Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ପରେ ଲକ୍ଷାଧିକ ଟଙ୍କା ଲୁଟ: ଅଭିଯୁକ୍ତ ଗିରଫ
ଆଜିର ଖବର

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ପରେ ଲକ୍ଷାଧିକ ଟଙ୍କା ଲୁଟ: ଅଭିଯୁକ୍ତ ଗିରଫ

November 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୁଷ୍କର୍ମ
ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ପରେ ଲକ୍ଷାଧିକ ଟଙ୍କା ଲୁଟ: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅର୍ନ୍ତଗତ ହଳଦିଆପଦର ଗ୍ରାମର ରିତେଶ ପଟ୍ଟନାୟକ ନାମକ ଜଣେ ଯୁବକକୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ବଡ଼ବଜାର ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅଭିଯୁକ୍ତ ଯୁବକ ଇନିଷ୍ଟାଗ୍ରାମ୍ ସମ୍ପର୍କରେ ଆସି ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହିଭଳି ପରିସ୍ଥିତିରେ ଯୁବକ ଜଣକ ନାବାଳିକା କୁ ବିଭିନ୍ନ ପ୍ରଲୋଭନ ଦେଖାଇ ରେଶମ ନଗରୀ ବ୍ରହ୍ମପୁର ସହରର ଏକ ପାର୍କକୁ ବୁଲିବାକୁ ନେଇ ଥିଲା। କୌଣସି ଏକ ଲଜ୍ ରେ ରଖି ଶାରୀରିକ ସମ୍ପର୍କ ରଖି ବିବାହର ପ୍ରସ୍ତାବ ଦେଇଥିଲା।

ପ୍ରଲୋଭନ ଓ ଶାରୀରିକ ସମ୍ପର୍କ ପରେ ନାବାଳିକା ଜଣକ ବିବାହ ଲୋଭରେ ନିଜ ଘରୁ ପ୍ରାୟ ଏକ ଲକ୍ଷ ଟଙ୍କା ଓ ୧୦ ଭରି ସ୍ବର୍ଣ୍ଣ ଅଳଙ୍କାର ଆଣି ରିତେଶ୍ କୁ ଦେଇଥିଲା। କିନ୍ତୁ ରିତେଶ ଉକ୍ତ ନଗଦ ଟଙ୍କା ସହ ନେଇଥିବା ସ୍ବର୍ଣ୍ଣ ଅଳଙ୍କାରକୁ ଗୋଟିଏ ବ୍ୟାଙ୍କରେ ବନ୍ଧା ପକାଇ କିଛି ଲକ୍ଷ ଟଙ୍କା ଉଠାଇ ଆଣି ଆଉ ଧରାଛୁଆଁ ଦେଇନଥିଲା। ଓଲଟି ଶାରୀରିକ ସମ୍ପର୍କ ରଖିଥିବା ଭିଡିଓ ପ୍ରଘଟ କରିବାର ଧମକ ଦେଇଥିଲା।

ପରିଶେଷରେ ନାବାଳିକା ଜଣକ ପ୍ରତାରଣାର ଶିକାର ହୋଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ପରେ ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ଗିରଫ ନାବାଳିକାକୁ ଦୁଷ୍କର୍ମ ବିବାହର ପ୍ରଲୋଭନ
Share. Facebook Twitter LinkedIn Email WhatsApp Copy Link

Related Posts

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

January 3, 2026

ଆଜି ଜାନୁୟାରୀ ତିନି ତାରିଖ ଶନିବାର, ଚାରୋଟି ରାଶି ପାଇଁ ଭଲଦିନ ନୁହେଁ

January 3, 2026

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା କାର: ଏହି ଦାବିର ସତ୍ୟତା କ’ଣ? ସ୍ପଷ୍ଟ କଲେ ସରକାର

January 2, 2026
Latest News

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

January 3, 2026

ଆଜି ଜାନୁୟାରୀ ତିନି ତାରିଖ ଶନିବାର, ଚାରୋଟି ରାଶି ପାଇଁ ଭଲଦିନ ନୁହେଁ

January 3, 2026

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା କାର: ଏହି ଦାବିର ସତ୍ୟତା କ’ଣ? ସ୍ପଷ୍ଟ କଲେ ସରକାର

January 2, 2026

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.