Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡ଼କୁଡା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
ଆଜିର ଖବର

ବଡ଼କୁଡା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

November 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ଼କୁଡା ଜଙ୍ଗଲ
ବଡ଼କୁଡା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଧିନସ୍ଥ ବଡକୁଡା ଜଙ୍ଗଲରୁ ଏକ ଦନ୍ତା ହାତୀ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଖବର ପାଇ ରେଢ଼ାଖୋଲ ବନବିଭାଗ ପଦାଧିକାରୀ ଘଟଣା ସ୍ଥଳରେ ପହଂଚିଥିଲେ।

ପ୍ରକାଶ ଯେ, ହାତୀର ମୃତଦେହ ଠାରୁ କିଛି ଦୂରରେ ବିଦ୍ୟୁତ ତାର ପଡିଥିବା ବନ ବିଭାଗ ଦେଖିବାକୁ ପାଇଥିଲା। ବନ ବିଭାଗ ତାର ଗୁଡିକୁ ଜବତ କରିଥିବା ବେଳେ ତଦନ୍ତ ଜାରି କରୁଛି। ହାତୀର ଆନୁମାନିକ ବୟସ ୧୫ବର୍ଷ ହେବ ବୋଲି ସୂଚନା ମିଳିଛି। ଗୋଟିଏ ବର୍ଷରେ ରେଢାଖୋଲ ବନଖଣ୍ଡରେ ୬ ହାତୀର ମ୍ରୁତ୍ୟବରଣ ହୋଇଥିବା ଜଣାଯାଏ।

ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଘୋଷରାମାଳ ସେକ୍ସନର ବୁରୋମାଲ ଜଙ୍ଗଲରେ ଛୁଆ ହାତୀ ସମେତ ୩ଟି, ଚରଡପସି ଗ୍ରାମ ନିକଟରେ ୧ଟି,ଟିକିଲିପଡା ଗ୍ରାମ ଠାରେ ବିଦ୍ୟୁତ ଆଘାତରେ ଗୋଟିଏ ହାତୀର ମୃତ୍ୟୁକୁ ନେଇ ବନ ବିଭାଗର ମୁଣ୍ଡବ୍ୟଥାର କାରଣ ସାଜିଛି। ହାତୀ ମୃତ୍ୟୁ କୁ ନେଇ ବଡ଼ କୁଡା ଗ୍ରାମରେ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଗ୍ରାମବାସୀ ଗଣମାଧ୍ୟମ ଆଗରେ ଅଭିଯୋଗ କରୁଛନ୍ତି ଯେ, ବନ ବିଭାଗର ଅବହେଳା ପାଇଁ ହାତୀର ଜୀବନ ଯାଇଛି, ରେଢାଖୋଲ ବନଖଣ୍ଡରେ ଡିଏଫଓ ଅନୁପସ୍ଥିତି ଥିବାରୁ ସମ୍ବଲପୁର ଡିଏଫଓ ପହଁଞ୍ଚି ତଦନ୍ତ କରିବା ସହ ଯିଏ ହାତୀର ମୃତ୍ୟୁର କାରଣ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପ୍ରକାଶ କରିଛନ୍ତି। ଆସନ୍ତା କାଲି ହାତୀର ମୃତ ଦେହକୁ ବ୍ୟବଛେଦ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି।

କାରଣ ଅସ୍ପଷ୍ଟ ଦନ୍ତା ହାତୀର ମୃତ୍ୟୁ ବଡ଼କୁଡା ଜଙ୍ଗଲ ରେଢାଖୋଲ ବନଖଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

୧୫୦ ଟଙ୍କା ବିୟର ବୋତଲ ଉପରେ କେତେ ଟିକସ ଲାଗୁ ହୁଏ, ଜାଣନ୍ତୁ କାହାର ଅଂଶ କ’ଣ?

December 17, 2025

ରିଲାଏନ୍ସ ପକ୍ଷରୁ ୭୫ ବର୍ଷ ପୁରୁଣା ‘ଏସଆଇଏଲ’ ବ୍ରାଣ୍ଡର ଏକ ନୂତନ ସ୍ୱାଦ ଏବଂ ଶୈଳୀରେ ଶୁଭାରମ୍ଭ

December 17, 2025

ଅହମ୍ମଦାବାଦ ଏବଂ ଗାନ୍ଧୀନଗରର ୮ ରୁ ୧୦ ଟି ସ୍କୁଲକୁ ବୋମା ଧମକ: ତଦନ୍ତ ଜାରୀ

December 17, 2025

ଢାକାରେ ଭାରତୀୟ ହାଇକମିଶନରଙ୍କୁ ଧମକ, ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ 

December 17, 2025
Latest News

୧୫୦ ଟଙ୍କା ବିୟର ବୋତଲ ଉପରେ କେତେ ଟିକସ ଲାଗୁ ହୁଏ, ଜାଣନ୍ତୁ କାହାର ଅଂଶ କ’ଣ?

December 17, 2025

ରିଲାଏନ୍ସ ପକ୍ଷରୁ ୭୫ ବର୍ଷ ପୁରୁଣା ‘ଏସଆଇଏଲ’ ବ୍ରାଣ୍ଡର ଏକ ନୂତନ ସ୍ୱାଦ ଏବଂ ଶୈଳୀରେ ଶୁଭାରମ୍ଭ

December 17, 2025

ଅହମ୍ମଦାବାଦ ଏବଂ ଗାନ୍ଧୀନଗରର ୮ ରୁ ୧୦ ଟି ସ୍କୁଲକୁ ବୋମା ଧମକ: ତଦନ୍ତ ଜାରୀ

December 17, 2025

ଢାକାରେ ଭାରତୀୟ ହାଇକମିଶନରଙ୍କୁ ଧମକ, ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ 

December 17, 2025

ଗୁଜୁରାଟ ସୂତା କଳରେ କାମ କରିବାକୁ ଯାଉଥିବା ସାତ ନାବାଳକଙ୍କୁ ଉଦ୍ଧାର କଲା RPF

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.