ନୂଆଦିଲ୍ଲୀ: SIR ଉପରେ ଚାଲିଥିବା ରାଜନୈତିକ ବିବାଦ ଜାରି ରହିଛି। ଭୋଟର ତାଲିକାରୁ ନକଲି ଭୋଟରଙ୍କ ନାମ ବାଦ ଦେବା ଦାବିରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛନ୍ତି। ଶୁଭେନ୍ଦୁ ଅଧିକାରୀ ଆଜି ୧୩ ଲକ୍ଷ ୨୫ ହଜାର ଭୋଟରଙ୍କ ଡକ୍ୟୁମେଣ୍ଟ ସମ୍ବଳିତ ୩୭ଟି ଫାଇଲ ଧରି ନିର୍ବାଚନ କମିଶନ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହି ୧୩ ଲକ୍ଷ ୨୫ ହଜାର ଭୋଟ କାନ୍ଥୀ, ତମଲୁକ, ବୀରଭୂମି, ପୁରୁଲିଆ ଏବଂ କୁଚବିହାର ଲୋକସଭା ନିର୍ବାଚନମଣ୍ଡଳୀର ଅନେକ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ।


