ମୁମ୍ବାଇ: ରଣବୀର କପୁରଙ୍କ ‘ରାମାୟଣ’ ବକ୍ସ ଅଫିସରେ ଇତିହାସ ରଚିଛି। ଫିଲ୍ମଟି ୟୁକେ-ଆୟାରଲ୍ୟାଣ୍ଡ ବକ୍ସ ଅଫିସରେ ନମ୍ବର ୱାନ୍ ହୋଇଛି। Variety ର ରିପୋର୍ଟ ଅନୁସାରେ, ‘ରାମାୟଣ’ ୨.୮ ମିଲିୟନ୍ ଡଲାର ଆୟ କରିଛି। ଡିଜ୍ନୀର ‘ୱାଇଲ୍ଡ ହର୍ସ ନାଇନ୍’ ୧.୯ ମିଲିୟନ୍ ଡଲାର ସହ ଦ୍ୱିତୀୟ ସ୍ଥାନରେ ରହିଛି। ଜାପାନୀ ଫିଲ୍ମ ‘ଗଡ୍ଜିଲା ମାଇନସ୍ ଜିରୋ’ ୧.୮ ମିଲିୟନ୍ ଡଲାର ସହ ତୃତୀୟ ସ୍ଥାନକୁ ଖସି ଆସିଛି।
ଏହା ପୂର୍ବରୁ ଟପ୍ ରେ ଥିବା ପିରିୟଡ୍ କମେଡି ‘ୱିକର୍’ ଏବେ ୧.୫ ମିଲିୟନ୍ ଡଲାର ସହ ଚତୁର୍ଥ ସ୍ଥାନରେ ଅଛି। ‘ଜର୍ଜ ମାଇକେଲ୍: ଦ ଫେଥ୍ ଟୁର୍’ ୧.୩ ମିଲିୟନ୍ ଡଲାର ସହ ପଞ୍ଚମ ସ୍ଥାନରେ ରହିଛି।
ଟପ୍-୧୦ ରେ ଅନ୍ୟ ଫିଲ୍ମ:
୬ଷ୍ଠ – ‘ପ୍ରାଇମ୍ ଟାଇମ୍’ – ୧.୧ ମିଲିୟନ୍ ଡଲାର
୭ମ – ‘ଘୋଷ୍ଟସ୍: ଦ ପଜେସନ୍ ଅଫ୍ ବଟନ୍ ହାଉସ୍’ – ୯,୯୭,୦୬୪ ଡଲାର
୮ମ – ‘କ୍ଲେଫେସ୍’ – ୯,୧୧,୨୬୧ ଡଲାର
୯ମ – ‘ଆଇ ପ୍ଲେ ରକି’ – ୮,୧୦,୭୮୧ ଡଲାର
୧୦ମ – ‘ରନ୍ ଇଟ୍ ଲାଇଭ୍ ଭ୍ୟୁଇଂ’ – ୭,୯୩,୫୫୯ ଡଲାର
ନିତେଶ ତିୱାରୀଙ୍କ ନିର୍ଦ୍ଦେଶନା ଓ ନମିତ ମଲହୋତ୍ରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ୫ ନଭେମ୍ବରରେ ରିଲିଜ୍ ହୋଇଥିଲା। ଏଥିରେ ରଣବୀର କପୁର, ସାଇ ପଲ୍ଲବୀ, ରବି ଦୁବେ, ଯଶ୍, ଅରୁଣ ଗୋଭିଲ୍ ଭଳି କଳାକାର ଅଛନ୍ତି।
ଫିଲ୍ମକୁ ଦର୍ଶକ ଓ ସମୀକ୍ଷକଙ୍କଠାରୁ ଭଲ ରିଭ୍ୟୁ ମିଳୁଛି।
ସେପଟେ ତାକାସି ୟାମାଜାକିଙ୍କ ନିର୍ଦ୍ଦେଶିତ ସାଇ-ଫାଇ ଫିଲ୍ମ ‘ଗଡ୍ଜିଲା ମାଇନସ୍ ଜିରୋ’ ଜାପାନରେ ୩ ନଭେମ୍ବରରେ ରିଲିଜ୍ ହୋଇଥିଲା। ଏହାର ରନ୍ ଟାଇମ୍ ୨ ଘଣ୍ଟା ୧୫ ମିନିଟ୍।


