Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରସ୍ତାବିତ ସାଇନ୍ସ ସିଟି ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସମୀକ୍ଷା
ଆଜିର ଖବର

ପ୍ରସ୍ତାବିତ ସାଇନ୍ସ ସିଟି ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସମୀକ୍ଷା

November 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରସ୍ତାବିତ ସାଇନ୍ସ ସିଟି ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସମୀକ୍ଷା
ପ୍ରସ୍ତାବିତ ସାଇନ୍ସ ସିଟି ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସମୀକ୍ଷା

ଭୁବନେଶ୍ଵର: ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା ଏବଂ ଶିକ୍ଷା ପାଇଁ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଭୁବନେଶ୍ୱର ଠାରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହା ୧୦୦ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ।

ଉକ୍ତ ସାଇନ୍ସ ସିଟି ନିର୍ମାଣ ଅଗ୍ରଗତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱରର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି। ଭୁବନେଶ୍ୱର ତହସିଲ ଅନ୍ତର୍ଗତ ହରିପୁର ଓ ଭଗବତୀପୁର ମୌଜାର ଦୁଇଟି ସ୍ଥାନକୁ ସ୍ଥାନକୁ ମନ୍ତ୍ରୀ ଶ୍ରୀ ପାତ୍ର ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସବୁ ଦିଗକୁ ବିଚାରକୁ ନେଇ ଏହି ଦୁଇଟି ସ୍ଥାନ ମଧ୍ୟରୁ କୌଣସି ଗୋଟିଏ ସ୍ଥାନରେ ହିଁ ସାଇନ୍ସ ସିଟି ନିର୍ମାଣ କରିବାର ପ୍ରସ୍ତାବ ରହିବ।

ଏହି ଅବସରରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ ଓ ଭୁବନେଶ୍ୱର ତହସିଲଦାର ସମ୍ପୃକ୍ତ ସ୍ଥାନର ନକ୍ସା ଦେଖାଇବା ସହ ଅବସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।

ରାଜ୍ୟରେ ସାଇନ୍ସ ସିଟି ନିର୍ମାଣ ପୂର୍ବରୁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଉଚ୍ଚ ସ୍ତରୀୟ ଦଳ କୋଲକାତା, ଅହମଦାବାଦ ଓ ବିହାରର ପାଟନା ସ୍ଥିତ ସାଇନ୍ସ ସିଟି ପରିଦର୍ଶନ କରି ବିଜ୍ଞାନ କେନ୍ଦ୍ର ଉଚ୍ଚ କତୃପକ୍ଷଙ୍କ ସହ ସବିଶେଷ ଆଲୋଚନା କରି ନିର୍ମାଣଶୈଳୀ ବାବଦରେ ଅବଗତ ହୋଇଛନ୍ତି। ସୂଚନା ଥାଉକି ଭୁବନେଶ୍ୱର ଠାରେ ପ୍ରସ୍ତାବିତ ବିଜ୍ଞାନ ସିଟିରେ ଆଧୁନିକ ପ୍ରଦର୍ଶନୀ, ନୀମଜ୍ଜିତ ଶିକ୍ଷଣ ସ୍ଥାନ ଏବଂ ଗବେଷଣା ସୁବିଧା ସହିତ ଏକ ମତ ବିନିମୟ ଆଧାରିତ କ୍ରିୟାଶୀଳ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାକୁ ଓଡିଶା ସରକାର ପରିକଳ୍ପନା କରିଛନ୍ତି।

ଭୁବନେଶ୍ୱର ସାଇନ୍ସ ସିଟି
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାର ଢାଞ୍ଚାରେ ପରିବର୍ତ୍ତନ

December 9, 2025

ରାଜସୁନାଖଳା ମହୋତ୍ସବ କାଉଁରୀ ଉଦଘାଟିତ

December 9, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ

December 9, 2025

ଆମରଣ ଅନଶନ ରେ ବସି ଥିବା ଆୟୁଷ ଛାତ୍ର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

December 9, 2025
Latest News

ସୁରକ୍ଷା ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାର ଢାଞ୍ଚାରେ ପରିବର୍ତ୍ତନ

December 9, 2025

ରାଜସୁନାଖଳା ମହୋତ୍ସବ କାଉଁରୀ ଉଦଘାଟିତ

December 9, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ

December 9, 2025

ବାମପନ୍ଥୀ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

December 9, 2025

ଆମରଣ ଅନଶନ ରେ ବସି ଥିବା ଆୟୁଷ ଛାତ୍ର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

December 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.