ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଂଚାୟତ କେ ନୂଆଁଗଡ଼ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେ ନୂଆଁଗଡ଼ ଗ୍ରାମର ସୁଦାମ ସେଠୀଙ୍କ ଠାରୁ ପ୍ରକାଶ ଯେ, ତାଙ୍କ ଭାଇ ରାଜେଶ ଗତ ୩ ଦିନ ହେଲା ଘରୁ ବାହାରି ଯାଇ ଆଉ ଘରକୁ ଫେରିନଥିଲେ। କିନ୍ତୁ ଗତକାଲି ଅପରାହ୍ନରେ ସୁଦାମଙ୍କ ପରିବାର ଲୋକେ ଖବର ପାଇଥିଲେ ଯେ, ଗ୍ରାମର ସୁନା ଖଳା ଚିରା଼ପର ତୋଟା ନିକଟରେ ଥିବା ବିଲରେ ରାଜେଶ୍ ର ଶବ ପଡ଼ିଛି।
ଖବର ପାଇ ସୁଦାମ ଏବଂ ପରିବାର ସଦସ୍ୟ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ରାଜେଶର ଶବକୁ ଉଦ୍ଧାର କରିଥିଲେ। ରାଜେଶକୁ କୌଣସି ଦୁର୍ବୃତ୍ତ ହତ୍ୟା କରିଥିବାର ସନ୍ଦେହ କରି ଘଟଣାର ତଦନ୍ତ କରିବା ପାଇଁ ସୁଦାମ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।


