ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲୀୟ ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଏବଂ ୮୦ ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ପ୍ରଥମ ଆକ୍ରମଣ ଗାଜା ସହରର ରିମାଲ ଅଞ୍ଚଳରେ ଏକ କାରକୁ ଟାର୍ଗେଟ କରି କରାଯାଇଥିଲା, ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏହାର କିଛି ସମୟ ପରେ, ଇସ୍ରାଏଲୀୟ ବାୟୁସେନା କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେଇର ଅଲ-ବଲହ ଏବଂ ନୁସେରତ ଶିବିରରେ ଦୁଇଟି ଘର ଉପରେ ବିମାନ ଆକ୍ରମଣ କରିଥିଲା, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।
ଏହା ପରେ ପଶ୍ଚିମ ଗାଜା ସହରର ଅନ୍ୟ ଏକ ଘର ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆଉ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଇସ୍ରାଏଲ ଏବଂ ହମାସ ଉଭୟ ପରସ୍ପରକୁ ଛଅ ସପ୍ତାହ ଧରି ଚାଲିଥିବା ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି।


