Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ସମସ୍ୟା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଡିଜିପି
ଆଜିର ଖବର

ଆଇନ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ସମସ୍ୟା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଡିଜିପି

November 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଜିପି
ଆଇନ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ସମସ୍ୟା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଡିଜିପି
ଭୁବନେଶ୍ଵର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଦୁଇ ଦିନିଆ ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ଗୁଡିକରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ସମସ୍ୟା, ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବାକୁ ଏବଂ ଆଗାମୀ ଦିନରେ ଅପରାଧୀ ତଥା ମାଓବାଦୀଙ୍କ ବିରୋଧରେ ସ୍ଵତନ୍ତ୍ର ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଡିଜିପି ଶ୍ରୀ ଖୁରାନିଆ ଗତକାଲି ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶନିବାର ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇଥିଲେ। ସେଠାରେ  ପେନାମାଳ ସ୍ଥିତ ସିଓବି କ୍ୟାମ୍ପ ଏବଂ  ସିଆରପିଏଫ କ୍ୟାମ୍ପକୁ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଏସଓଜି ଟିମ ଲିଡର, ଡିଭିଏଫ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଏହି ଅବସରରେ ଉପରୋକ୍ତ ସମସ୍ତ ଜିଲ୍ଲାକୁ ନକ୍ସଲ ମୁକ୍ତ ତଥା ଗଞ୍ଜେଇ ମୁକ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ଆହ୍ଵାନ ଦେଇଥିଲେ। ଅତୀତରେ ମାଓବାଦୀ ମୁକାବିଲା କ୍ଷେତ୍ରରେ ଜିଲ୍ଲା ପୋଲିସ ସକ୍ରିୟ ଭୁମିକା ଗ୍ରହଣ କରିଥିଲା। ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ଏତଦବ୍ୟତୀତ ଜିଲ୍ଲାରେ ନକ୍ସଲ ସମସ୍ୟାକୁ ପ୍ରତିହତ କରିବାକୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଚିହ୍ନଟ କରି ସମ୍ପୃକ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ନଷ୍ଟ କରିବା ଉପରେ ଡିଜିପି ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଗସ୍ତରେ ଆସି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉପଖଣ୍ଡରେ ଅପରାଧ ଓ ଅପରାଧୀ ତଥା ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ କାର୍ଯ୍ୟ କରିବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଡିଜିପିଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା,, ଆଇଜି (ଦକ୍ଷିଣାଞ୍ଚଳ) ନୀତି ଶେଖର,  ଆଇଜି (ଅପରେସନ) ଡ଼. ଦୀପକ କୁମାର, ଏସପି (ରାୟଗଡା) ସ୍ଵାଥୀ ଏସ. କୁମାର,ଏସପି (କନ୍ଧମାଳ) ହରିଶ ବି. ସି., ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ସମେତ ବିଏସଏଫ ଓ ସିଆରପିଏଫର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
କନ୍ଧମାଳ ଗଞ୍ଜାମ ବୌଦ୍ଧ ଯୋଗେଶ ବାହାଦୁର ଖୁରାନିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ କଲା ତିନୋଟି ଇରାନୀ ତେଲ ଟ୍ୟାଙ୍କର!

February 17, 2026

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

February 17, 2026

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026
Latest News

ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ କଲା ତିନୋଟି ଇରାନୀ ତେଲ ଟ୍ୟାଙ୍କର!

February 17, 2026

ରୋମାଞ୍ଚକର ସ୍ଥିତିରେ ଟି ୨୦ ବିଶ୍ୱକପ୍‌: ଏହି ପାଞ୍ଚଟି ଦଳ ଉପରେ ଝୁଲୁଛି ଖଣ୍ଡା

February 17, 2026

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

February 17, 2026

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.