Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭାରେ ଆଗତ ହେଲା ‘ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ’
ଆଜିର ଖବର

ଲୋକସଭାରେ ଆଗତ ହେଲା ‘ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ’

August 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ଲୋକସଭାରେ ଉପସ୍ଥାପନ ହୋଇଛି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍। ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି।ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଗତକାଲି ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟସଭାର ଅନୁମୋଦନ ପରେ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ଓ ଧାରା ୩୭୦ ଧାରାକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବିତ ବିଲ୍‌ ଆଜି ଲୋକସଭାରେ ଆଗତ ହୋଇଛି। ବିରୋଧଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି। ଅମିତ୍ ଶାହା ବିଲ୍‌ ଉପସ୍ଥାପନ କରି ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ବି ଆମର ବୋଲି କହିଛନ୍ତି। ଶ୍ରୀ ଶାହ କହିଛନ୍ତି, “ଜମ୍ମୁ-କଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। ପିଓକେ ମଧ୍ୟ ଏହା ମଧ୍ୟରେ ଆସୁଛି। ଆମେ କଶ୍ମୀର ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। କଶ୍ମୀର ସମସ୍ୟାର ସମାଧାନ ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି । କଂଗ୍ରେସର ମନୀଷ ତିୱାରୀ ଏହାକୁ ବିରୋଧ କରିଛନ୍ତି। ବର୍ତ୍ତମାନ ଏହି ଉପରେ ଲୋକସଭାରେ ବିତର୍କ ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026
Latest News

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.