ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜ ଅଧ୍ୟାପକ ଥାନାରେ ଅଟକ

Published: Jul 23, 2023, 10:53 pm IST

ସୁଧାକର ମିଶ୍ର
ନୟାଗଡ: ଛାତ୍ରୀଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଅଭିଯୋଗରେ ନୟାଗଡ କଲେଜର ଅଧ୍ୟାପକଙ୍କୁ ନୟାଗଡ ଟାଉନ ଥାନା ପୋଲିସ ଗିରଫ କରିଛି। ଅଧ୍ୟାପକ ଜଣକ କଲେଜର ଛାତ୍ରୀଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ରାଜି ନ ହେବାରୁ ଛାତ୍ରୀଙ୍କର କିଛି ଗୁପ୍ତ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହାକୁ ନେଇ ଛାତ୍ରୀଙ୍କ ଅଭିଭାବକ ପକ୍ଷରୁ ନୟାଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହା ପରେ ଟାଉନ ଥାନା ପୋଲିସ ଅଧ୍ୟାପକଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲା। ଛାତ୍ରୀଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରାଯାଇଛି।

ଏନେଇ ନୟାଗଡ ଟାଉନ ଥାନାରେ କେସ ନ୧୨୮/୨୩ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ନୟାଗଡ ଟାଉନ ଥାନା ଆଇଆଇସି ଦିଗବିଜୟ ବିଶ୍ଵାଳ ପ୍ରକାଶ କରିଛନ୍ତି। ଏହିପରି ଶିକ୍ଷକ ଶିକ୍ଷକ ଜାତି ପାଇଁ କଳଙ୍କ ବୋଲି ବୁଦ୍ଧିଜୀବୀ ମହଲ ଓ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

Related posts