Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ପହଞ୍ଚିଲେ ହରିଆଣାର ପଦଯାତ୍ରାକାରୀ ଦୀପକ: ଦେଉଛନ୍ତି ‘ଅପରେଶନ ସିନ୍ଦୂର’ର ବାର୍ତ୍ତା
ଆଜିର ଖବର

ବାଣପୁରରେ ପହଞ୍ଚିଲେ ହରିଆଣାର ପଦଯାତ୍ରାକାରୀ ଦୀପକ: ଦେଉଛନ୍ତି ‘ଅପରେଶନ ସିନ୍ଦୂର’ର ବାର୍ତ୍ତା

November 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ ପହଞ୍ଚିଲେ ହରିଆଣାର ପଦଯାତ୍ରାକାରୀ ଦୀପକ: 'ଅପରେଶନ ସିନ୍ଦୂର' ସମ୍ପର୍କରେ କରୁଛନ୍ତି ପ୍ରଚାର
ବାଣପୁରରେ ପହଞ୍ଚିଲେ ହରିଆଣାର ପଦଯାତ୍ରାକାରୀ ଦୀପକ: 'ଅପରେଶନ ସିନ୍ଦୂର' ସମ୍ପର୍କରେ କରୁଛନ୍ତି ପ୍ରଚାର

ବାଣପୁର: ‘ଅପରେଶନ ସିନ୍ଦୂର–୯ ସଂକଳ୍ପ ବିକଶିତ ଭାରତ ଚାରିଧାମ ଯାତ୍ରା’ର ଅବିରତ ପଦଯାତ୍ରାକାରୀ ହରିଆଣା ପାଣିପତର ଦୀପକ ଶର୍ମା ୬ ମାସରେ ୭,୫୦୦ କି.ମି. ଅତିକ୍ରମ କରି ଏବେ ତୃତୀୟ ଧାମ ପ୍ରତି ଅଗ୍ରସର ହେଉଛନ୍ତି।ଯାତ୍ରା ସମୟରେ ସେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପହଞ୍ଚିଛନ୍ତି। ଏହି ଅବସରରେ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ଅବିନାଶ ପଟ୍ଟନାୟକଙ୍କ ତାଙ୍କୁ ଗଭୀର ସମ୍ମାନର ସହ ସ୍ବାଗତ କରିଥିଲେ।

ଶ୍ରୀ ଶର୍ମା ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରପ୍ରେମ, ଜାତୀୟ ଜାଗୃତି ସହିତ ଅପରେଶନ ସିନ୍ଦୂରର ଅର୍ଥ ଓ ଲକ୍ଷ୍ୟ ବିଷୟରେ ଜାଗୃତି ସୃଷ୍ଟି କରୁଛନ୍ତି। ସେ ସମ୍ପ୍ରତି ବାଣପୁର ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “୯ଟି ସଂକଳ୍ପ – ବିକଶିତ ଭାରତ ୨୦୪୭” ବିଷୟରେ ସ୍ପଷ୍ଟ ଓ ପ୍ରେରଣାଦାୟକ ଭାବରେ ଅବଗତ କରିଛନ୍ତି। ୯ଟି ସଂକଳ୍ପରେ– ଆତ୍ମନିର୍ଭର ଭାରତ, ଉନ୍ନତ ଶିକ୍ଷା, ପ୍ରଯୁକ୍ତି ଆଧାରିତ ଉନ୍ନତି, ନବଯୁଗର କୃଷି, ପରିଷ୍କୃତ ଭାରତ, ସୁରକ୍ଷା ସକ୍ତିକରଣ, ଆର୍ଥିକ ଶକ୍ତିବୃଦ୍ଧି, ଯୁବସଶକ୍ତିକରଣ ଓ ଏକତା–ସମୃଦ୍ଧି ପାଇଁ ଜାତୀୟ ଦୃଷ୍ଟିକୋଣକୁ ସେ ସବୁଠାରେ ପ୍ରଚାର କରୁଛନ୍ତି। ଦୀପକଙ୍କ ଏହି ଯାତ୍ରା ୨୫ ମେ ୨୦୨୫ରେ ଆରମ୍ଭ ହୋଇଥିବାବେଳେ ୨୫ ମେ ୨୦୨୬ ତାରିଖରେ ଶେଷ ଧାମ ବଦ୍ରୀନାଥ ଠାରେ ସମାପ୍ତ ହେବ।

ଏ ପର୍ଯ୍ୟନ୍ତ ସେ ହରିଆଣା, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତମିଲନାଡୁ, ଆନ୍ଧ୍ରପ୍ରଦେଶ ରାଜ୍ୟ ଅତିକ୍ରମ କରି ଏହାକୁ ଏକ ଐତିହାସିକ ଜାତୀୟ ଜାଗରଣ ଯାତ୍ରାରେ ପରିଣତ କରିପାରିଛନ୍ତି।

ଅପରେଶନ ସିନ୍ଦୂର ଚାରିଧାମ ଯାତ୍ରା ଦୀପକ ଶର୍ମା ପାଣିପତ ବିକଶିତ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

August 29, 2026

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ୭ ଆହତ, ୩ ଗୁରୁତର

August 29, 2026

ଶକ୍ତିପୀଠରେ ଗହ୍ମା ପର୍ବ: ମା’ ଭଗବତୀଙ୍କ ‘ଗହ୍ମାଡ଼ିଆଁ’ ନୀତି ନିଆରା ପରମ୍ପରା

August 29, 2026

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026
Latest News

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

August 29, 2026

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ୭ ଆହତ, ୩ ଗୁରୁତର

August 29, 2026

ଶକ୍ତିପୀଠରେ ଗହ୍ମା ପର୍ବ: ମା’ ଭଗବତୀଙ୍କ ‘ଗହ୍ମାଡ଼ିଆଁ’ ନୀତି ନିଆରା ପରମ୍ପରା

August 29, 2026

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.