‘ଅପରେଶନ ସିନ୍ଦୂର–୯ ସଂକଳ୍ପ ବିକଶିତ ଭାରତ ଚାରିଧାମ ଯାତ୍ରା’ର ଅବିରତ ପଦଯାତ୍ରାକାରୀ ହରିଆଣା ପାଣିପତର ଦୀପକ ଶର୍ମା ୬ ମାସରେ ୭,୫୦୦ କି.ମି. ଅତିକ୍ରମ କରି ଏବେ ତୃତୀୟ ଧାମ ପ୍ରତି ଅଗ୍ରସର ହେଉଛନ୍ତି।ଯାତ୍ରା ସମୟରେ ସେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପହଞ୍ଚିଛନ୍ତି। ଏହି ଅବସରରେ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ଅବିନାଶ ପଟ୍ଟନାୟକଙ୍କ ତାଙ୍କୁ ଗଭୀର ସମ୍ମାନର ସହ ସ୍ବାଗତ କରିଥିଲେ।
ଶ୍ରୀ ଶର୍ମା ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରପ୍ରେମ, ଜାତୀୟ ଜାଗୃତି ସହିତ ଅପରେଶନ ସିନ୍ଦୂରର ଅର୍ଥ ଓ ଲକ୍ଷ୍ୟ ବିଷୟରେ ଜାଗୃତି ସୃଷ୍ଟି କରୁଛନ୍ତି। ସେ ସମ୍ପ୍ରତି ବାଣପୁର ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “୯ଟି ସଂକଳ୍ପ – ବିକଶିତ ଭାରତ ୨୦୪୭” ବିଷୟରେ ସ୍ପଷ୍ଟ ଓ ପ୍ରେରଣାଦାୟକ ଭାବରେ ଅବଗତ କରିଛନ୍ତି। ୯ଟି ସଂକଳ୍ପରେ– ଆତ୍ମନିର୍ଭର ଭାରତ, ଉନ୍ନତ ଶିକ୍ଷା, ପ୍ରଯୁକ୍ତି ଆଧାରିତ ଉନ୍ନତି, ନବଯୁଗର କୃଷି, ପରିଷ୍କୃତ ଭାରତ, ସୁରକ୍ଷା ସକ୍ତିକରଣ, ଆର୍ଥିକ ଶକ୍ତିବୃଦ୍ଧି, ଯୁବସଶକ୍ତିକରଣ ଓ ଏକତା–ସମୃଦ୍ଧି ପାଇଁ ଜାତୀୟ ଦୃଷ୍ଟିକୋଣକୁ ସେ ସବୁଠାରେ ପ୍ରଚାର କରୁଛନ୍ତି।ଦୀପକଙ୍କ ଏହି ମହାଯାତ୍ରା ୨୫ ମେ ୨୦୨୫ରେ ଆରମ୍ଭ ହୋଇଥିବାବେଳେ ୨୫ ମେ ୨୦୨୬ ତାରିଖରେ ଶେଷ ଧାମ ବଦ୍ରୀନାଥ ଠାରେ ସମାପ୍ତ ହେବ।
ଏ ପର୍ଯ୍ୟନ୍ତ ସେ ହରିଆଣା, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତମିଲନାଡୁ, ଆନ୍ଧ୍ରପ୍ରଦେଶ ରାଜ୍ୟ ଅତିକ୍ରମ କରି ଏହାକୁ ଏକ ଐତିହାସିକ ଜାତୀୟ ଜାଗରଣ ଯାତ୍ରାରେ ପରିଣତ କରିପାରିଛନ୍ତି।


