ଭୁବନେଶ୍ଵର: ରାଜ୍ୟର କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ପ୍ୟାକେଜ୍ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ଅର୍ଥବର୍ଷ ପାଇଁ ମୋଟ ୪୧ କୋଟି ୧୭ ଲକ୍ଷ ଟଙ୍କା ବିତରଣ କରାଯାଇଛି।
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୃହତ୍ ସହାୟତା ଭାବେ ଆଜି ସୁଦ୍ଧା ୮ ଲକ୍ଷ ୫୯ ହଜାର ୭୨୭ ଜଣ କେନ୍ଦୁପତ୍ର ତୋଳାଳି, ୧୮ ହଜାର ୭୬୮ ଜଣ ବାଇଣ୍ଡର ଓ ୧୬ ହଜାର ୨୩୭ ଜଣ ଋତୁକାଳୀନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଜଙ୍ଗଲ ଓ ପରିବେଶ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନାଗୁଡ଼ିକ ନିର୍ଣ୍ଣାୟକ ଭୂମିକା ନେଇଛି।


