Categories
ଆଜିର ଖବର ମନୋରଂଜନ ସିନେମା

କେଜିଏଫ୍‌-2ର ରିଲିଜ୍‌ ତାରିଖ ଘୋଷଣା, ଜାଣନ୍ତୁ କେବେ?

ମୁମ୍ବାଇ : କେଜିଏଫ୍‌ ଏବଂ ୟଶ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । କେଜିଏଫ୍‌-2କୁ ମିଳିଛି ରିଲିଜ୍‌ ତାରିଖ । ଫିଲ୍ମର ପ୍ରଯୋଜକଙ୍କ ପକ୍ଷରୁ ଶୁକ୍ରବାର ଦିନ ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ୟଶ୍‌ଙ୍କ ବନ୍ଧୁକ ଧରିଥିବା ପୋଷ୍ଟର ସହିତ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ପୋଷ୍ଟରରେ ଲେଖାଯାଇଛି ମେ ଆଇ କମ୍‌ ଇନ୍‌ । ଆସନ୍ତା ଅକ୍ଟୋବର 23, 2020ରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । ମୂଳତଃ କନ୍ନଡ ଫିଲ୍ମ ରହିଥିବା କେଜିଏଫ୍‌ ହିନ୍ଦି, ତାମିଲ, ତେଲୁଗୁ ଏବଂ ମାଲାୟଲମ୍‌ରେ ଡବିଂ କରାଯାଇଥିଲା । ହିନ୍ଦିରେ ଫିଲ୍ମଟି ସୁପରହିଟ୍‌ ହୋଇଥିବାରୁ ଦ୍ବିତୀୟ ଭାଗରେ ଖଳନାୟକ ଚରିତ୍ରରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ରବୀନାଙ୍କ ପୋଷ୍ଟରେ କମେଣ୍ଟ କରି ୟଶ୍‌ କହିଲେ, ଚିଜ୍‌ ବଡି ହୈ ମସ୍ତ ମସ୍ତ’

ମୁମ୍ବାଇ : ବଲିଉଡ୍‌ ମସ୍ତ ମସ୍ତ ଗାର୍ଲ ରବୀନା ଟଣ୍ଡନ୍‌ ଅପକମିଙ୍ଗ ଫିଲ୍ମ ‘କେଜିଏଫ୍‌2’କୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି । କେଜିଏଫ୍‌-2ରେ ରବୀନା ଟଣ୍ଡନ୍‌ କନ୍ନଡ ଅଭିନେତା ୟଶ୍‌ଙ୍କ ସହ ନଜର ଆସିବେ । ଫିଲ୍ମରେ ରବୀନା ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ନିକଟରେ ରବୀନା ଟଣ୍ଡନ୍‌ରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ ରବୀନା ଓ ୟଶ୍‌ଙ୍କୁ ଲୁକ୍‌ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ରବୀନା ଲେଖିଛନ୍ତି ଯେ, ଯେବେ କାହାର ନଜର ବି ଜୀବନ ନେଇପାରେ…’ ରକି ଭାଇ ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇସାରିଛି ।’ ରବୀନାଙ୍କ ଏହି ପୋଷ୍ଟରେ କମେଣ୍ଟ ଦେଇ ୟଶ୍‌ ଲେଖିଛନ୍ତି ଯେ, ‘ୟେ ଓ୍ବାରେଣ୍ଟ ଚିଜ୍‌ ବଡି ମସ୍ତ ମସ୍ତ । ରବୀନା ଓ ୟଶ୍‌ଙ୍କ ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ରବୀନାଙ୍କ କେଜିଏଫ୍‌2ରେ ସାମିଲ୍‌କୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି ୟଶ୍‌। ଏହି ଫିଲ୍ମରେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଶାନ୍ତ ନୀଲ୍‌ଙ୍କ ନିର୍ଦ୍ଦେଶିତ କେଜିଏଫ୍‌-2’ ଚଳିତ ବର୍ଷ ଜୁଲାଇରେ ପରଦା ଉପରକୁ ଆସିବ। (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ୟଶ୍‌ଙ୍କ ଜନ୍ମଦିନରେ କେଜିଏଫ୍‌-2ର ପୋଷ୍ଟର ରିଲିଜ୍‌

ବେଙ୍ଗାଲୁରୁ : କନ୍ନଡ ସୁପରଷ୍ଟାର ୟଶ୍‌ଙ୍କ ଜନ୍ମଦିନରେ କେଜିଏଫ୍‌-2ର ନୂତନ ପୋଷ୍ଟର ରିଲିଜ୍‌ ହୋଇଛି । କେଜିଏଫ୍‌-1ର ସଫଳତା ପରେ ଦର୍ଶକ ଦ୍ବତୀୟ ଭାଗକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ବେଳେ ଆଜି ଫିଲ୍ମର ଟିଜର ରିଲିଜ୍‌ ହେବା ନେଇ ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଏଡିଟିଂ କାମ ଶେଷ ନହେବା କାରଣରୁ ୟଶଙ୍କ ପ୍ରଥମ ପୋଷ୍ଟର ରିଲିଜ୍‌ କରାଯାଇଛି । ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍‌ ୟଶ୍‌ଙ୍କ ପୋଷ୍ଟର ସେୟାର କରିଛନ୍ତି । ଜୁଲାଇ 2020ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମ ହିନ୍ଦି, ତାମିଲ, ତେଲୁଗୁ ଏବଂ ମାଲାୟଲମ ଭାଷାରେ ନିର୍ମିତ ହେବାକୁ ଯାଉଛି । ବେଙ୍ଗାଲୁରୁରେ ୟଶ୍‌ଙ୍କ ଜନ୍ମଦିନରେ ଫ୍ୟାନ୍‌ ମାନେ 12 କିଗ୍ରା ଓଜନର ଏକ କେକ୍‌ କାଟୁଛନ୍ତି । (ଏଜେନ୍ସୀ)