ନୂଆଦିଲ୍ଲୀ: ରାଜସ୍ଥାନର ଅନ୍ତା ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଦଳ ଏକ ବଡ଼ ବିଜୟ ହାସଲ କରିଛି। କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଜୈନ ଭାୟା ପ୍ରାୟ ୧୫ ହଜାର ଭୋଟରେ ବିଜୟୀ ହୋଇଛନ୍ତି।
ନିର୍ବାଚନ ଫଳାଫଳ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଏକ ବଡ଼ ଝଟକା ଦେଇଛି। ଏହି ଆସନ ବସୁନ୍ଧରା ରାଜେଙ୍କ ଗଡ଼ ଭାବେ ବିବେଚନା କରାଯାଉଛି।
ବିଜେପି ପ୍ରାର୍ଥୀ ମୋରପାଲ ସୁମନଙ୍କୁ ବସୁନ୍ଧରା ରାଜେଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି।


