Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ସର୍ଦ୍ଧାର @୧୫୦, ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା
ଆଜିର ଖବର

ଖୋର୍ଦ୍ଧା: ସର୍ଦ୍ଧାର @୧୫୦, ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା

November 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା
ଖୋର୍ଦ୍ଧା: ସର୍ଦ୍ଧାର @୧୫୦, ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୟ ଉତ୍ସବ ସର୍ଦ୍ଧାର @୧୫୦ ଏକତା ପଦଯାତ୍ରା ବି ଯେ ବି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ ଖୋର୍ଦ୍ଧା ଜିଲ୍ଲା ହେଉଛି ସ୍ଵାଧୀନତା ସଂଗ୍ରାମର ଏନ୍ତୁଡ଼ି ଶାଳ, ଖୋର୍ଦ୍ଧାର ସ୍ଵାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ଏବଂ କୃତିବାସ ପାଟ୍ଟଶାଣୀ ଙ୍କ ଅବଦାନ ଖୋର୍ଦ୍ଧା ବୀର ମାଟିର ଲଢ଼ୁଆ ସଂଗ୍ରାମ ସମଗ୍ର ଭାରତ ବର୍ଷକୁ ଯୁଗାନ୍ତକାରୀ ଅବଦାନ ରହିଛି।

ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ,ବନ୍ଦେ ମାତରଂ ସ୍ଲୋଗାନ ର କାଳଜୟୀ କୃତିତ୍ୱ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ ଙ୍କ ୧୫୦ ତମ ପୂର୍ତ୍ତି ମଧ୍ୟ ପାଳନ କରାଯାଇ ଆମ ଦେଶର ସ୍ଵାଧୀନତା ସଂଗ୍ରାମରେ ଯେଉଁ ମହାନିଶୀଙ୍କ ଗାଥା କୁ ସ୍ମରଣ କରି ଏକ ଭାରତ ବିକଶିତ ଭାରତ ନିର୍ମାଣକୁ ସାକାର କରିବା ପାଇଁ ଆମେ ସଂକଳ୍ପବଦ୍ଧ। ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ରାଷ୍ଟ୍ରୀୟ ଏକତା ଓ ସଂହତି ଅଖଣ୍ଡ ଭାରତ ନିର୍ମାଣ ପାଇଁ ଯେଉଁ ତ୍ୟାଗ ଉତ୍ସର୍ଗ କରିଛନ୍ତି ତାହାକୁ ଆମେ ଆପଣେଇଲେ ଆମ ଦେଶ ଏକ ଆତ୍ମ ନିର୍ଭର ଦେଶ ଭାବେ ଗଢି ଉଠିବ ବୋଲି ନିଜ ଅଭିଭାଷଣରେ କହିଥିଲେ।

ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା କହିଲେ ଯେ ଭାରତର ବିଛିନ୍ନ ଭୂଖଣ୍ଡ ଯୋଡ଼ି ଅଖଣ୍ଡ ଭାରତ ନିର୍ମାଣରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଅତୁଳନୀୟ। ସମସ୍ତେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ କୁ ବଜାୟ ରଖିବାକୁ ଆହ୍ଵାନ ଦେଇଥିଲେ। ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଏକ ଭାରତ ଆତ୍ମନିର୍ଭରଶୀଳ ଭାରତ ର ଶପଥ ପାଠ କରାଇଥିଲେ।

ସଭାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା,ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା,ବି ଡି ଓ, ଖୋର୍ଦ୍ଧା ରୁମାନା ଯାଫ୍ରି, ତହସିଲଦାର ବିଭାଶ ପାଣିଗ୍ରାହୀ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା ରିଜ୍ୱାନା କାକ୍ଵାବ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ମଞ୍ଚାଶିନ ଥିବାବେଳେ ବୁଦ୍ଧିଜୀବୀ ନିକୁଞ୍ଜ ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ ଗୀତାଂଶୁ ମୋହନ ଦାଶ ଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜନ ପ୍ରତିନିଧି, ବୁଦ୍ଧିଜୀବୀ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ପରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ବିଭିନ୍ନ ବର୍ଗର ସହସ୍ରାଧିକ ବ୍ୟକ୍ତି ବିଶେଷ ପଦଯାତ୍ରା ରେ ଯୋଗଦାନ କରି ସହର ପରିକ୍ରମା କରି ପୁନଶ୍ଚ ବି ଯେ ବି ସ୍କୁଲରେ ପହଞ୍ଚିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପାଇକ ଆଖଡ଼ା ନୃତ୍ୟ ପରିବେଷଣ କରାଯାଇଥିଲା।  ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ଶ୍ରୀଜଗନ୍ନାଥ ଓ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ନିକଟରେ ପୁଷ୍ପାର୍ଘ୍ୟ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଏକତା ପଦଯାତ୍ରା ଖୋର୍ଦ୍ଧା ସର୍ଦ୍ଧାର @୧୫୦
Share. Facebook Twitter LinkedIn Email WhatsApp Copy Link

Related Posts

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

୧୯୫୪ କୋଟି ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

November 15, 2025

୧୬ ଖେଳାଳିଙ୍କୁ ରଖିଲା CSK: ପଥିରଣା ସମେତ ୯ ଖେଳାଳି ହେଲେ ମୁକ୍ତ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

November 15, 2025
Latest News

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025

୧୯୫୪ କୋଟି ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

November 15, 2025

୧୬ ଖେଳାଳିଙ୍କୁ ରଖିଲା CSK: ପଥିରଣା ସମେତ ୯ ଖେଳାଳି ହେଲେ ମୁକ୍ତ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.