Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାକିରେ ଲାଗିଲା କଳାଦାଗ: ଏସ୍‌ଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସ୍‌ଆଇ
ଆଜିର ଖବର

ଖାକିରେ ଲାଗିଲା କଳାଦାଗ: ଏସ୍‌ଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସ୍‌ଆଇ

August 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୁଣି ଖାକିରେ ଲାଗିଛି କଳାଦାଗ। ସାରଙ୍ଗଗଡ଼ ଥାନରେ କାର୍ଯ୍ୟକରୁଥିବା ଜନୈକ ମହିଳା ଏସ୍‌ଆଇ ଖଲିକୋଟ ଥାନା ଏସ୍‌ଆଇଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ନେଇ ଆଜି ଭୁବନେଶ୍ୱରେ ଡ଼ିଜିଙ୍କୁ ଭେଟି ମହିଳା ଏସ୍‌ଆଇ ଜଣକ ଅଭିଯୋଗ କରିଛନ୍ତି। ପୁରୁଷ ଏସ୍‌ଆଇ ବର୍ତ୍ତମାନ ଫେରାର୍ ହୋଇଯାଇଥିବାବେଳେ ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଘଟଣାରୁ ପ୍ରକାଶ ଯେ ଖଲିକୋଟ ଥାନାରେ କାର୍ଯ୍ୟରତ ଥିବା ପୁରୁଷ ଏସ୍‌ଆଇ ଜଣଙ୍କ ସହ ସାରଙ୍ଗଗଡ଼ ଥାନାରେ ଥିବା ମହିଳା ଏସ୍‌ଆଇଙ୍କ ଗତ ତିନିବର୍ଷ ହେଲା ପ୍ରେମସଂପର୍କ ଥିଲା। ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ ମଧ୍ୟ ବିବାହ କରିବାକୁ ଅମଙ୍ଗ ହେଉଥିଲେ। କିନ୍ତୁ ମହିଳା ଏସ୍‌ଆଇ ଜଣଙ୍କ ବାରମ୍ବାର ଜିଦ୍ କରିବାରୁ ସଂପୃକ୍ତ ଏସ୍‌ଆଇ ତାଙ୍କ ସହ ଏକ ମିଛ ବିବାହ କରିଥିଲେ। କିନ୍ତୁ ପରେ ତାଙ୍କୁ ଧୋକା ଦେଇ ଚାଲିଯାଇଥିଲେ। ଫଳରେ ମହିଳା ଏସ୍‌ଆଇ ଜଣକ କିଛି ମାସ ତଳେ ତାଙ୍କ ନାମରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ତାଙ୍କୁ ଗିରଫ କରିନଥିଲା। ଫଳରେ ସେ ଘଟଣାର ସୁଯୋଗ ନେଇ କେଉଁଆଡ଼େ ଫେରାର୍ ହୋଇଯାଇଥିଲେ।

ନ୍ୟାୟ ପାଇବାରେ ହତାଶ ହୋଇ ମହିଳା ଏସ୍‌ଆଇ ଜଣକ ଆଜି ଭୁବନେଶ୍ୱରରେ ପହଞ୍ଚି ଡ଼ିଜିଙ୍କୁ ଅଭିଯୋଗ କରିବା ପରେ ପୁରା ଘଟଣା ଲୋକଲୋଚନକୁ ଆସିପାରିଛି। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ସାଧାରଣ ଜନତାଙ୍କୁ ପୋଲିସ୍ ସୁରକ୍ଷା ଦେଉଥିବାବେଳେ ଖୋଦ୍ ସହକର୍ମୀ ଏସ୍‌ଆଇ ନିଜେ ଅସୁରକ୍ଷିତ ରହିବା ତେବେ ପୋଲିସ୍ ଉପରେ ଲୋକଙ୍କ ଭରଷା ତୁଟିଯିବ। ଏହି ଘଟଣା ପରେ ଗଂଜାମ ଏସ୍‌ପି ବ୍ରିଜେଶ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଥାନା ଇନସ୍‌ପେକ୍ଟର ଘଟଣାର ତଦନ୍ତ କରୁଛନ୍ତି। ଘଟଣାର ପ୍ରକୃତ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦୁଷ୍କର୍ମ ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.