Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍
ଜାତୀୟ ଖବର

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍

November 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Indian hockey team announced for New Zealand tour: Sanjay to lead, Harmanpreet dropped

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ ୨୦ ଜଣିଆ ଭାରତୀୟ ଟିମ୍ ଘୋଷଣା କରିଛି। ନିୟମିତ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍‌ଙ୍କ ଅନୁପସ୍ଥିତିରେ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ସଞ୍ଜୟ ଟିମ୍‌ର ନେତୃତ୍ୱ ନେବେ। ଭାରତ-ନ୍ୟୁଜିଲାଣ୍ଡ ଖେଳ ସମ୍ପର୍କର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଯୁବ ଖେଳାଳିଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ବଡ଼ ସୁଯୋଗ ମିଳିବ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯, ୨୧ ଓ ୨୨ ତାରିଖରେ ଅକ୍‌ଲାଣ୍ଡର ଲୟଡ୍ ଏଲ୍ସମୋର ଷ୍ଟାଡିୟମ୍‌ରେ ତିନିଟି ମ୍ୟାଚ୍ ଖେଳାଯିବ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଖେଳ ସମ୍ବନ୍ଧର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କରାଯାଉଛି। ୧୯୨୬ରେ ମେଜର ଧ୍ୟାନଚାନ୍ଦ ସଦସ୍ୟ ଥିବା ଭାରତୀୟ ସେନା ଟିମ୍ ନ୍ୟୁଜିଲାଣ୍ଡ ଯାଇଥିଲା। ଏହା କୌଣସି ଖେଳରେ ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପ୍ରଥମ ଟିମ୍ ଥିଲା।
ଟିମ୍‌ରେ ଯୁବ ଅଣ୍ଡର-୧୯ ଖେଳାଳି ଏବଂ ଭାରତ-ଏ’ ର ପ୍ରମୁଖ ଖେଳାଳିଙ୍କୁ ସାମିଲ କରାଯାଇଛି। ମୁଖ୍ୟ କୋଚ୍ କ୍ରେଜ୍ ଫୁଟ୍‌ଟନ୍‌ଙ୍କ ଅନୁସାରେ ଘରୋଇ ପଡ଼ିଆରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଟିମ୍ ସହିତ ତିନିଟି ମ୍ୟାଚ୍ ଖେଳିବା ଫଳରେ ଉଦୀୟମାନ ଖେଳାଳିଙ୍କ କ୍ଷମତା ପରଖିବାର ଉନ୍ନତ ସୁଯୋଗ ମିଳିବ। ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲୀପ ତିର୍କୀ ମଧ୍ୟ ଏହି ଗସ୍ତକୁ ଦୁଇ ଦେଶର ଖେଳ ମିତ୍ରତା ପାଇଁ ସ୍ୱତନ୍ତ୍ର ବୋଲି କହିଛନ୍ତି। ତାଙ୍କ ଅନୁସାରେ ଏଥିରୁ ଯୁବ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ମଞ୍ଚ ମିଳିବ।
ଭାରତୀୟ ଟିମ୍‌: ଗୋଲ୍‌କିପର୍ – ମୋହିତ ଏଚ୍‌ଏସ୍‌, ପବନ; ଡିଫେଣ୍ଡର – ସଞ୍ଜୟ (କ୍ୟାପ୍‌ଟେନ୍‌), ନୀଲମ ସଞ୍ଜୀବ ଖେସ୍‌, ଶାରଦା ନନ୍ଦ ତିୱାରୀ, ତାଲେମ ପ୍ରିୟବ୍ରତୋ, ଅନ୍‌ମୋଲ ଏକ୍କା, ଯଶଦୀପ ସିୱାଚ୍‌; ମିଡ୍‌ଫିଲ୍ଡର – ଅଙ୍ଗଦ ବୀର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ରବିଚନ୍ଦ୍ର ସିଂହ, ବିଷ୍ଣୁକାନ୍ତ ସିଂହ, ରୋଶନ କୁଜୁର, ଭେଙ୍କଟେଶ କଞ୍ଚେ; ଫରୱାର୍ଡ – ଅଜିତ ଯାଦବ, ଉତ୍ତମ ସିଂହ, କାର୍ତ୍ତି ସେଲ୍‌ଭେମ୍‌, ଅର୍ଶଦୀପ ସିଂହ ଓ ଅରାଇଜିତ ସିଂହ ହୁଣ୍ଡଲ।

ନ୍ୟୁଜିଲାଣ୍ଡ ଗସ୍ତ ଭାରତୀୟ ହକି ଟିମ୍ ସଞ୍ଜୟ ହରମନ୍‌ପ୍ରୀତ୍ସିଂ ହ
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ପାସପୋର୍ଟ ପାଇଁ ଶେଖ୍ ହସିନାଙ୍କ ଆବେଦନ: ବାଂଲାଦେଶ ଫେରିବା ସଙ୍କେତ

November 10, 2026

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ରୋଗୀଙ୍କୁ ବଡ଼ ଆଶ୍ୱସ୍ତି : ଶସ୍ତା ହେଲା ୧୩୭ କ୍ୟାନ୍‌ସର ଔଷଧ

November 10, 2026

ଏପଟେ ମୋଦୀ-ଜେଲେନ୍‌ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି

November 10, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍

November 10, 2026

ନୂତନ ପାସପୋର୍ଟ ପାଇଁ ଶେଖ୍ ହସିନାଙ୍କ ଆବେଦନ: ବାଂଲାଦେଶ ଫେରିବା ସଙ୍କେତ

November 10, 2026

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ରୋଗୀଙ୍କୁ ବଡ଼ ଆଶ୍ୱସ୍ତି : ଶସ୍ତା ହେଲା ୧୩୭ କ୍ୟାନ୍‌ସର ଔଷଧ

November 10, 2026

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.