Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରବଳ ଶୀତ ହେବା ନେଇ ଜାରୀ ହେଲା ଚେତାବନୀ, ପାଞ୍ଚୋଟି ଜିଲ୍ଲାକୁ ସତର୍କ

ଭୁବନେଶ୍ବର: ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜାରି ହେଲା ଶୀତଲହରୀ ଚେତାବନୀ। ଏହି ଚେତାବନୀ ଜାରୀ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି।

ଆଗାମୀ ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶା ର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି ଏହି ସବୁ ଅଞ୍ଚଳରେ ଆଜି ମଧ୍ୟ ରାତ୍ରି ରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଛି।

ଆଗାମୀ ୩ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ  ପରବର୍ତୀ ସମୟରେ ଏଥିରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିବାରେ ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଥରୁଛି ସାରା ଓଡିଶା, କନ୍ଧମାଳ ତାପମାତ୍ରା ପାଞ୍ଚ ଡିଗ୍ରୀ ତଳେ, ଜାଣନ୍ତୁ ଆଉ କେତେଦିନ ଏମିିତି ହେବ

ଭୁବନେଶ୍ବର: ଗତକିଛି ଦନ ଧରି ସାରା ଓଡିଶାରେ ଶୀତର ପ୍ରକୋପ ଜାରୀ ରହିଛି। କେତେକ ସ୍ଥାନରେ ରାତ୍ରୀର ତାପମାତ୍ରା ପୁରା ହ୍ରାସ ପାଇଛି। ଫଳରେ ସେଠାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି କନ୍ଧମାଳର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ର ପରିଲକ୍ଷିତ ହୋଇଥିଲା। ସେଠାରେ ଗତକାଲି 5.8 ଡିଗ୍ରୀ ରହିଥିଲା। ଗୁରୁବାର ରାତିରେ ଏହି ଅଞ୍ଚଳର ତାପମାତ୍ରା 4 ଡିଗ୍ରୀକୁ ଖସିଆସିଥିଲା।

ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର 10ଟି ସହରର ତାପମାତ୍ର 9 ଡିଗ୍ରୀ ତଳେ ରହିଥିଲା। ତେବେ ଏହି ଥଣ୍ତା ପାଗ ଆହୁରି ଦୁଇ ଦିନ ଧରି ଲାଗି ରହିବ ବୋଲି କୁହାଯାଇଛି। ଏହାପରେ ରାତ୍ରୀର ତାପମାତ୍ରା ପ୍ରାୟ 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗତକାଲି ଓଡିଶାର କେଉଁ ସହରରେ ଅନୁଭୂତ ହୋଇଥିଲା ଅଧିକ ଶୀତ?

ଭୁବନେଶ୍ବର: ଗତି କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ତେବେ ଏହିପରି ପାଗ ଆଉ କିଛିଦିନ ଧରି ଲାଗି ରହିବ ବୋଲି ଜଣାପଡିଛି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ସୂଚନା ଅନୁସାରେ ଗତାକାଲି ରାତିରେ ଜି.ଉଦୟଗିରିରେ ସର୍ବାଧିକ ଶୀତ ଅନୁଭୂତ ହୋଇଥିଲା।

ଗତକାଲି ଜି.ଉଦୟଗିରିରେ ରାତ୍ରି ତାପମାତ୍ରା ୫.୫ ଡ଼ିଗ୍ରୀ ରହିଥିଲା। ରାଜ୍ୟର ଅନ୍ୟାନ୍ୟ ସହରର ଯେଉଁ ତାପମାତ୍ର ଥିଲା ତାହା ହେଲା

ଜି.ଉଦୟଗିରି: ୫.୫°C

ସେମିଳିଗୁଡା: ୬.୧°C

ଫୁଲବାଣୀ: ୭.୫°C

କିରେଇ:୭.୮ °C

କୋରାପୁଟ:୮.୫°C

ଦାରିଙ୍ଗବାଡି:୯.୫°C

ଚିପିଲିମା:୯.୮°C

ଭୁବନେଶ୍ୱର: ୧୨.୪°C

କଟକ: ୧୩.୪°C

Categories
ଆଜିର ଖବର ରାଜ୍ୟ ଖବର

ଶୀତ ଗାୟବ, ବଢିଲା ରାତିର ତାପମାତ୍ରା, ଜାଣନ୍ତୁ କେଉଁ ସହରରେ କେତେ

ଭୁବନେଶ୍ବର: ଗତି କିଛିଦିନ ଧରି ରାତିର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟରୁ ଶୀତ ଗାୟବ ହୋଇଯାଇଛି। ଏହି ତାପମାତ୍ରା ବୃଦ୍ଧି ଏକ ଅସ୍ବାଭାବିକ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଗତକାଲି ରାତିରେ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି।

ବିଭିନ୍ନ ସହରର ତାପମାତ୍ରା ହେଲା

ଟିଟଲାଗଡ: ୨୦°C (+୭.୧°C)

ଫୁଲବାଣୀ:୧୫.୫°C (+୬.୨°C)

ସମ୍ବଲପୁର: ୧୭.୮°C (+୫.୪°C)

ଭବାନୀପାଟଣା:୧୭.୬°C(+୪.୩°C)

ଚାନ୍ଦବାଲି: ୧୮.୨°C(+୩.୬°C)

ପୁରୀ:୨୧.୨°C(+୩.୩°C)

ଭୁବନେଶ୍ୱର:୧୭.୯°C (+୨.୪°C)

କଟକ:୧୭.୫°C(+୨.୯°C)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାରୀ ରହିଛି ଶୀତର ପ୍ରକୋପ, ଗତକାଲି ରାଜ୍ୟର ୬ ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଚାଲିଛି ଶୀତର ଲହରୀ। ଗତି କିଛି ଦିନ ଧରି ରାଜ୍ୟର ତାପମାତ୍ର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାଜ୍ୟର ସହରର ତାପମାତ୍ର ୧୧ ଡିଗ୍ରୀ ତଳେ ରହିଥିଲା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଯେଉଁ ସବୁ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି ସେଗୁଡିକ ହେଲା..

୧-ଶିମିଳିଗୁଡା(କୋରାପୁଟ) : ୭.୯ ଡ଼ିଗ୍ରୀ

୨-ଜି.ଉଦୟଗିରି (କନ୍ଧମାଳ): ୮.୬ ଡ଼ିଗ୍ରୀ

୩-ଦାରିଙ୍ଗବାଡି (କନ୍ଧମାଳ): ୧୧.୫ଡ଼ିଗ୍ରୀ

୪- କୋରାପୁଟ: ୧୦.୫ ଡ଼ିଗ୍ରୀ

୫-ଫୁଲବାଣୀ (କନ୍ଧମାଳ) : ୧୦.୫ ଡ଼ିଗ୍ରୀ 

୬- ଭବାନୀପାଟଣା (କଳାହାଣ୍ଡି): ୧୧.୮ ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଶୀତର ଲହରୀ, ୯ଟି ସ୍ଥାନର ତାପମାତ୍ରା ୧୪ ଡ଼ିଗ୍ରୀ ତଳେ

ଭୁବନେଶ୍ବର: ସାରା ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଅନୁଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଗତକାଲି ରାତିରେ ରାଜ୍ୟର ୯ ସ୍ଥାନର ତାପମାତ୍ରା ୧୪ ଡ଼ିଗ୍ରୀ ତଳେ ରହିଥିଲା। ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା।

ଗତକାଲି ରାତିରେ ବିଭିନ୍ନ ସହରର ତାପମାତ୍ରା ହେଲା

ଶିମିଳିଗୁଡା- ୬.୪ ଡିଗ୍ରୀ ସେଣ୍ଟିଗ୍ରେଡ
ଜି. ଉଦୟଗିରି- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଫୁଲବାଣୀ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଦାରିଙ୍ଗବାଡି- ୧୦.୫ ଡିଗ୍ରୀ ସେଣ୍ଟିଗ୍ରେଡ
ଭବାନୀପାଟଣା- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ
ବୌଦ୍ଧ- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ
ଝାରସୁଗୁଡା- ୧୩.୨ ଡିଗ୍ରୀ ସେଣ୍ଟିଗ୍ରେଡ
କେନ୍ଦୁଝର- ୧୩.୪ ଡିଗ୍ରୀ ସେଣ୍ଟିଗ୍ରେଡ
ଜି.ଉଦୟଗିରି (କନ୍ଧମାଳ)- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଫୁଲବାଣୀ (କନ୍ଧମାଳ)- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଦାରିଙ୍ଗବାଡି(କନ୍ଧମାଳ)- ୧୦.୫  ଡିଗ୍ରୀ ସେଣ୍ଟିଗ୍ରେଡ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।
R
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଖସୁଛି ରାତିର ତାପମାତ୍ରା, ୧୦ ଡ଼ିଗ୍ରୀ ତଳେ ଦୁଇଟି ସହର

ଭୁବନେଶ୍ବର: ବେଶ କିଛିଦିନ ଧରି ରାଜ୍ୟର ରାତିର ତାପମାତ୍ର ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ଜି.ଉଦୟଗିର ଏବଂ ଶିମିଳିଗୁଡା ରେ ୧୦ ଡ଼ିଗ୍ରୀ ତଳେ ପାରଦ ରହିଛି। ଜି.ଉଦୟଗିରି ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୨ଡ଼ିଗ୍ରୀ ରହିଥିଲା।

ସେହିପରି ୨୦ ସ୍ଥାନର ପାରଦ ୧୫ ଡ଼ିଗ୍ରୀ ତଳେ ରହିଥିବାର ଜଣାପଡିଛି। ଆଗାମୀ ୩ ରୁ ୪ ଦିନ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ନାହିଁ ହେଲେ ଥଣ୍ଟା ଅନୁଭୂତ ହେବ। ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ବାୟୁ ପ୍ରବେଶ ଯୋଗୁଁ ଏପରି ହେଉଛି ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସିଲା ଶୀତ, ୨୩ଟି ସହରର ରାତ୍ରି ତାପମାତ୍ରା ୨୦ ଡ଼ିଗ୍ରୀ ତଳେ

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି।ଗତ କିଛି ମାସ ଧରି ରାଜ୍ୟରେ ବର୍ଷା ଆଉ ବାତ୍ୟା ପରେ ଏବେ ଶାନ୍ତ ପଡିବାକୁ ଯାଉଛି ପରିବେଶ। ସେଥିପାଇଁ ରାଜ୍ୟର ରାତିର ତାପମାତ୍ରା ଏବେ ହ୍ରାସ ପାଇବାରେ ଲାଗିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତକାଲି ୨୩ସହରର ରାତ୍ରି ତାପମାତ୍ରା ୨୦ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି। ସେଗୁଡିକ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ରେ ୧୨.୪ ଡ଼ିଗ୍ରୀ ଏବଂ ସିମିଲିଗୁଡା କୋରାପୁଟ ଠାରେ ୧୨.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଦାରିଙ୍ଗବାଡି ୧୩.୫ ଡ଼ିଗ୍ରୀ, କୋରାପୁଟ ୧୪.୫ ଡ଼ିଗ୍ରୀ, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଠାରେ ରାତ୍ରି ତାପମାତ୍ରା ୧୫ଡ଼ିଗ୍ରୀ ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସଂଧ୍ୟାରୁ ରାଜ୍ୟରେ ଶୀତର ପ୍ରକୋପ ବଢିବ, ଥରାଇବ ଦାରିଙ୍ଗିବାଡି

ଭୁବନେଶ୍ବର: ଆଜି ସଂଧ୍ୟାରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ପାଣିପାଗ ବିଜ୍ଞାନୀଙ୍କ ଏହି ଅନୁମାନ କରିଛନ୍ତି। ସେମାନଙ୍କ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଉତ୍ତର ଦିଗରୁ ଥଣ୍ଡା ତଥା ଶୁଷ୍କ ଜଳବାୟୁ ଲଗାତର ପ୍ରବେଶ କରିବାରେ ଲାଗିଛି। ଏହା ଧିରେଧିରେ ଶକ୍ତିଶାଳୀ ହେଉଥିବାରୁ ଆଜି ସଂଧ୍ୟାରୁ ଶୀତ ବଢିବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି।

ରାଜ୍ୟରେ ଗତକାଲିଠାରୁ ଶୀତର ପ୍ରକୋପ ଅଧିକ ଅନୁଭୂତ ହେବାରେ ଲାଗିଛି। ଗତକାଲି ରାଜ୍ୟର 22ଟି ସ୍ଥାନର ତାପମାତ୍ରା 15 ଡିଗ୍ରୀ ତଳେ ରହିଥିଲା। ଓଡିଶାର ସବୁଠାରୁ ଥଣ୍ଡାସ୍ଥାନ ଦାରିଙ୍ଗିବାଡିର ତାପମାତ୍ରା 7 ଡିଗ୍ରୀ ଭିତରେ ରହୁଛି। ପାଣିପାଗ ବିଭାଗ ଅନୁସାରେ ଗତକାଲି ରାଜ୍ୟର ତାପମାତ୍ର 1.5 ଡିଗ୍ରୀରୁ 3 ଡିଗ୍ରୀକୁ ହ୍ରାସ ପାଇଛି। ଶୀତ ସହିତ କେତେକ ସ୍ଥାନରେ ହାଲକା କୁହୁଡି ମଧ୍ୟ ଅନୁଭୂତ ହେବ ବୋଲି ଅନୁମାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବର୍ଷା ଏବଂ ଶୀତର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/01: ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଆସନ୍ତା ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ସମୟରେ ବର୍ଷା ଏବଂ ଶୀତର ମୁକାବିଲା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ତତ୍ପର ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବର୍ଷା ପରେ ଶୀତର ପ୍ରକୋପ ବୃଦ୍ଧି ପାଇବ । ଏହି ସମୟରେ ଅମଳ ହେବାକୁ ଥିବା ଧାନ ଯେପରି କ୍ଷୟକ୍ଷତି ନହୁଏ ସେଥିପ୍ରତି ଧ୍ୟାନ ରଖିବାକୁ ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଧାନମଣ୍ଡିରେ ରହିଥିବା ଧାନର ସୁରକ୍ଷା ଉପରେ ଧ୍ୟାନ ଦେବା ଲାଗି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଗରିବ ଶ୍ରେଣୀର ଲୋକ ଏବଂ ଘରନଥିବା ଲୋକ ଯେପରି ରାତିରେ ଶୋଇବା ପାଇଁ ହଇରାଣ ନ ହେୁଅନ୍ତି ସେଥିପାଇଁ ସ୍କୁଲ ଏବଂ ସର୍ବସାଧାରଣ କୋଠା ଗୁଡିକ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।