଷୀଙ୍କୁ ଚିହ୍ନଟ ଓ ପ୍ରମାଣ ପତ୍ର ଦେବା ପାଇଁ ଛଅ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି।
ତାହା ସହିତ ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ପଂଚାୟତ ଜଙ୍ଗଲ ପାହାଡ଼ ଅଞ୍ଚଳ ହୋଇଥିବାରୁ ବାରମ୍ବାର ମନଇଚ୍ଛା ବିଜୁଳି କାଟ ବନ୍ଦ କରିବା, ପିଇବା ପାଣି ଗାଁ ଗାଁରେ ଅବିଳମ୍ବେ ଯୋଗାଇ ଦେବା, ପକ୍କା ରାସ୍ତା ନିର୍ମାଣ କରିବା ଦାବିରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଚାଷୀ ମୂଲିଆ, ଦଳିତ ଆଦିବାସୀ, ଭୂମିହୀନ ଭାଗ ଚାଷୀ ଟିକିରାଇ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ଶହର ପରିକ୍ରମା କରି ତହସିଲ ଅଫିସରେ ପହଂଚି ଥିଲେ। ଚାଷୀ ମୂଲିଆ ସଂଘ, ଓଡିଶା ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା (AIKMKS) ସହ ଅନୁବନ୍ଧିତ।
ରାଜ୍ୟ ନେତା ଓ ଆଇନଜୀବୀ ଅବନୀ ଗୟା, ରାଜ୍ୟ ସମ୍ପାଦକ ନିରାକାର ନାୟକ ଖୋର୍ଦ୍ଧା ଜିଲ୍ଲା,ବାଣପୁର ବ୍ଲକ କମିଟି ବିକ୍ରମ ଶବର, ଭାସ୍କର ଶବର, ଲଷ୍ମୀ ଶବର, ସୁରେନ୍ଦ୍ର ଶବର,ରମେଶ ଶବର, ବସନ୍ତ ଶବର, ଗଞ୍ଜାମ ଜିଲ୍ଲା ସମ୍ପାଦକ ରଞ୍ଜନ ଶବର, କମିଟି ପବନା ଶବର ପ୍ରମୁଖ ଯୋଗଦେଇ ଆଦିବାସୀଙ୍କ ଉପରେ ହେଉଥିବା ଜୁଲମ,ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ।
ଶେଷରେ ୬ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବାଣପୁର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।


