ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଶୁକ୍ରବାର ପୁରୀର ସଦଭାବନା ଗୃହଠାରେ ଜାତୀୟ ଅଡିଟ୍ ସପ୍ତାହ ପାଳିତ ହୋଇଯାଇଛି। ଓଡ଼ିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ସହଯୋଗରେ ଏବଂ ପ୍ରଧାନ ମହାଲେଖାକାର ବି.ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ବରିଷ୍ଠ ଉପମହାଲେଖାକାର ମନୋଜ ଏକ୍କା, ନିର୍ଦ୍ଦେଶକ ବିଭ୍ରାଂଶୁ ଶେଖର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା, ଡେପୁଟି କଲେକ୍ଟର ଆଦ୍ୟାଶା ରଥ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ସରକାରୀ ପାଣ୍ଠିର ଆର୍ଥିକ ଅନିୟମିତତା ଏବଂ ଏହାର ନିରାକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ।


