ବିବାହର ପ୍ରଲୋଭନ ଦେଖାଇ ଜଣେ ୨୨ ବର୍ଷିୟା ଯୁବତୀକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

Published: Nov 21, 2020, 8:12 pm IST

ଗୁରୁଗ୍ରାମ:  ବିବାହର ପ୍ରଲୋଭନ ଦେଖାଇ ଜଣେ ୨୨ ବର୍ଷିୟା ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଗୁରୁଗ୍ରାମ ପୋଲିସ ଜଣେ ଯୁବକକୁ ଗିରଫ କରିଛି। ରାଜସ୍ଥାନର ଝୁନଝୁନ ନିବାସୀ ଏହି ଯୁବତୀ  ଜଣେ କଲେଜ ଛାତ୍ରୀ। ଏହା ସହିତ ସେ ଉଚ୍ଚ ଶିକ୍ଷା ପାଇଁ ଏକ ଘରୋଇ କମ୍ପାନୀରେ ମଧ୍ୟ କାମ କରନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦ ମାସ ପୂର୍ବେ ଗୁରୁଗ୍ରାମର ପାଲାସୋଲି ଗାଁର ବାସିନ୍ଦା ଅମନ ଶାହା (୨୩) ଙ୍କୁ ତାଙ୍କ ବନ୍ଧୁଙ୍କ ମାଧ୍ୟମରେ ଭେଟିଥିଲେ। ସେମାନଙ୍କର ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ଏବଂ ସେ ଦୁହେଁ ସେକ୍ଟର-୪୦ ପୋଲିସ ଷ୍ଟେସନ ଏକାଠି ରହିବାକୁ ଲାଗିଲେ। ପୀଡିତା ପୋଲିସକୁ କହିଛନ୍ତି ଯେ, ବିବାହର ଆଶା ଦେଖାଇ ସେ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସ୍ୱାସ୍ଥ୍ୟ ସମସ୍ୟା ହେବାରୁ ପୀଡିତା ନିଜ ଜନ୍ମସ୍ଥାନକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେଠାରେ ସେ ଗର୍ଭବତୀ ହୋଇଥିବାର ଜାଣିପାରିଥିଲେ। ଏହି ଘଟଣା ବିଷୟରେ ସେ ଅମନଙ୍କୁ ଜଣାଇଥିଲେ କିନ୍ତୁ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।

ଗୁରୁଗ୍ରାମ ପୋଲିସର ମୁଖପାତ୍ର କହିଛନ୍ତି, “ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ସେକ୍ଟର-୪୦ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି।”

Related posts