ଆଜି ସଂଧ୍ୟାରୁ ରାଜ୍ୟରେ ଶୀତର ପ୍ରକୋପ ବଢିବ, ଥରାଇବ ଦାରିଙ୍ଗିବାଡି

Published: Dec 17, 2021, 11:26 am IST

ଭୁବନେଶ୍ବର: ଆଜି ସଂଧ୍ୟାରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ପାଣିପାଗ ବିଜ୍ଞାନୀଙ୍କ ଏହି ଅନୁମାନ କରିଛନ୍ତି। ସେମାନଙ୍କ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଉତ୍ତର ଦିଗରୁ ଥଣ୍ଡା ତଥା ଶୁଷ୍କ ଜଳବାୟୁ ଲଗାତର ପ୍ରବେଶ କରିବାରେ ଲାଗିଛି। ଏହା ଧିରେଧିରେ ଶକ୍ତିଶାଳୀ ହେଉଥିବାରୁ ଆଜି ସଂଧ୍ୟାରୁ ଶୀତ ବଢିବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି।

ରାଜ୍ୟରେ ଗତକାଲିଠାରୁ ଶୀତର ପ୍ରକୋପ ଅଧିକ ଅନୁଭୂତ ହେବାରେ ଲାଗିଛି। ଗତକାଲି ରାଜ୍ୟର 22ଟି ସ୍ଥାନର ତାପମାତ୍ରା 15 ଡିଗ୍ରୀ ତଳେ ରହିଥିଲା। ଓଡିଶାର ସବୁଠାରୁ ଥଣ୍ଡାସ୍ଥାନ ଦାରିଙ୍ଗିବାଡିର ତାପମାତ୍ରା 7 ଡିଗ୍ରୀ ଭିତରେ ରହୁଛି। ପାଣିପାଗ ବିଭାଗ ଅନୁସାରେ ଗତକାଲି ରାଜ୍ୟର ତାପମାତ୍ର 1.5 ଡିଗ୍ରୀରୁ 3 ଡିଗ୍ରୀକୁ ହ୍ରାସ ପାଇଛି। ଶୀତ ସହିତ କେତେକ ସ୍ଥାନରେ ହାଲକା କୁହୁଡି ମଧ୍ୟ ଅନୁଭୂତ ହେବ ବୋଲି ଅନୁମାନ କରାଯାଇଛି।

Related posts