Cold Wave in Odisha: ବେଶ କିଛିଦିନ ଧରି ସାରା ରାଜ୍ୟରେ ଲାଗି ରହିଛି ଶୀତର ପ୍ରକୋପ। ଦିନ ବେଳା ମଧ୍ୟ ଏହି ଶୀତରୁ ଛାଡ ପାଇ ନାହିଁ। ରାତିରେଏହା ଆହୁରି ପ୍ରବଳ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଏହିପରି ଶୀତ ଆହୁରି ଦୁଇ ଦିନ ଧରି ଲାଗି ରହିବ। ମଙ୍ଗଳବାର ପରେ ଦିନର ତାପମାତ୍ର ଦୁଇ ରୁ ତିନି ଡିଗ୍ରୀ ବୃଦ୍ଧି ପାଇବ ବୋଲି ଜଣାପଡିଛି।
ତେବେ ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଯେଉଁ ସର୍ବନିମ୍ନ ତାପମାତ୍ର ରହିଛି ତାହା ହେଲା
- ଜି.ଉଦୟଗିରି ୫. ୮ ଡିଗ୍ରୀ
- ଦାରିଙ୍ଗବାଡ଼ି: ୮ ଡିଗ୍ରୀ
- ସେମିଳିଗୁଡ଼ା: ୭.୪ ଡିଗ୍ରୀ
- ଫୁଲବାଣୀ: ୯ ଡିଗ୍ରୀ
- ରାଉରକେଲା: ୧୦.୨ ଡିଗ୍ରୀ
- ଭୁବନେଶ୍ୱର: ୧୩ ଡିଗ୍ରୀ
- କଟକ:୧୩.୪ ଡିଗ୍ରୀ


