ଗାଡିଆପଡା ଆଶ୍ରମରେ ଦୁଷ୍କର୍ମ ଅଭିଯୋଗ: ଦୁଇ ଗିରଫ

Published: Feb 24, 2021, 11:05 am IST

ଫୁଲବାଣୀ: ଜନୈକା ଯୁବତୀଙ୍କ ସହ ମାସାଧିକ କାଳ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଖଜୁରୀପଡା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପିଡିତାଙ୍କ ଅଭିଯୋଗ ମୁତାବକ ଖଜୁରୀପଡା ଥାନା ଗାଡିଆପଡା ଗ୍ରାମର ଜମ୍ବୁ ମଲିକ ପ୍ରାୟ ଚାରିମାସ ତଳେ ତାଙ୍କୁ ଗାଡିଆପଡା ଆଶ୍ରମରେ ରାତିରେ ଶୋଇବା ପାଇଁ ଡାକିଥିଲେ। ଯୁବତୀ ଜଣକ ନିଜ ଇଚ୍ଛା ବିରୋଧରେ ବାଧ୍ୟ ହୋଇ ତାଙ୍କ ସହ ଯାଇଥିଲେ। ରାତିରେ ଜମ୍ବୁଙ୍କ ସହଯୋଗୀ ଫିରିଙ୍ଗିଆ ଥାନା ଲଦାଡି ଗ୍ରାମର କୃଷ୍ନଚନ୍ଦ୍ର କହଁର ତାଙ୍କ ସହ ଦୁଷ୍କର୍ମକରିଥିଲେ ବୋଲି ପିଡିତା ଅଭିଯୋଗ କରିଛନ୍ତି।

ଏହାପରଠାରୁ ଏକ ମାସ ପର୍ଯ୍ୟନ୍ତ ଜମ୍ବୁ ତାଙ୍କୁ ସେଠାରେ ରଖିବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କୃଷ୍ନଙ୍କୁ ସୁଯୋଗ ଦେଇଥିଲେ। ଏହାପରେ ପଡିତା ଗର୍ଭବତୀ ହେବାରୁ ଆଉ ସେଠାକୁ ଯାଇ ନ ଥିଲେ।

ଯୁବତୀ ଜଣକ ଏ ନେଇ ଗତ ୨୧ ତାରିଖରେ ଖଜୁରୀପଡା ଥାନାରେ ଏତାଲା ଦେବାରେ ପୁଲିସ କେସ ନଂ ୨୩/୨୧ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ପିଡିତାଙ୍କୁ ଏକ ମା ଗୃହରେ ରଖାଯାଇଛି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Related posts