Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ: ମଦ ଜବତ, ଦୁଇ ଗିରଫ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି। ସୂଚନା ମୁତାବକ ନାଚୁଣୀ ବଜାରରେ ଚଢ଼ାଉ କରାଯାଇ ଅଭିଯୁକ୍ତ ଗୋବିନ୍ଦ ପଲେଇଙ୍କୁ ୯ ଲିଟର ଆସ୍କା-୪୦ ଏବଂ ବାଣପୁର ଥାନା ରାଣୀପଡ଼ା ଗ୍ରାମରେ ଚଢ଼ାଉ କରାଯାଇ ଅଭିଯୁକ୍ତ କାର୍ତ୍ତିକ ଦାସଙ୍କୁ ୯୦ ଲିଟର ଦେଶୀ ମଦ ଓ ବାଇକ ସହ ଗିରଫ କରାଯାଇଛି।

ଉଭୟଙ୍କ ବିରୁଦ୍ଧରେ ଦୁଇ ଗୋଟି ଅବକାରୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିକେନ ଦୋକାନୀକୁ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ବାଲିପଡା ଛକରେ ଚିକେନ ଦୋକାନ କରିଥିବା କାଳିଆ ଗୌଡ଼କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ସାହୁ ଓ ସୌମ୍ୟରଞ୍ଜନ ସାମନ୍ତରାୟ ନାମକ ଦୁଇ ଯୁବକଙ୍କୁ ଗିରଫ କରି ସଦର ଥାନା ପୋଲିସ କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ଜଣେ କୁକୁଡ଼ା ଫାର୍ମ ମାଲିକ ଓ ଆହତ କାଳିଆ ଗୌଡ଼ ତା ପାଖରେ ଅଟୋ ଚାଳକ ଭାବେ କାମ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାଳିଆ ଅଟୋ ଚାଳକ କାମ ଛାଡି ନିଜ ଗାଁ ରେ ଗୋଟେ ଚିକେନ ଦୋକାନ ଖୋଲିଥିଲ। ସେହି ସମୟରୁ କାଳିଆ ସହ ସୁର୍ଯ୍ୟ ନାରାୟଣର ଶତ୍ରୁତା ଆରମ୍ଭ ହୋଇଥିଲା।

ଗତ ମଙ୍ଗଳବାର ଦିନ କାଳିଆକୁ ବିଭିନ୍ନ ବାହାନା ଦେଖାଇ ସୁର୍ଯ୍ୟ କୁକୁଡ଼ା ଫାର୍ମକୁ ଡାକି ଅତର୍କିତ ଭାବେ ସେ ଓ ସାଙ୍ଗ ସୌମ୍ୟରଞ୍ଜନ କାତିରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ କାଳିଆ ସେଠାରୁ ଘରକୁ ଯାଇ ପରିବାର ଲୋକଙ୍କ ସହଯୋଗରେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସଦର ଥାନାରେ ଅଭିଯୋଗ କରିଥିଲା ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ୫୮୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାନପୁର ହତ୍ୟାକାଣ୍ଡ ମାମଲାରେ ଦୁଇ ଗିରଫ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ଦାନପୁର ଗ୍ରାମର ଦୀପକ ଖଟୁଆ, ଜିତେନ୍ଦ୍ର ପ୍ରଧାନଙ୍କୁ କୋଦଳା ପୋଲିସ୍ ଗିରଫ କରିବା ସହ କେସ ନଂ ୪୭୩ /୨୯.୯.୨୩ ରେ ଏକ ମାମଲା ରୁଜୁ କରି ୟୁ / ଏସ୍ ୩୪୧, ୩୨୩, ୩୨୪, ୨୯୪, ୩୦୭, ୩୦୨, ୧୨୦ ବି, ୩୪ ଆଇ ପି ସି ଦଫା ଲାଗିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆସ୍କା ଅବକାରୀ ବଭାଗର ଚଢାଉ: ବିପୁଳ ପରିମାଣର ଦେଶୀ ଆଉ ବିଦେଶୀ ମଦ ଜବତ, ଦୁଇ ଗିରଫ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସ୍କା: ଆଜି ଆସ୍କା ଅବକାରୀ ବଭାଗର ବହୁ-ଶୃଙ୍ଖଳିତ ଦଳ ଦ୍ଵାରା ନିମିନା, ବାଲିସିରା ଏବଂ ଆସ୍କା I.B. କ୍ୟାମ୍ପରେ ଚଢାଉ କରାଯାଇଥିଲା। ଏଥିରେ ୦୩ ଟି ମାମଲା ଚିହ୍ନଟ ହୋଇଥିଲା ବେଳେ ୫୧୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏହା ସହ ୪୩୦୦ ଲିଟର ପୋଚ ଜବତ ହୋଇଥିଲା।

ଏଥିରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ,ଏହି ଚଢ଼ାଉରେ ଆସ୍କା ତହସିଲଦାର, ଅବକାରୀ ଇନ୍ସପେକ୍ଟର ବାଲାକା ବିଶୀ, ଆସ୍କା ରେଞ୍ଜ ପ୍ରଦୀପ କୁମାର ମହାନ୍ତି, ଆସ୍କା ଏକ୍ସାଇଜ୍ ଷ୍ଟେସନ୍ ଓଆଇସି ଏବଂ ସେମାନଙ୍କର କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀ: ଦାଦା ବଟି ଆଦାୟ କରି ଦୁଇ ଗିରଫ

ପୁରୀ: ଦାଦା ବଟି ମାଗି ପୁରୀ ଟାଉନ ଥାନା ପୋଲିସ ହାତରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ। ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଅଞ୍ଚଳର ରାକେଶ ପ୍ରଧାନ (୨୦) ଏବଂ ଜ୍ଞାନରଞ୍ଜନ ଦାସ (୨୧)।

ଉକ୍ତ ଦୁଇ ଅଭିଯୁକ୍ତ ଆଜି ମାର୍କେଟ ଛକ ନିକଟରେ ଥିବା ମାଛ ମାର୍କେଟ ଦୋକାନୀଙ୍କୁ ଡରାଇ ଧମକାଇ ଦାଦା ବଟି ଆଦାୟ କରୁଥିଲେ। ଅଭିଯୋଗ ପାଇ ଟାଉନ ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ସମ୍ପୃକ୍ତ ସ୍ଥାନକୁ ଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଦୁଇ ଗୋଟି ଆଇରନ ରଡ଼ ଓ କିଛି ଟଙ୍କା ଜବତ ହୋଇଛି।

Categories
ଆଞ୍ଚଳିକ

ମଦ୍ୟପଙ୍କ ବେପରୁଆ ଗାଡି ଚାଳନା, ଦୁଇ ଗିରଫ

କୁଜଙ୍ଗ: କୁଜଙ୍ଗ ପୁଲିସ ପକ୍ଷରୁ ଗତକାଲି ରାତିରେ ମଦ୍ୟପଙ୍କ ବେପରୁଆ ଗାଡି ଚାଳନାକୁ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇଜଣ ହେଲେ ଏରସମା ଥାନା ଗୋଡା ଅଞ୍ଚଳର ଦୁର୍ଯ୍ୟଧନ ସାମଲଙ୍କ ପୁଅ ବିକ୍ରମ ସାମଲ (୨୮)। ସେହିପରି ଅନ୍ୟ ଜଣେ ହେଲେ ଫତେପୁର ପଂଚାୟତ ପ୍ରତାପପୁର ଗଗନ ସ୍ୱାଇଁ(୩୮)। ଗଗନ ମାଳହୁଙ୍କାରେ ରାସ୍ତାରେ ମଦ୍ୟପାନ କରି ଏକ ସୁପର ସ୍ପେ୍ଲ୍ଲଣ୍ଡର ବାଇକ୍ ଓଆର୍‌୦୫ ଏସ୍ ୦୫୨୯ ରେ ବେପେରୁଆଭାବେ ଗାଡି ଚଳାଉଥିବା ବେଳେ ତାକୁ ଗିରଫ କରାଯାଇଥିଲା।

ସେହିପରି ବିକ୍ରମ ଏକ କାର ଓଡି ୦୫ ଏଏନ୍ ୪୮୬୮ ରେ କାଳିଆପାଟ-ତ୍ରିଲୋଚନରପୁର ରାସ୍ତାରେ ମଦ୍ୟପାନ ସହ ଗାଡି ବେପୁରୁଆ ଢଙ୍ଗରେ ଚଳାଉଥିବା ବେଳେ କୁଜଙ୍ଗ ପୋଲିସ ଗିରଫ କରିଥିଲେ। ପୂର୍ବରୁ ବିକ୍ରମଙ୍କ ନାମରେ ଏରସମା ଥାନାରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ ଯାଇଥିଲେ ଓ ତାଙ୍କ ନାମରେ ବହୁତ ସଂଗୀନ ଅଭିଯୋଗ ମାନ ରହିଥିବା ଥାନା ଅଧିକାରୀ ରଶ୍ମି ରଂଜନ ଦାଶଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓଡିଶା ପ୍ରସିଦ୍ଧ ମା’ ଉଗ୍ରତାରା ଦେବୀଙ୍କ ମନ୍ଦିରରୁ ଚୋରୀ ଘଟଣା: ଦୁଇ ଗିରଫ, ସମସ୍ତ ସୁନା ଅଳଙ୍କାର ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁ ବଡ ସଫଳତା ମିଳିଛି। ଓଡିଶା ପ୍ରସିଦ୍ଧ ମା’ ଉଗ୍ରତାରା ଦେବୀଙ୍କ ମନ୍ଦିରରୁ ସୁନା ଅଳଙ୍କାର ଚୋରୀ ଘଟଣାରେ ୨ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଏହାସହିତ ମନ୍ଦିରରୁ ଚୋରୀ ହୋଇଥିବା ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏ ନେଇ ଟାଙ୍ଗୀ ଥାନା ପରିସରରେ ଅତିରିକ୍ତ ଏସ୍ ପି କିଶୋର ଚନ୍ଦ୍ର ମୁଣ୍ଡ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି।

ତେବେ ଗିରଫ ଅଭିଯୁକ୍ତ ଦୁହେଁ ନିରାକାର ପୁର ଅଂଚଳର ବାଇଧର ପ୍ରଧାନ (୨୨) ଓ ସୁକାନ୍ତ ପ୍ରଧାନ (୩୩) ବୋଲି ଜଣାପଡିଛି।

ଆଜିର ଏହି ପ୍ରେସ୍ ମିଟ୍ ରେ ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ସହ ଡି ଏସ୍ ପି ମୀନାକ୍ଷୀ ଠାକୁର ଓ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେ୍ରା ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୩୦ ତାରିଖ ରାତିରେ ମନ୍ଦିରରୁ ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ମନ୍ଦିର ଭିତରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାର ଚୋରୀ ହୋଇଥିଲା। ଏହାପରେ ଟାଙ୍ଗୀ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ତେବେ ମାତ୍ର ଦୁଇ ଦିନ ମଧ୍ୟରେ ପୋଲିସ ଏହି ଚୋରୀ ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଏବଂ ସମସ୍ତ ସୁନା ଅଳଙ୍କାର ଜବତ କରିବାରେ ସକ୍ଷମ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୟାଗଡ଼: ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ପରେ ନୟାଗଡ଼ ଟାଉନ ଥାନା ପୋଲିସ ବ୍ରାଉନ ସୁଗାର ଜବତ କରିଛି।

ନୟାଗଡ଼ ଷ୍ଟେସନ ନିକଟ ବେବର୍ତ୍ତାପାଲି ରାସ୍ତା ଠାରୁ ଆରମ୍ଭ କରି ସିନ୍ଦୁରିଆ ପର୍ଯ୍ୟନ୍ତ ରାସ୍ତାରେ ଦିନ ରାତି ୨୪ଘଣ୍ଟା ବ୍ରାଉନ ସୁଗାର ବେପାର ଚାଲିଥିବା ବେଳେ ଆଜି ଅଚାନକ ଟାଉନ ଥାନା ହାବୁଡରେ ପଡିଛନ୍ତି।

ସୁଚନାନୁସାରେ ଷ୍ଟେସନ ଛକ ଠାରେ ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ମାଡି ଆସୁଥୁଲେ। ପୁଲିସ ଅଟକାଇବାରୁ ସେମାନେ ଦ୍ରୁତ ଗତିରେ ପଳେଇବାକୁ ଚେଷ୍ଟା କରୁଥିଲେ। ପୁଲିସର ସନ୍ଦେହ ହେବାରୁ ରତନପୁର ଛକଠାରେ ସେମାନଙ୍କୁ ଅଟକାଇଥିଲେ। ତାଙ୍କ ଠାରୁ ୫.୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ବାଇକ ଜବତ କରିଛି।

ନୟାଗଡ଼ ଟାଉନ ଥାନା ପକ୍ଷରୁ ୧୦୯/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସିନ୍ଦୁରିଆ ଗ୍ରାମର ମଲ୍ଲିକ ସମିମ ଆଖତର ଓ ସୁନୀଲ କୁମାର ପାତ୍ର।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ସୁଶାନ୍ତ ରେଡ଼ି ନିଜ ଦୋକାନ ବନ୍ଦ କରି ଘରକୁ ଗଲା ବେଳେ ହଠାତ୍ ତିନି ଜଣ ଯୁବକ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଶାନ୍ତଙ୍କ ସ୍ତ୍ରୀ ବନିତା ରେଡି ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କର ଅନୁସନ୍ଧାନ ଚଳାଇଥିଲା। ଗତକାଲି ସୁନୀଲ ନାୟକ ଓ ନାରାୟଣ ସେଠୀ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ମୁଖ୍ୟ ଅଭିଯୁକ୍ତ ମଙ୍ଗଳା ସେଠୀ ଘଟଣା ପରଠାରୁ ଫେରାର ଅଛି।

ଘଟଣାରୁ ପ୍ରକାଶ ଯେ ଆହତ ସୁଶାନ୍ତ ସହ ମଙ୍ଗଳା ସହ ପୁର୍ବରୁ ଶତ୍ରୁତା ଥିଲା। ଯ’ଦ୍ଵାରା ମଙ୍ଗଳା ଅନ୍ୟ ଦୁଇ ସାଙ୍ଗକୁ ନେଇ ବାଟରେ ଛକି ଆକ୍ରମଣ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନ୍ଧମାଳରୁ ଚାଲାଣ ହେଉଥିଲା ଗଞ୍ଜେଇ, ନୟାଗଡରୁ ଜବତ କଲା ଏସଟିଏଫ: ଦୁଇ ଗିରଫ

ଭୁବନେଶ୍ଵର: କନ୍ଧମାଳରୁ ନୟାଗଡ଼ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ମାଡି ବସିଛି। ଦୁଇ ଜଣ ଗିରଫ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।  ପୁର୍ବରୁ ଖବର ପାଇ ଇଟାମାଟି ପୋଲିସ ସହାୟତାରେ ଏସଟିଏଫ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ତେବେ ପରିଶେଷରେ ଏକ ନିର୍ଦ୍ଦିଷ୍ଟ ଇନୋଭା କାରକୁ ଠାବ କରି ତାଲାସି ନେଇଥିଲା ଏସଟିଏଫ। ତାଲାସି ବେଳେ ଉକ୍ତ କାରରୁ ୧୦୬ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗିରଫ ଅଭିଯୁକ୍ତ ଦ୍ବୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଯୁଗଳ ନାୟକ (୨୯) ଏବଂ ଫୁଲବାଣୀ ଥାନା ଅଞ୍ଚଳର ରଞ୍ଜିତ ଭୋଇ (୨୪)। ଏ ସଂକ୍ରାନ୍ତରେ ଇଟାମାଟି ଥାନାରେ କେସ ନମ୍ବର ୧୨୯/୨୩ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଜୁରିଆପଡ଼ାରେ ଏସଟିଏଫ ର ଚଢାଉ: ବାଘ ଛାଲ ଜବତ, ଦୁଇ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରିଆପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରି ଏସଟିଏଫ ବାଘ ଛାଲ ଜବତ କରିଛି। ଏଥିରେ ଦୁଇ ଜଣ ବନ୍ୟଜନ୍ତୁ ଶିକାରୀକୁ ଏସଟିଏଫ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଖଜୁରିଆପଡ଼ା ଅଞ୍ଚଳରେ ବେଆଇନ ବାଘ ଛାଲ ଡ଼ିଲ ହେଉଥିବାର ଖବର ପାଇଥିଲା ଏସଟିଏଫ। ବିଳମ୍ବ ନକରି ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ସୁଜିତ ରାଜସ୍ବଦୀପ ଏବଂ ଧନଞ୍ଜୟ ବେହେରାଙ୍କୁ ଏସଟିଏଫ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ବାଘ ଛାଲ ଜବତ ହୋଇଥିବା ବେଳେ କେସ ନମ୍ବର ୮/୨୩ ରେ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଏସଟିଏଫ କୋର୍ଟଚାଲାଣ କରିଛି।

ଅପରପକ୍ଷେ ଜବତ ବାଘ ଛାଲକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।

Categories
ଆଞ୍ଚଳିକ

ବାଣପୁର: ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ୧୦୦ ଲିଟର ଦେଶୀ ମଦ ଜବତ, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଚଢ଼ାଉ କରି ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି। ଖବର ମୁତାବକ ଆଜି ସକାଳେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଦୁଇ ବାଇକ ଚାଳକଙ୍କୁ ମଦ ସମେତ ଗିରଫ କରିଛନ୍ତି।

ଅଭିଯୁକ୍ତ ଦ୍ବୟ ହେଲେ ସୁଶାନ୍ତ ଦାସ (୨୦) ଏବଂ ମନୁ ପ୍ରଧାନ (୪୯)। ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ସମେତ ଦୁଇ ଗୋଟି ବାଇକ ଜବତ କରିଛି ଅବକାରୀ ବିଭାଗ।  ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିମାନ ବନ୍ଦରରେ ୧ କୋଟି ମୂଲ୍ୟରୁ ଅଧିକ ସୁନା ଜବତ: ଦୁଇ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର କଷ୍ଟମ ଏୟାର ଇଣ୍ଟେଲିଜେଣ୍ଟ ୟୁନିଟ୍ ଦିଲ୍ଲୀ ବିମାନବନ୍ଦରରେ ଦୁଇ କିଲୋଗ୍ରାମରୁ ଅଧିକ ଚୋରା ସୁନା ଆଣିଥିବା ଦୁଇ ଜଣଙ୍କୁ ଗିରଫ କରିଛି। ଦୁଇ କିଲୋଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି। ବଜାରରେ ଏହି ସୁନା ମୂଲ୍ୟ ଏକ କୋଟିରୁ ଅଧିକ ବୋଲି କୁହାଯାଉଛି। ଏହି ମାମଲା ମାର୍ଚ୍ଚ ୧୫ ତାରିଖର ଅଟେ।

ଏକ ଗୁପ୍ତ ସୂଚନା ଆଧାରରେ ଏୟାର କଷ୍ଟମ୍ସ ଆଇଜି ବିମାନବନ୍ଦର ଟର୍ମିନାଲ୍ -୩ ରେ ଦୁଇ ଜଣ ଭାରତୀୟ ଯାତ୍ରୀଙ୍କୁ ଅଟକାଇ ଯାତ୍ରୀଙ୍କ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ୨ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଥିଲା। ସେ କହିଛନ୍ତି ଯେ, ଯାତ୍ରୀମାନେ ଦୁବାଇରୁ ଦିଲ୍ଲୀକୁ ବିମାନ ଆସିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ, ୧୩୫ କିଲୋ ଗଞ୍ଜେଇ ସହ କାର୍ ଜବତ୍, ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି କାଳଷଣ୍ଢପୁର ଛକରୁ ୧୩୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏବଂ କାର ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟ ଅବକାରୀ ବିଭାଗ କମିଶନର ଓ ବ୍ରହ୍ମପୁର ଅବକାରୀ ଉପାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ କାଳଷଣ୍ଢପୁର ଛକରେ ସନ୍ଦେହ କରି ଏକ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ କାର୍ ରେ ମହଜୁଦ ୧୩୫ କିଲୋ ଗଞ୍ଜେଇ ଜବତ କରିବା ସହ କାର୍ ରେ ବସିଥିବା ଉକ୍ତ ଦୁଇ ଯୁବକକୁ କାବୁ କରି ଜେରା କରିଥିଲେ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଦୁଇ ଯୁବକ ଶ୍ରୀକାନ୍ତ ପ୍ରଧାନ ଓ ବିଶ୍ଵନାଥ ଦଳେଇ ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଗଞ୍ଜେଇ ଧରି ଆଠଗଡ଼ ଯାଉଥିବା ଜଣାପଡିଥିଲା।

ଏହି ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗଞ୍ଜେଇ ଓ କାର୍ କୁ ଜବତ କରି ଚାଲାଣକାରୀ ଉକ୍ତ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜବତ ଗଞ୍ଜେଇ ଓ କାର୍ ର ମୁଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୋଇନ୍ଦା ବିଭାଗ ଅଧିକାରୀଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ୪୦୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଦ୍ଵାରା ୪୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାସହିତ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କାଯାଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଇନିଷ୍ପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ମହୁରୀ କାଳୁଆ ଛକରେ ଏକ ପିକ୍ଅପ୍ ଗାଡ଼ିକୁ ଅଟକାଇ ଥିଲେ। ଗାଡି ଚାଳକ ଗାଡ଼ି ଛାଡ଼ି ଚାଲିଯିବାକୁ ଉଦ୍ୟମ କରିବା ବେଳେ ଅବକାରୀ ଟିମ୍ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଥିଲେ ଓ ଗାଡି ଯାଞ୍ଚ ବେଳେ ସେଥିରେ ରସୁଣ ବସ୍ତା ମଧ୍ୟରେ ବହୁ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ଗାଡିକୁ ଜବତ କରିଥିଲେ। ଦୁଇ ଚାଲାଣକାରୀ ପାଟପୁର ଅଞ୍ଚଳର ସନ୍ତୋଷ କୁମାର ସାହୁ ଓ ରାଧାକାନ୍ତ ସାହୁକୁ ଅଟକ ରଖି ଅବକାରୀ ବିଭାଗ ଜେରା ଚଳାଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଦୁଇ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ଦିନ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତାପସ ମଣ୍ଡଳ ଏବଂ ନୀଳଦ୍ରୀ ଘୋଷଙ୍କୁ ନିଜାମ ପ୍ୟାଲେସରେ ଥିବା ସିବିଆଇ କାର୍ଯ୍ୟାଳୟରେ ଅନେକ ଘଣ୍ଟା ଜେରା କରାଯାଇଥିଲା ଏବଂ ଶେଷରେ ସନ୍ଧ୍ୟାରେ ସେମାନଙ୍କୁ ଗିରଫ କରାଯାଇଥିଲା। ଉଭୟ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।

ଏହି ଅଧିକାରୀ କହିଛନ୍ତି ଯେ, ରାଜ୍ୟ ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ସହ ମଣ୍ଡଳଙ୍କର ଘନିଷ୍ଠ ସମ୍ପର୍କ ରହିଛି ଏବଂ ମଣ୍ଡଳଙ୍କ ଜେରା ବେଳେ ଘୋଷଙ୍କ ନାମ ସାମ୍ନାକୁ ଆସିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ୮ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଟାଉନ ଥାନା ଅନ୍ତର୍ଗତ ଦୁଇ ଗୋଟି ସ୍ଥାନରେ ଚଢ଼ାଉ କରି ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ସୂଚନା ମୁତାବକ ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ ଏବଂ ସବ ଇନ୍ସପେକ୍ଟର ବି ମନୋଜ କୁମାର ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ଏବଂ ହାବେଳୀ ପଡିଆରେ ଚଢାଉ କରି ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଅଭିଯୁକ୍ତ ଲୋକନାଥ ରାହୁଲ (୧୯) ଏବଂ ରାହୁଲ ନାୟକ (୧୯) ଙ୍କୁ ଗିରଫ କରିଛନ୍ତି। ଉଭୟଙ୍କ ବିରୁଦ୍ଧରେ ଜିଲ୍ଲା ଅବକାରୀ ମୋବାଇଲ ଦୁଇ ଗୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଚୋରି ଅଭିଯୋଗରେ ଦୁଇ ଗିରଫ, ୪୮ଟି ବ୍ୟାଟେରୀ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି,ରାହାଜାନୀ ବଢୁଥିବା ବେଳେ ପୋଲିସର ନିଦ ହଜିଯାଇଛି।ଯାହାଫଳରେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି।ଯାହାକି ଶନିବାର ଦିନ ବାଲୁଗାଁ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ପାରିକଂସାରି ଛକ ନିକଟସ୍ଥ ମୋବାଇଲ ଟାୱାର ଗୃହରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ଚୋରି ହୋଇଥିବା ନେଇ ଅଭିଯୋଗ ହେବାପରେ ଆଜି ବାଲୁଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ସମେତ ଗୋଟିଏ ବାଇକ ଏବଂ ବ୍ୟବହୃତ ଆବଶ୍ୟକୀୟ ସାମଗ୍ରୀ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ବାଲୁଗାଁ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୩୧/୨୦୨୩ ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏଥିସହିତ ଏହା ପଛରେ କେଉଁ ରାକେଟ କାର୍ଯ୍ୟ କରୁଛି ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡ଼ିପିଓ ଓ ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଟାଉନ ଥାନା ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ୍ରି ନିକଟରେ ଚଢ଼ାଉ କରି ୧୮ .୭୦ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ୯୦ ହଜାର ଟଙ୍କା) ଜବତ କରିଥିବା ବେଳେ ଅଭିଯୁକ୍ତ ଡମ୍ବୁରୁ ପଗଡ଼ (୩୧) ଏବଂ ଜଟିଆ ପ୍ରଧାନ (୫୭) ଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନୀୟମ ଅନୁଯାୟୀ କେସ ନମ୍ବର ୭୬ /୨୩ ରେ ମାମଲା ରୁଜୁ କରାଯାଇଛି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ତାରିକ ଅହମଦ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ୪୦ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନ ସୁଗାର କାରବାର ଥମିବାରେ ନାମ ନେଉ ନାହିଁ। ଅସାମାଜିକ ବ୍ୟକ୍ତିମାନେ ବାରମ୍ବାର ପୋଲିସକୁ ଚକମା ଦେଇ ବ୍ରାଉନ ସୁଗାର କାରବାର କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ପୋଲିସ ତାଙ୍କ ଉପରେ କଡା ନଜର ରଖିଛି।

ଆଜି ମଧ୍ୟ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ବଡ ସଫଳତା ମିଳିଛି। ଏହି କାରବାରରେ ଲିପ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବୋଲେରୋ ଗାଡ଼ି ସହ ୪୦୦ ଗ୍ରାମ ବ୍ରାଉନସୁଗାର ଓ ନକଦ ୨୬ ହଜାର ୨୦୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହି ମାମଲାରେ ଖୋର୍ଦ୍ଧାର ସନ୍ଦୀପ ମହାନ୍ତି ଏବଂ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଗଣେଶ୍ୱର ବେହେରା ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି।

ତେବେ ଜବତ ହୋଇଥିବା ବ୍ରାଉନ ସୁଗାର ବିହାରରୁ ଖୋର୍ଦ୍ଧା ଆସୁଥିବାର କୌଣସି ସୂତ୍ରରୁ ଖବରପାଇ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ, ଟାଉନ ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗଡ଼ହଳଦିଆ ନିକଟରେ ଚଢ଼ାଉ କରିଥିଲା। ଯେଉଁଥିରେ ଅଭିଯୁକ୍ତ ଦ୍ୱୟଙ୍କ ନିକଟରୁ ୪୦୦ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନୁଆଁଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଖବର ହସ୍ତଗତ ହୋଇଛି।

ବ୍ରହ୍ମପୁର ପୋଲିସ ଥାନା ଅନ୍ତର୍ଗତ କ. ନୁଆଗାଁ ଚୌଧୁରୀ ଟିକରପଡା ଗ୍ରାମରେ ଘଟିଥିବା ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରିୟା ସାହୁ ହତ୍ୟା ଅଭିଯୋଗରେ ରୁବିତା ନାମକ ଜଣେ ମହିଳା ଓ ପଦ୍ମନ ସାହୁ ନାମକ ଜଣେ ଯୁବକ ସହ ଦୁଇ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଉକ୍ତ ମହିଳା ରୁବିତା ଭୁବନେଶ୍ୱରରେ ରହୁଛନ୍ତି ଓ ବେଳେ ବେଳେ ଗ୍ରାମକୁ ଆସନ୍ତି। ଏହା ମଧ୍ୟରେ ଅଭିଯୁକ୍ତ ଯୁବକ ପଦ୍ମନ ସାହୁ ସହ ଉକ୍ତ ମହିଳାଙ୍କ ଅନୈତିକ ସମ୍ପର୍କ ରହିଥିବା ମୃତ ବିଷ୍ଣୁପ୍ରିୟା ଦେଖିଥିଲା ଓ ସେ କାଳେ ଉକ୍ତ ଖବର ଗ୍ରାମରେ ପ୍ରଘଟ କରିଦେବ ଭାବି ତାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଅଭିଯୁକ୍ତ ଦ୍ବୟ ଯୋଜନା କରିଥିଲେ ଓ ଗତ ୮ ତାରିଖ ଦିନ ରୁବିତା ବିଷ୍ଣୁପ୍ରିୟାକୁ ଘରକୁ ଡ଼ାକି ନେଇ ତକିଆରେ ବିଷ୍ଣୁପ୍ରିୟାର ତଣ୍ଟି ଚିପି ଶ୍ଵାସରୁଦ୍ଧ କରି ହତ୍ୟା କରିବା ପରେ ତାକୁ ତା ପରଦିନ ପଡୋଶୀ ଘରର ପଛପଟ ବାରଣ୍ଡାରେ ପକାଇ ଦେଇଥିଲା ଓ ଭୁବନେଶ୍ବର ଚାଲିଯାଇଥିଲ।

ଗତ ୯ ତାରିଖ ଦିନ ବିଷ୍ଣୁପ୍ରିୟାର ଶବକୁ ଦେଖି ଗାଁ ଲୋକେ ଦେପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରି ଥିଲେ ଓ ପଡ଼ୋଶୀ ମହିଳା ରୁବିତା ଘରୁ ବିଷ୍ଣୁପ୍ରିୟାର ମୁଣ୍ଡ କ୍ଲିପ୍, ଚାଦର ଓ ଭଙ୍ଗା ଚୁଡ଼ି ଇତ୍ୟାଦି ପାଇବା ପରେ ଗଭୀର ତଦନ୍ତ ଚଳାଇ ଘଟଣାର ପର୍ଦ୍ଧାଫାଶ କରିଥିଲେ। ଏଥି ସହିତ ପୋଲିସ ତଦନ୍ତ ବେଳେ ଉକ୍ତ ମହିଳାଙ୍କ ଘରୁ ରକ୍ତଭିଜା ତକିଆ ଓ ଲୁଗା ପାଇଛନ୍ତି।