Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଭ, ସେକ୍ସ ଓ ଧୋକ୍କା!: ଛାତ୍ରୀଙ୍କ ଆତ୍ମହତ୍ୟା ନା ହତ୍ୟା?, ପରିବାର ପକ୍ଷରୁ ଗୁରୁତର ଅଭିଯୋଗ
ଆଜିର ଖବର

ଲଭ, ସେକ୍ସ ଓ ଧୋକ୍କା!: ଛାତ୍ରୀଙ୍କ ଆତ୍ମହତ୍ୟା ନା ହତ୍ୟା?, ପରିବାର ପକ୍ଷରୁ ଗୁରୁତର ଅଭିଯୋଗ

November 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା
ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା: ପୁଣି ବାଘମାରୀ ଥାନା ଅଚଂଳରୁ ଆସିଲା ଲଭ, ସେକ୍ସ ଓ ଧୋକ୍କାର ନଗ୍ନ ଚିତ୍ର। ପୁରୁଷ ବନ୍ଧୁ ପାଇଁ ବିଷ ପିଇ ଜୀବନ ହାରିଛନ୍ତି ନା ହତ୍ୟା କରାଯାଇଛି? ଘଟଣା ଏବେ ସନ୍ଦେହ ଘେରକୁ ଆସିଛି। ଡି.ଆଇ.ଇ.ଟିର ଛାତ୍ରୀର ମୃତ୍ୟୁ ଏବେ ସମସ୍ତଙ୍କୁ ଚକିତ କରିବା ସହ ବାଘମାରୀ ଅଚଂଳରେ ଚଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ମୃତ୍ୟୁବରଣ କରିଥିବା ଛାତ୍ରୀ ଜଣକ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଡିଆଇଇଟି (ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କେନ୍ଦ୍ର) ର ପ୍ରଥମ ବର୍ଷର ଛାତ୍ରୀ ଶୁଭଲକ୍ଷ୍ମୀ ଦାସ। ତାଙ୍କର ଘର ବାଙ୍କୀ ଥାନା ପଥୁରୀପଡା ହୋଇଥିବା ବେଳେ ସେ ସୁନାଖଳା ଶିକ୍ଷା ପ୍ରତିଷ୍ଠାନର ହଷ୍ଟେଲରେ ରହି ପାଠ ପଢୁଥିଲେ। ତେବେ ଗତକାଲି ଠାରୁ ସେ ହଷ୍ଟେଲରୁ ପୁରୁଷ ବନ୍ଧୁଙ୍କ ଘରକୁ ଯାଇଥିଲେ। ସେଠାରେ ପୁରୁଷ ବନ୍ଧୁଙ୍କ ମାଆଙ୍କ ନିକଟରେ କିଛି ଯୁକ୍ତିତର୍କ ହେବା ପରେ ଛାତ୍ରୀ ଜଣକ ଏବଂ ତାଙ୍କର ପୁରୁଷ ବନ୍ଧୁ ଉଭୟ ଓଡି୦୫ ବିଡି ୮୭୭୨ ପଲସର ବାଇକରେ ଆସି ବିଭିନ୍ନ ସ୍ଥାନ ବାଇକ ମାଧ୍ୟମରେ ବୁଲାବୁଲି କରିଥିଲେ। ପରେ ଓସ୍ତପୁର ନିକଟରେ ଛାତ୍ରୀ ଜଣକୁ ମୁର୍ମୁଷୁ ଅବସ୍ଥାରେ ପୁରୁଷ ବନ୍ଧୁ ଛାଡି ଚାଲି ଯାଇଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ଜଣାପଡିଛି।

ଛାତ୍ରୀ ଜଣକ ଓସ୍ତପୁର ପାଣିକୋରଡ଼ ରାସ୍ତାରେ ନୂଆ ବଜାର ନିକଟରେ ମୁର୍ମୁଷୁ ଅବସ୍ଥା ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କର ଭିଣେଇଙ୍କୁ ଖବର ଦେଇଥିଲେ। ଖବର ପାଇଁ ବଡ ଭିଣେଇ ଘଟଣା ସ୍ଥାଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ନେବା ବେଳେ ଅଧାବାଟରେ ସିମୋର ଛକରେ ଆମ୍ବୁଲାନ୍ସଟି ଖରାପ ହୋଇଥିଲା। ଯେଉଁଠି ବିଳମ୍ବ ହେବା ସହ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ମେଡିକାଲରେ ପହଞ୍ଚିବା ବେଳକୁ ଛାତ୍ରୀ ଜଣକ ପ୍ରାଣବାୟୁ ଉଡି ଯାଇଥିଲା। ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ଏ ସମ୍ପର୍କ ରେ ଛାତ୍ରୀର ଭିଣୋଇ, ମାଆ ବାଘମାରୀ ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସିଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାରେ ବାଘମାରୀ ପୁଲିସ ନିଜ ମୁଣ୍ଡରୁ ଦୋଷ ଖସାଇ ଏହା ଆମ ଅଚଂଳର ଘଟଣା ନୁହଁ, ଏହା ବାଙ୍କୀ ଅଚଂଳର ବୋଲି ସଫେଇ ଦେଇ ଘଟଣାକୁ ହାଲୁକା ଭାବେ ନେଇ ପରିବାର ଲୋକଙ୍କୁ ଫେରାଇ ଦେଇଛି।ପରିବାର ଲୋକେ ବାଙ୍କି ଥାନାକୁ ଯାଇଛନ୍ତି।

ଗୁରୁତର ଅଭିଯୋଗ ଛାତ୍ରୀଙ୍କ ଆତ୍ମହତ୍ୟା ଡି.ଆଇ.ଇ.ଟିର ଛାତ୍ରୀ ବାଘମାରୀ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026
Latest News

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.