Categories
ଅପରାଧ ଆଜିର ଖବର ଜାତୀୟ ଖବର

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ, ପୋଲିସର ଏନକାଉଣ୍ଟରରେ ଗିରଫ ହେଲା ଡେଲିଭରି ବୟ

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ନୋଏଡାଠାରେ ୨୩ ବର୍ଷର ଡେଲିଭରି ବାଳକକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା ମୋବାଇଲ୍ ଆପରୁ ଖାଦ୍ୟ ସାମଗ୍ରୀ ଅର୍ଡର କରିଥିଲେ। ଏହି ଆପ୍ ମାଧ୍ୟମରେ ଅର୍ଡର ପ୍ରଦାନ କରିବାକୁ ସୁମିତ ସିଂ ନାମକ ଏକ ଡେଲିଭରି ବାଳକ ପଠାଯାଇଥିଲା।

ଯେତେବେଳେ ସେ ଖାଦ୍ୟ ସାମଗ୍ରୀ ବିତରଣ ପାଇଁ ବିତରଣ ସ୍ଥାନରେ ପହଞ୍ଚିଲେ, ସେତେବେଳେ ସେ ଅନୁଭବ କଲେ ଯେ ମହିଳା ଜଣକ ଘରେ ଏକୁଟିଆ ଅଛନ୍ତି। ଏହା ପରେ ସେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରି ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଶୁକ୍ରବାର ଦିନ ଏହି ଘଟଣା ଘଟିଛି ଏବଂ ମହିଳା ଜଣକ ଉକ୍ତ ଦିନ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅନେକ ଟିମ୍ ଗଠନ କରିଥିଲା। ଶେଷରେ ତାଙ୍କୁ ଗ୍ରେଟର ନୋଏଡାର ଏକ ଆବାସିକ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଯେତେବେଳେ ତାଙ୍କୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା, ସେତେବେଳେ ସେ କନଷ୍ଟେବଳ ଭରତ ସିଂଙ୍କ ସରକାରୀ ପିସ୍ତଲକୁ ଛଡ଼ାଇ ନେଇ ଫେରାର ହେବାରେ ସଫଳ ହୋଇଥିଲେ।

ପୋଲିସ କହିଛି ଯେ, ଏହି ପରିପ୍ରେକ୍ଷୀରେ ବିସରଖ ପୋଲିସ ଟିମ ଏବଂ SWAT ଟିମର ମିଳିତ ଉଦ୍ୟମରେ ସେକ୍ଟର ୦୩ ଏବଂ ଏହାର ଆଖପାଖ ଅଞ୍ଚଳରେ ତୁରନ୍ତ ସର୍ଚ୍ଚ କରାଯାଇଥିଲା। ଏହି ସମୟରେ ଯେତେବେଳେ ପୋଲିସ ଟିମ୍ ତାଙ୍କ ନିକଟକୁ ଆସିଥିଲେ ସେତେବେଳେ ସେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେତେବେଳେ ପୋଲିସ ପାଲଟା ଆକ୍ରମଣ କରିଥିଲା, ସେତେବେଳେ ତାଙ୍କ ଗୋଡରେ ଗୁଳି ବାଜିଥିଲା।

ଏହା ପରେ ପୋଲିସ ଦୁଷ୍କର୍ମ ଅଭିଯୁକ୍ତ ସୁମିତଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସର ସୂଚନାନୁସାରେ, ସେ ବେଆଇନ ମଦ ବିକ୍ରୟ ଅଭିଯୋଗରେ ଗିରଫ ହୋଇସାରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସମ୍ପର୍କୀୟ ଭାଉଜକୁ ଦୁଷ୍କର୍ମ ଅଭିଯୋଗରେ ଦିଅର ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅନ୍ତର୍ଗତ ବେତାର ସିଂ ଗ୍ରାମରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୁଗୁଡ଼ା ଥାନା ଅନ୍ତର୍ଗତ ଖଦାଳ ସାହିର ଚନ୍ଦନ ନାଇକ ନାମରେ ଜଣେ ଯୁବକକୁ ବୁଗୁଡ଼ା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ପୀଡିତା ମହିଳା ଜଣଙ୍କ ଉକ୍ତ ଖଦାଳ ସାହିରେ ବାହା ହୋଇଥିଲେ ଓ ସ୍ବାମୀ ସୁରତ୍ ରେ କାମ କରୁଥିବାରୁ ସେ ବାପ ଘର ବେତାର ସିଂ ରେ ରହୁଥିବା ପରିସ୍ଥିତିରେ ସମ୍ପର୍କୀୟ ଦିଅର ବେତାର ସିଂ ଗ୍ରାମକୁ ଆସି ବିଭିନ୍ନ ବାହାନା ଦେଖାଇ ଉକ୍ତ ମହିଳାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିଥିବା ବିଷୟରେ ମହିଳା ଜଣଙ୍କ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ନଂ ୬୬୧୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମର ଅଭିଯୁକ୍ତ ରାଜା ନାୟକ (୧୯) ସମ୍ପୃକ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିବା ତାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ୩୨୨/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ଆଜି କୌଣସି ସୂତ୍ରରୁ କେଶପୁର ଗ୍ରାମରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଘରେ ଉଭୟ ଉପସ୍ଥିତ ଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା।  ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା।

ତେବେ ନାବାଳିକାଙ୍କ ବୟାନ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପହରଣ ସମେତ ଦୁଷ୍କର୍ମ ଦଫା ମଧ୍ୟ ଲଗାଇଛି। ଆଜି ନାବାଳିକାଙ୍କ ଡାକ୍ତରମାଇନା କରାଯାଇ ଖୋର୍ଦ୍ଧା ସ୍ଵଧାର ଗୃହକୁ ପୋଲିସ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ ଆସନ୍ତା କାଲି ଭୁବନେଶ୍ୱର ପୋକସୋ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜ ଅଧ୍ୟାପକ ଥାନାରେ ଅଟକ

ସୁଧାକର ମିଶ୍ର
ନୟାଗଡ: ଛାତ୍ରୀଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଅଭିଯୋଗରେ ନୟାଗଡ କଲେଜର ଅଧ୍ୟାପକଙ୍କୁ ନୟାଗଡ ଟାଉନ ଥାନା ପୋଲିସ ଗିରଫ କରିଛି। ଅଧ୍ୟାପକ ଜଣକ କଲେଜର ଛାତ୍ରୀଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ରାଜି ନ ହେବାରୁ ଛାତ୍ରୀଙ୍କର କିଛି ଗୁପ୍ତ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହାକୁ ନେଇ ଛାତ୍ରୀଙ୍କ ଅଭିଭାବକ ପକ୍ଷରୁ ନୟାଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହା ପରେ ଟାଉନ ଥାନା ପୋଲିସ ଅଧ୍ୟାପକଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲା। ଛାତ୍ରୀଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରାଯାଇଛି।

ଏନେଇ ନୟାଗଡ ଟାଉନ ଥାନାରେ କେସ ନ୧୨୮/୨୩ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ନୟାଗଡ ଟାଉନ ଥାନା ଆଇଆଇସି ଦିଗବିଜୟ ବିଶ୍ଵାଳ ପ୍ରକାଶ କରିଛନ୍ତି। ଏହିପରି ଶିକ୍ଷକ ଶିକ୍ଷକ ଜାତି ପାଇଁ କଳଙ୍କ ବୋଲି ବୁଦ୍ଧିଜୀବୀ ମହଲ ଓ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଜନୈକା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଜନୈକ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଜଣକ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ସିଦ୍ଧାର୍ଥ ପାଣିଗ୍ରାହୀ।

ଗତ ଦୁଇ ବର୍ଷ ହେଲା ଉକ୍ତ ମହିଳାଙ୍କୁ ଭଲ ପାଉଥିଲା ଓ ବାହା ହେବାର ପ୍ରତିଶ୍ରୁତି ଦେଇ ତା ସହ ଶାରୀରିକ ସମ୍ପର୍କ ରଖିଥିଲା। ଯାହା ଫଳରେ ମହିଳା ଜଣଙ୍କ ଗର୍ଭବତୀ ହେବାରୁ ସିଦ୍ଧାର୍ଥକୁ ବାହା ହେବାପାଇଁ ଜିଦ୍ କରିଥିଲେ। କିନ୍ତୁ ସେ ଉକ୍ତ ମହିଳାଙ୍କ ଠାରୁ ଦୂରେଇ ରହି ତାଙ୍କୁ ହତ୍ୟା ର ଧମକ ଦେଇ ଗର୍ଭପାତ କରିବାକୁ ବାଧ୍ୟ କରିଥିଲା। ଯ’ଦ୍ଵାରା ମହିଳା ଜଣଙ୍କ ପରିଶେଷରେ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ।

ଏତଲା ନଂ ୧୫୬/୨୩ ଅନୁଯାୟୀ ଅଭିଯୁକ୍ତ ସିଦ୍ଧାର୍ଥକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଟୋ ଚାଳକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଢାମ୍ବ ଅଞ୍ଚଳର ରାଜେଶ୍ କୁମାର ପଲେଇ ନାମକ ଜଣେ ଅଟୋ ଚାଳକ କୋଦଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋଦଳା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, କୋଦଳା ଥାନା ଅଞ୍ଚଳର ଜନୈକା ନାବାଳିକା ଜଣକ ଅଟୋରେ ବସି ନିଜ ଗାଁକୁ ଯିବା ପାଇଁ ଅଟୋ ବୁକ୍ କରି ବସିଥିଲେ। କିନ୍ତୁ ଅଟୋ ଚାଳକ କୋଦଳା ନନେଇ ବ୍ରହ୍ମପୁର ରାସ୍ତାରେ ନେଇ କୌଣସି ଏକ ନିଚ୍ଛାଟିଆ ଜାଗାରେ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରି ଛାଡ଼ି ଦେଇଥିଲେ।

ପରବର୍ତ୍ତୀ ସମୟରେ ପୀଡ଼ିତା ନାବାଳିକା ଜଣକ କୋଦଳା ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଅଟୋ ଚାଳକକୁ ଗିରଫ କରି ଏତଲା ନଂ ୨୭୧/୨୩ ଅନୁଯାୟୀ ପୋକ୍ସୋ ଅଦାଲତକୁ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ: ଦୁଇ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଏପ୍ରିଲ ୨୮ ତାରିଖ ରେ ଦୁଇ ଭଉଣୀ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଦେଖିବାକୁ ଶ୍ରୀରାମ ନଗରର ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। କିନ୍ତୁ ଉକ୍ତ ଦୁଇ ଭଉଣୀ ଘରକୁ ନଫେରିବାରୁ ପରିବାର ଲୋକେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଉକ୍ତ ଦୁଇ ଜଣ ଭୁବନେଶ୍ୱର ଯିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ ଓ ନାବାଳିକା ଦ୍ଵୟଙ୍କୁ ପୃଥକ୍ ଭାବେ ଜେରା କରିବା ପରେ ଦୁଇ ଜଣ ଯୁବକ ସେମାନଙ୍କୁ କାର୍ ଯୋଗେ ବ୍ରହ୍ମପୁରରୁ ଆଣି ଚମାଖଣ୍ଡି ଗାଁ ଭିତରେ ଥିବା ଏକ କୁକୁଡ଼ା ଫାର୍ମରେ ରଖି ଦୁଷ୍କର୍ମ କରିଥିଲେ ବୋଲି ଥାନା ଓ ଅଦାଲତରେ ବୟାନ ଦେଇଥିଲେ।

ପରବର୍ତ୍ତୀ ସମୟରେ ପୋଲିସ ଛାନଭିନ୍ କରି ଦୁଇ ଅପହୃତା ଶିତଳାପଲୀ ଗ୍ରାମର ମଣ୍ଟୁ ସେଠୀ ଓ ନିମଖଣ୍ଡି ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମର ତୋଫାନ ସେଠୀ ନାମକ ଦୁଇ ଯୁବକଙ୍କୁ ଆଣି ଜେରା କରିବା ପରେ ଉକ୍ତ ନାବାଳିକା ଓ ଏହି ଯୁବକକୁ ଡ଼ାକ୍ତରୀ ମାଇନା କରିବା ପରେ ଯୁବକ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଛନ୍ତିି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଲେଭଟା ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ଅଂଚଳର ଜଣେ ଅବିବାହିତା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ନାକଟିଦେଉଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଯୁବତୀ ଜଣଙ୍କ ଘରଠାରୁ କିଛି ଦୂରକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଯୁବକ ଆସି ଯୁବତୀ ଜଣଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳବାର ଦିନ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ତେବେ ଯୁବକ ଜଣଙ୍କ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ବଂଜାଗୋଳା ଗ୍ରାମର ବୋଲି ସୂଚନା ମିଳିଛି। ନାକଟିଦେଉଳ ଥାନା ଅଧିକାରୀ କୃପା ବାଗଙ୍କୁ ପଚାରିବାରୁ ଦୁଷ୍କର୍ମ ଅଭିଯୋଗ ହୋଇଛି ହେଲେ ପୁଲିସ୍ ପକ୍ଷରୁ ତଦନ୍ତ ଚାଲିଛି। ଅଭିଯୁକ୍ତ ଗିରଫ ପରେ ସଂପୂର୍ଣ୍ଣ ଘଟଣାର ସୂଚନା ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କଂଗ୍ରେସ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା: ମାମଲା ରୁଜୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାରର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ରାଷ୍ଟ୍ରୀୟ ସଚିବ ଉମାଙ୍ଗ ସିଙ୍ଘାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜନୈକ ମହିଳା ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨୦୨୧ରୁ ନଭେମ୍ବର ୧୮ ତାରିଖ ୨୦୨୨ମଧ୍ୟରେ ଉମାଙ୍ଗ ସିଙ୍ଘାର PWD କାର୍ଯ୍ୟାଳୟ ପଛରେ ଥିବା ବିଧାୟକଙ୍କ ବାସଭବନରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କ ସହ ମାରପିଟ କରି ଅସଦାଚରଣ ମଧ୍ୟ କରିଥିଲେ। ମହିଳା ଜଣକ ବିଧାୟକଙ୍କୁ ଅପ୍ରାକୃତିକ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ତ ଅଭିଯୋଗ ଆଧାରରେ ନୌଗାଓଁ ପୋଲିସ ଆଇପିସିର ଧାରା ୩୭୬, ୩୭୭ ଏବଂ ୪୯୮ ଅନୁଯାୟୀ ଉମାଙ୍ଗ ସିଙ୍ଘରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଧାର ଏସପି ଆଦିତ୍ୟ ପ୍ରତାପ ସିଂ କହିଛନ୍ତି ଯେ, ନଭେମ୍ବର ୨୧ ତାରିଖରେ ଏକ ମାମଲା ରୁଜୁ ହୋଇଛି। ମାମଲା ପଞ୍ଜିକରଣ କରିବା ପରେ ପୋଲିସ ତଦନ୍ତ କରୁଛି। ପୀଡିତାଙ୍କ ସୂଚନା ଅନୁଯାୟୀ ମାମଲାର ତଦନ୍ତ କରାଯାଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିନା ଟିକେଟ୍ ରେ ଯାତ୍ରା କରୁଥିବା ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରେ ବିନା ଟିକେଟରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କ୍ୟାଣ୍ଟ ପୋଲିସ ଅଭିଯୁକ୍ତ ଟିସିଙ୍କ ବିରୋଧରେ ଦୁଷ୍କରମ ମାମଲା ରୁଜୁ କରି ତାଙ୍କୁ ଜିଆରପିକୁ ହସ୍ତାନ୍ତର କରିଛି। ପୀଡିତା ଜଣକ ୪୦ ବର୍ଷ ବୟସ୍କା ଭିନ୍ନକ୍ଷମ ମହିଳା ରାତିରେ ଭାଗଲପୁର ଏକ୍ସପ୍ରେସ ଟ୍ରେନ ଯୋଗେ ସାଗରକୁ ଆସିଥିଲେ।

କ୍ୟାଣ୍ଟ ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ଗୌରବ ତିୱାରୀ କହିଛନ୍ତି ଯେ, ଜଣେ ୪୦ ବର୍ଷ ବୟସ୍କା ଭିନ୍ନକ୍ଷମ ମହିଳା ରବିବାର (ଜୁନ୍ ୫) ରେ ଭାଗଲପୁର ଏକ୍ସପ୍ରେସ ଟ୍ରେନ୍ ଯୋଗେ ଗୁନାକୁ ଆସୁଥିଲେ। ଏହି ଟ୍ରେନ୍ ଶନିବାର ରାତି ପ୍ରାୟ ୮.୩୦ ସମୟରେ ସାଗର ରେଳ ଷ୍ଟେସନରେ ପହଞ୍ଚିଥିଲା। ଟିସି ରାଜୁ ଲାଲ ମୀଣା ତାଙ୍କୁ ଏକ ନମ୍ବର ପ୍ଲାଟଫର୍ମରେ ଅଟକାଇ ଟିକେଟ ମାଗିଥିଲେ। ମହିଳା ଜଣଙ୍କ ପାଖରେ ଟିକେଟ୍ ନଥିଲା। ମହିଳା ଜଣଙ୍କ ଟିସିକୁ କହିଥିଲେ ଯେ, ଗୁନାରେ ତାଙ୍କ ସ୍ୱାମୀ ଟିକେଟ୍ ନେବାକୁ ଯାଇଥିଲେ, କିନ୍ତୁ ସେ ଆସିପାରିନଥିଲେ। ସେ ଏକୁଟିଆ ସାଗରକୁ ଆସିଲେ। ଏହି ସମୟରେ ଯେତେବେଳେ ସେ ନିଜର ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ଆଧାର କାର୍ଡ ଦେଖାଇଲେ, ଟିସି ଏହାକୁ ଜବତ କରିନେଲେ। ଟିସି ତାଙ୍କୁ ଚ୍ୟାଲେନ୍ ଏବଂ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ କହିଲେ।

ଯେତେବେଳେ ଭିନ୍ନକ୍ଷମ ମହିଳା ଏକୁଟିଆ ଥିଲେ, ଟିସି ତାଙ୍କୁ ଏଫ୍ଆଇଆର୍ ଦାଖଲ କରିବାକୁ ଚେତାବନୀ ଦେଇଥିଲେ ଏବଂ ତାଙ୍କ ଡକ୍ୟୁମେଣ୍ଟ ଫେରସ୍ତ କରିନଥିଲେ। ଏହା ପରେ, ଯେତେବେଳେ ମହିଳା କ୍ଷମା ମାଗିଲେ, ସେ ଅନ୍ୟ କୋଠରୀକୁ ଯାଇ ସାହିବଙ୍କ ସହ କଥା ହେବା ଆରମ୍ଭ କଲେ। ଏହା ପରେ ମହିଳା ଜଣଙ୍କୁ ଅଭିଯୁକ୍ତ ଟିସି ତାଙ୍କ ପଛରେ ଆସିବାକୁ କହିଥିଲେ।” ଅଭିଯୁକ୍ତ ଟିସି ମହିଳାଙ୍କୁ ଷ୍ଟେସନ ନିକଟରେ ଥିବା ତାଙ୍କ କ୍ୱାର୍ଟର୍ସ ଭିତରକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏହାପରେ ପୀଡିତା ମହିଳା ଜଣକ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। କ୍ୟାଣ୍ଟ ପୋଲିସ ଧାରା ୩୭୬ର ଏକ ମାମଲା ପଞ୍ଜୀକୃତ କରି ଅଭିଯୁକ୍ତଙ୍କୁ ଜିଆରପିକୁ ହସ୍ତାନ୍ତର କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ମାର୍ବଲ ମିସ୍ତ୍ରୀକୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ହୋଇଛି। ଅଭିଯୁକ୍ତ ଜଣେ ମାର୍ବଲ ମିସ୍ତ୍ରୀ ଏବଂ ତାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଜଣଙ୍କୁ ଟାଙ୍ଗୀ ଥାନା ପୋଲିସ୍ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ଟାଇଲ୍ କାମ କରିବା ପାଇଁ ଟାଙ୍ଗୀ ଥାନା ଝରିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଘରକୁ ମାର୍ବଲ ମିସ୍ତ୍ରୀ ଜଣଙ୍କ ଯାଇଥିଲେ। ହେଲେ ସେଠାରେ ସେହି ମହିଳା ଜଣଙ୍କୁ ମାର୍ବଲ ମିସ୍ତ୍ରୀ ଦୁଷ୍କର୍ମ କରିଥିଲେ।

ମାର୍ବଲ ମିସ୍ତ୍ରୀଙ୍କର ନାମ ଚିତ୍ତ ରଂଜନ ପଲେଇ (୩୪ ବର୍ଷ)। ଅଭିଯୋଗ ପରେ ଚିତ୍ତ ରଂଜନଙ୍କୁ ଗିରଫ କରାଯାଇଛି। ଏବଂ ଅଭିଯୁକ୍ତଙ୍କ ନାମରେ କେଶ୍ ନଂ ୧୦୬/୨୨ ରେ ମାମଲା ରୁଜ୍ଜୁ କରିଛି। ତେବେ ପୋଲିସ୍ ଉଭୟଙ୍କର ନମୁନା ପରୀକ୍ଷା କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ, କୋର୍ଟ ଚାଲାଣ

କନ୍ଦର୍ପ ବେହେରା
ରେଢାଖୋଲ: ବାଟଗାଁ ଅଂଚଳର ଜନୈକା ବାଳିକାକୁ ଧର୍ଷଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ନାକଟିଦେଉଳ ପୋଲିସ୍ ଗିରଫ କରିଛି। ଅଭିଯୋଗରୁ ପ୍ରକାଶ ଯେ, ବାଟଗାଁ ଅଂଚଳର ଜନୈକା ଯୁବତୀକୁ ନାକଟିଦେଉଳ ଥାନା ଶଙ୍କରପାଲି ଗ୍ରାମର ବିରଂଚି ନାଏକ (୨୫) ନାମକ ଯୁବକ ଦୁଷ୍କର୍ମ କରିଥିଲା।

ଏ ସଂପର୍କରେ ପିଡୀତା ଯୁବତୀର ପରିବାର ତରଫରୁ ଗତକାଲି ନାକଟିଦେଉଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଥିଲେ। ନାକଟିଦେଉଳ ଥାନା କେସ୍ ନଂ୧୩୭ ତା.୨୫/୧୦/୨୦୨୧ ୟୁ/ଏସ୍ ୩୭୬/୫୦୬୧.ପିସି ରେ ଅଭିଯୁକ୍ତ ବିରଂଚି ନାଏକକୁ ପୋଲିସ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ହେଲା ମୃତ୍ୟୁ: ସାଂସଦଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଦାହ କରି ଗୁରୁତର ହୋଇଥିବା ଦୁଇଜଣ ଯୁବକ ଏବଂ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉତ୍ତରପ୍ରଦେଶର ଘୋସିରୁ ବହୁଜନ ସମାଜ ପାର୍ଟିର ସାଂସଦ ଅତୁଲ ରାୟଙ୍କର ବିରୋଧରେ ଯୁବତୀଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ତଳେ ସୁପ୍ରିମକୋର୍ଟ ସମ୍ମୁଖରେ ଦୁଇଜଣ ଯୁବକ ଏବଂ ଯୁବତୀ ଆତ୍ମଦାହ କରିବାକୁ ପ୍ରୟାସ କରିଥିଲେ। ଉଭୟଙ୍କ ଦେହରେ ନିଆଁ ଲାଗିଥିବା ଦେଖି ନିକଟରେ ଥିବା କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଉଭୟଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଉଭୟଙ୍କ ଶରୀର ପ୍ରାୟ ୩୦-୪୦ ପ୍ରତିଶତ ଜଳି ଯାଇଥିଲେ। ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ଆଜି ଯୁବକଙ୍କ ମୃତ୍ୟୁ ହୋଇଯାଇଛି।

ନାବାଳିକା ଜଣକ ନିଜକୁ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିବାବେଳେ ମୃତ ଯୁବକ ଜଣଙ୍କ ଏହି ଘଟଣାର ସାକ୍ଷୀ ଥିଲା। ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ନାବାଳିକାଜଣଙ୍କ ସୋସିଆଲ ମିଡିଆରେ ଲାଇଭ୍ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗାଡିଆପଡା ଆଶ୍ରମରେ ଦୁଷ୍କର୍ମ ଅଭିଯୋଗ: ଦୁଇ ଗିରଫ

ଫୁଲବାଣୀ: ଜନୈକା ଯୁବତୀଙ୍କ ସହ ମାସାଧିକ କାଳ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଖଜୁରୀପଡା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପିଡିତାଙ୍କ ଅଭିଯୋଗ ମୁତାବକ ଖଜୁରୀପଡା ଥାନା ଗାଡିଆପଡା ଗ୍ରାମର ଜମ୍ବୁ ମଲିକ ପ୍ରାୟ ଚାରିମାସ ତଳେ ତାଙ୍କୁ ଗାଡିଆପଡା ଆଶ୍ରମରେ ରାତିରେ ଶୋଇବା ପାଇଁ ଡାକିଥିଲେ। ଯୁବତୀ ଜଣକ ନିଜ ଇଚ୍ଛା ବିରୋଧରେ ବାଧ୍ୟ ହୋଇ ତାଙ୍କ ସହ ଯାଇଥିଲେ। ରାତିରେ ଜମ୍ବୁଙ୍କ ସହଯୋଗୀ ଫିରିଙ୍ଗିଆ ଥାନା ଲଦାଡି ଗ୍ରାମର କୃଷ୍ନଚନ୍ଦ୍ର କହଁର ତାଙ୍କ ସହ ଦୁଷ୍କର୍ମକରିଥିଲେ ବୋଲି ପିଡିତା ଅଭିଯୋଗ କରିଛନ୍ତି।

ଏହାପରଠାରୁ ଏକ ମାସ ପର୍ଯ୍ୟନ୍ତ ଜମ୍ବୁ ତାଙ୍କୁ ସେଠାରେ ରଖିବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କୃଷ୍ନଙ୍କୁ ସୁଯୋଗ ଦେଇଥିଲେ। ଏହାପରେ ପଡିତା ଗର୍ଭବତୀ ହେବାରୁ ଆଉ ସେଠାକୁ ଯାଇ ନ ଥିଲେ।

ଯୁବତୀ ଜଣକ ଏ ନେଇ ଗତ ୨୧ ତାରିଖରେ ଖଜୁରୀପଡା ଥାନାରେ ଏତାଲା ଦେବାରେ ପୁଲିସ କେସ ନଂ ୨୩/୨୧ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ପିଡିତାଙ୍କୁ ଏକ ମା ଗୃହରେ ରଖାଯାଇଛି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ବିବାହର ପ୍ରଲୋଭନ ଦେଖାଇ ଜଣେ ୨୨ ବର୍ଷିୟା ଯୁବତୀକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ଗୁରୁଗ୍ରାମ:  ବିବାହର ପ୍ରଲୋଭନ ଦେଖାଇ ଜଣେ ୨୨ ବର୍ଷିୟା ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଗୁରୁଗ୍ରାମ ପୋଲିସ ଜଣେ ଯୁବକକୁ ଗିରଫ କରିଛି। ରାଜସ୍ଥାନର ଝୁନଝୁନ ନିବାସୀ ଏହି ଯୁବତୀ  ଜଣେ କଲେଜ ଛାତ୍ରୀ। ଏହା ସହିତ ସେ ଉଚ୍ଚ ଶିକ୍ଷା ପାଇଁ ଏକ ଘରୋଇ କମ୍ପାନୀରେ ମଧ୍ୟ କାମ କରନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦ ମାସ ପୂର୍ବେ ଗୁରୁଗ୍ରାମର ପାଲାସୋଲି ଗାଁର ବାସିନ୍ଦା ଅମନ ଶାହା (୨୩) ଙ୍କୁ ତାଙ୍କ ବନ୍ଧୁଙ୍କ ମାଧ୍ୟମରେ ଭେଟିଥିଲେ। ସେମାନଙ୍କର ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ଏବଂ ସେ ଦୁହେଁ ସେକ୍ଟର-୪୦ ପୋଲିସ ଷ୍ଟେସନ ଏକାଠି ରହିବାକୁ ଲାଗିଲେ। ପୀଡିତା ପୋଲିସକୁ କହିଛନ୍ତି ଯେ, ବିବାହର ଆଶା ଦେଖାଇ ସେ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସ୍ୱାସ୍ଥ୍ୟ ସମସ୍ୟା ହେବାରୁ ପୀଡିତା ନିଜ ଜନ୍ମସ୍ଥାନକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେଠାରେ ସେ ଗର୍ଭବତୀ ହୋଇଥିବାର ଜାଣିପାରିଥିଲେ। ଏହି ଘଟଣା ବିଷୟରେ ସେ ଅମନଙ୍କୁ ଜଣାଇଥିଲେ କିନ୍ତୁ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।

ଗୁରୁଗ୍ରାମ ପୋଲିସର ମୁଖପାତ୍ର କହିଛନ୍ତି, “ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ସେକ୍ଟର-୪୦ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି।”

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ୭ ବର୍ଷର ନାବାଳିକାକୁ ଜଣେ ୧୫ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ଟିୟୁସନ ସାରି ଘରକୁ ଫେରିବା ବାଟରେ ଅଭିଯୁକ୍ତ ନାବାଳକ ଜଣକ କାଜୁ ଜଙ୍ଗଲରେ ଦୁଷ୍କର୍ମ କରିଛି। ଏନେଇ ଟାଙ୍ଗୀ ଥାନାରେ ନାବାଳିକା ପରିବାର ପକ୍ଷରୁ ଏତଲା ହୋଇଛି। ପରେ ଟାଙ୍ଗୀ ପୋଲିସ ତଦନ୍ତ କରି ନାବାଳିକାକୁ ମେଡ଼ିକାଲ ଚିକିତ୍ସା କରିଛନ୍ତି। ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଖାକିରେ ଲାଗିଲା କଳାଦାଗ: ଏସ୍‌ଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସ୍‌ଆଇ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୁଣି ଖାକିରେ ଲାଗିଛି କଳାଦାଗ। ସାରଙ୍ଗଗଡ଼ ଥାନରେ କାର୍ଯ୍ୟକରୁଥିବା ଜନୈକ ମହିଳା ଏସ୍‌ଆଇ ଖଲିକୋଟ ଥାନା ଏସ୍‌ଆଇଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ନେଇ ଆଜି ଭୁବନେଶ୍ୱରେ ଡ଼ିଜିଙ୍କୁ ଭେଟି ମହିଳା ଏସ୍‌ଆଇ ଜଣକ ଅଭିଯୋଗ କରିଛନ୍ତି। ପୁରୁଷ ଏସ୍‌ଆଇ ବର୍ତ୍ତମାନ ଫେରାର୍ ହୋଇଯାଇଥିବାବେଳେ ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଘଟଣାରୁ ପ୍ରକାଶ ଯେ ଖଲିକୋଟ ଥାନାରେ କାର୍ଯ୍ୟରତ ଥିବା ପୁରୁଷ ଏସ୍‌ଆଇ ଜଣଙ୍କ ସହ ସାରଙ୍ଗଗଡ଼ ଥାନାରେ ଥିବା ମହିଳା ଏସ୍‌ଆଇଙ୍କ ଗତ ତିନିବର୍ଷ ହେଲା ପ୍ରେମସଂପର୍କ ଥିଲା। ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ ମଧ୍ୟ ବିବାହ କରିବାକୁ ଅମଙ୍ଗ ହେଉଥିଲେ। କିନ୍ତୁ ମହିଳା ଏସ୍‌ଆଇ ଜଣଙ୍କ ବାରମ୍ବାର ଜିଦ୍ କରିବାରୁ ସଂପୃକ୍ତ ଏସ୍‌ଆଇ ତାଙ୍କ ସହ ଏକ ମିଛ ବିବାହ କରିଥିଲେ। କିନ୍ତୁ ପରେ ତାଙ୍କୁ ଧୋକା ଦେଇ ଚାଲିଯାଇଥିଲେ। ଫଳରେ ମହିଳା ଏସ୍‌ଆଇ ଜଣକ କିଛି ମାସ ତଳେ ତାଙ୍କ ନାମରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ତାଙ୍କୁ ଗିରଫ କରିନଥିଲା। ଫଳରେ ସେ ଘଟଣାର ସୁଯୋଗ ନେଇ କେଉଁଆଡ଼େ ଫେରାର୍ ହୋଇଯାଇଥିଲେ।

ନ୍ୟାୟ ପାଇବାରେ ହତାଶ ହୋଇ ମହିଳା ଏସ୍‌ଆଇ ଜଣକ ଆଜି ଭୁବନେଶ୍ୱରରେ ପହଞ୍ଚି ଡ଼ିଜିଙ୍କୁ ଅଭିଯୋଗ କରିବା ପରେ ପୁରା ଘଟଣା ଲୋକଲୋଚନକୁ ଆସିପାରିଛି। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ସାଧାରଣ ଜନତାଙ୍କୁ ପୋଲିସ୍ ସୁରକ୍ଷା ଦେଉଥିବାବେଳେ ଖୋଦ୍ ସହକର୍ମୀ ଏସ୍‌ଆଇ ନିଜେ ଅସୁରକ୍ଷିତ ରହିବା ତେବେ ପୋଲିସ୍ ଉପରେ ଲୋକଙ୍କ ଭରଷା ତୁଟିଯିବ। ଏହି ଘଟଣା ପରେ ଗଂଜାମ ଏସ୍‌ପି ବ୍ରିଜେଶ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଥାନା ଇନସ୍‌ପେକ୍ଟର ଘଟଣାର ତଦନ୍ତ କରୁଛନ୍ତି। ଘଟଣାର ପ୍ରକୃତ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।