Gold Loan: ଦେଶରେ ସୁନାଋଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ରିପୋର୍ଟ ପ୍ରକାଶ କରିଛି। ସେହି ଅନୁସାରେ ଦେଶରେ ସୁନାଋଣ ପ୍ରଦାନ କ୍ଷେତ୍ରରେ ଅଣ ବ୍ୟାଙ୍କିଂ ଗୁଡିକ ବେଶ ଭଲ କାରବାର କରିଛନ୍ତି। ସୁନା ଋଣ ଉଭୟ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କ ସଂସ୍ଥା ଯୋଗାଇ ଥାଆନ୍ତି। ଗ୍ରାହକମାନେ ସୁନା ବନ୍ଧକ ଦେଇ ଋଣ ନେଇଥାଆନ୍ତି। ହେଲେ ସେମାନେ ଅଣ ବ୍ୟାଙ୍କି ସଂସ୍ଥା ଯେପରିକି ମୁଥଟ୍ ଫାଇନାନ୍ସ କିମ୍ବା ମାନାପୁରମ ପରି ସଂସ୍ଥା ଏ କ୍ଷେତ୍ରରେ ବେଶ ଭଲ କାରବାର କରୁଛନ୍ତି।
ଆରବିଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସୁନା ଋଣ କାରବାର ୧୯ ସେପ୍ଟେମ୍ବର ୨୦୨୫ରେ ୩.୧୬ ଲକ୍ଷ କୋଟି ଟଙ୍କା ଥିଲା। ଏହାର ପୂର୍ବ ବର୍ଷ କାରବାର ହୋଇଥିଲା ମାତ୍ର ୧.୪୭ ଲକ୍ଷ କୋଟି ଟଙ୍କା ଥିଲା। ବିଭିନ୍ନ ଆକଳନ ଅନୁଯାୟୀ, ବ୍ୟାପକ ଆର୍ଥିକ ବ୍ୟବସ୍ଥାରେ ପ୍ରଦାନ କରାଯାଇଥିବା ସମସ୍ତ ସୁନା ଋଣର ପ୍ରାୟ ୫୫ ରୁ ୬୦ ପ୍ରତିଶତ କେବଳ ଏନବିଏଫସି ବା Non-Banking Financial Company କାରବାର କରିଛନ୍ତି।
ଏନବିଏଫସି ମୁଥୁଟ୍ ଫାଇନାନ୍ସ ବା Muthoot Finance ଗୁରୁବାର ଦିନ ଟ୍ରେଡିଂ ବନ୍ଦ ହେବା ପରେ ଏହାର ଫଳାଫଳ ଘୋଷଣା କରିଛି। ଶୁକ୍ରବାର ଷ୍ଟକ୍ ୯.୯% ବୃଦ୍ଧି ପାଇ ୩,୭୨୬.୯ ଟଙ୍କାରେ ପହଞ୍ଚିଛି। ଏହା ୫୨ ସପ୍ତାହର ସର୍ବାଧିକ ୩,୭୫୨.୯ ଟଙ୍କା ଛୁଇଁଛି। ସେହିପରି ମାନାପୁରମ ଫାଇନାନ୍ସ ବା Manappuram Finance ଶୁକ୍ରବାର ଦିନ ୨.୮% ବୃଦ୍ଧି ପାଇ ୨୮୧.୪ ଟଙ୍କାରେ ପହଞ୍ଚିଛି। ଏହା ୧୭ ସେପ୍ଟେମ୍ବର ୨୦୨୫ ରେ ୫୨-ସପ୍ତାହର ସର୍ବୋଚ୍ଚ ୨୯୮ ଟଙ୍କାରେ ପହଞ୍ଚିଥିଲା।
India–EAEU FTA Talks: Commerce Secretary Reviews Progress in Moscow (Click Here to Read)


