Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ବାହାର ରାଜ୍ୟକୁ ବିକ୍ରି ଉଦ୍ୟମ ବିଫଳ

କନ୍ଦର୍ପ ବେହେରା
ରେଢାଖୋଲ: ଜନୈକା ନାବାଳିକାକୁ ରେଢାଖୋଲ ଥାନା ଅଂଚଳର ଜଣେ ବିବାହିତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ବିକ୍ରି କରିବା ଅଭିଯୋଗରେ କିସିଣ୍ଡା ଥାନାରେ ସଂପୃକ୍ତ ନାବାଳିକା ଆଜି ଲିଖିତାକାରରେ ଅଭିଯୋଗ କରିଥିବା ଜଣାପଡିଛି।

କିସିଣ୍ଡା ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର ସାମପୁର ଗ୍ରାମର ବସନ୍ତ ସାହୁ ନାମକ ଯୁବକ ଗତ ତା ୨୫ ନଭେମ୍ବରରେ କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମକୁ ଯାଇ ଜନୈକା ୧୭ ବର୍ଷ ବୟସର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ବସ୍‌ରେ ରେଢାଖୋଲକୁ ଅପହରଣ କରିଆଣି ଭଡାଘରେ ରଖିଥିଲା। ସେ ଦିନ ରାତିରେ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ନାବାଳିକା ଥାନାରେ ମଧ୍ୟ ଅଭିଯୋଗ କରିଛି। ଏପରିକି ବିବାହିତ ଯୁବକ ଜଣଙ୍କ ତାର ପତ୍ନୀ ସହ ମିଶି ବାହାର ରାଜ୍ୟକୁ ବିକ୍ରି କରିବା ସଂପର୍କରେ କଥାବାର୍ତ୍ତା କରୁଥିବା ନାବାଳିକା ଜଣଙ୍କ ଜାଣିପାରିଥିଲା। ଯା ଫଳରେ ସେ ବିଚଳିତ ହୋଇ ପଡିଥିଲା।

ନାବାଳିକା ଜଣଙ୍କ ଘରୁ ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତ ଯୁବକ ଓ ତାର ସ୍ତ୍ରୀ ଘର ଭିତରେ ୫ ଘଂଟା କାଳ ବନ୍ଦ କୋଠରୀ ଭିତରେ ତାଲା ମାରି ପଳାଇଯାଇଥିଲେ। ନାବାଳିକା ଜଣକର ଆର୍ତଚିକ୍ତାର ଶୁଣି ଘର ମାଲିକ ଓ ପଡିଶା ଘର ଲୋକେ ଧାଇଁ ଆସି ତାକୁ ଉଦ୍ଧାର କରିଥିଲେ। ୨୭ ନଭେମ୍ବର ସକାଳେ ନାବାଳିକା ଲିଖିତାକାରରେ ରେଢାଖୋଲ ଥାନାରେ ଅଭିଯାଗ କରିଥିଲା।

ନାବାଳିକାର ଘର କିସିଣ୍ଡା ଥାନା ଅଞ୍ଚଳର ହୋଇଥିବାରୁ ରେଢାଖୋଲ ପୋଲିସ୍ କିସିଣ୍ଡା ଥାନାକୁ ଯାଇ ଅଭିଯୋଗ କରିବାକୁ କହିଥିଲା। ତେବେ ଆଜି ସକାଳେ (୨୭ ନଭେମ୍ବର)ନାବାଳିକା କିସିଣ୍ଡା ଥାନାକୁ ଯାଇ ଅଭିଯୋଗ କରିବା ପରେ କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ଘଟଣାଟିକୁ ଗୁରୁତ୍ୱର ସହ ନେଇ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଙ୍କ ସହ ମିଶି ଏହାର ତଦନ୍ତ କରୁଥିବା ନିଜେ କିସିଣ୍ଡା ଥାନାଧିକାରୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଆଜି ରେଢାଖୋଲ ଡାକ୍ତରଖାନାରେ ନାବାଳିକାର ଡାକ୍ତରିମାଇନା କରାଯାଇଛି। ଅଭିିଯୁକ୍ତ ବିବାହିତ ଯୁବକ ଫେରାର ଥିବା ପୋଲିସ୍ କହିଛି।

କିସିଣ୍ଡା ଥାନା କେସ୍ ନଂ୬୭ ତା ୨୮/୧୧/୨୦୨୦ ୟୁ/ଏସ୍‌-୩୬୩/୩୬୬-ଏ/୩୪୨/୩୭୬(୨)(ଏନ୍‌)ଆଇପିସି, ଆର୍‌/ଡବ୍ଲୁ ସେକ୍ସନ୬ ର ପିଓସିଏସଓ ଆକ୍ଟରେ କେସ୍ ରୁଜୁ ହୋଇ ଏହାର ତଦନ୍ତ ଚାଲିଛି ବୋଲି କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିବାହର ପ୍ରଲୋଭନ ଦେଖାଇ ଜଣେ ୨୨ ବର୍ଷିୟା ଯୁବତୀକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ଗୁରୁଗ୍ରାମ:  ବିବାହର ପ୍ରଲୋଭନ ଦେଖାଇ ଜଣେ ୨୨ ବର୍ଷିୟା ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଗୁରୁଗ୍ରାମ ପୋଲିସ ଜଣେ ଯୁବକକୁ ଗିରଫ କରିଛି। ରାଜସ୍ଥାନର ଝୁନଝୁନ ନିବାସୀ ଏହି ଯୁବତୀ  ଜଣେ କଲେଜ ଛାତ୍ରୀ। ଏହା ସହିତ ସେ ଉଚ୍ଚ ଶିକ୍ଷା ପାଇଁ ଏକ ଘରୋଇ କମ୍ପାନୀରେ ମଧ୍ୟ କାମ କରନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦ ମାସ ପୂର୍ବେ ଗୁରୁଗ୍ରାମର ପାଲାସୋଲି ଗାଁର ବାସିନ୍ଦା ଅମନ ଶାହା (୨୩) ଙ୍କୁ ତାଙ୍କ ବନ୍ଧୁଙ୍କ ମାଧ୍ୟମରେ ଭେଟିଥିଲେ। ସେମାନଙ୍କର ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ଏବଂ ସେ ଦୁହେଁ ସେକ୍ଟର-୪୦ ପୋଲିସ ଷ୍ଟେସନ ଏକାଠି ରହିବାକୁ ଲାଗିଲେ। ପୀଡିତା ପୋଲିସକୁ କହିଛନ୍ତି ଯେ, ବିବାହର ଆଶା ଦେଖାଇ ସେ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସ୍ୱାସ୍ଥ୍ୟ ସମସ୍ୟା ହେବାରୁ ପୀଡିତା ନିଜ ଜନ୍ମସ୍ଥାନକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେଠାରେ ସେ ଗର୍ଭବତୀ ହୋଇଥିବାର ଜାଣିପାରିଥିଲେ। ଏହି ଘଟଣା ବିଷୟରେ ସେ ଅମନଙ୍କୁ ଜଣାଇଥିଲେ କିନ୍ତୁ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।

ଗୁରୁଗ୍ରାମ ପୋଲିସର ମୁଖପାତ୍ର କହିଛନ୍ତି, “ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ସେକ୍ଟର-୪୦ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି।”

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଶାରୀରିକ, ମାନସିକ ନିର୍ଯ୍ୟାତନା: ଚାଇଲ୍ଡ ଲାଇନ୍ ପକ୍ଷରୁ ନାବାଳିକା ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ୧୫ ବର୍ଷର ନାବାଳିକାକୁ ଜନୈକ ବ୍ୟକ୍ତି ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିବାବେଳେ ଆଜି ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରିଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ ଧରାକୋଟ ମୁଣ୍ଡମରେଇ ଅଂଚଳର କୃଷ୍ଣ ପ୍ରଧାନ ନାମକ ଜଣେ ଯୁବକ ଜନୈକ ନାବଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ସହ ତାକୁ ଧରି ଫେରର୍ ହୋଇଯାଇଥିଲା। କିଛି ଦିନ ବାହାର ରାଜ୍ୟରେ ରଖିବା ପରେ ବର୍ତ୍ତମାନ ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ୍ ଗୋପାଳପୁରରେ ଏକ ଘରେ ରଖିଥିଲା। ସେଠାରେ ତାକୁ ପ୍ରତ୍ୟେକ ଦିନ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାବେଳେ ଏହା ଅସହ୍ୟ ହେବାରୁ ନାବାଳିକାଟି ଆଜି ୧୦୯୮ ଚାଇଲ୍ଡ ଲାଇନ୍ ସହ ସଂପର୍କ କରିଥିଲେ।

ଏନେଇ ଚାଇଲ୍ଡ ଲାଇନ୍ ସଂଯୋଜକ ସାଇ ପ୍ରସାଦ ସାମଲ, ସହଯୋଗୀ କୁମାର ପ୍ରିୟଙ୍କା ବେହେରା ପାଟପୁର ଥାନା ସହ ଯୋଗାଯୋଗ କରି ଏସ୍ ଗୋପାଳପୁର ଅଂଚଳରୁ ନାବାଳିକାକୁ ଉଦ୍ଧାର କରିଥିଲେ। ପୀଡ଼ିତାକୁ ଡ଼ାକ୍ତରୀ ମାଇନା ପରେ ଶିଶୁ ମଙ୍ଗଳ ସମିତି ନିକଟରେ ହାଜିରା କରାଯିବ। ଏପଟେ ପାଟପୁର ଥାନା ଏକ ମାମଲା ରୁଜୁ କରି କୃଷ୍ଣ ପ୍ରଧାନକୁ ଅଟକ ରଖିଥିବା ଜଣାପଡ଼ିଛି।