ବାଣପୁର: ଖୋର୍ଧା ବାଣପୁର ପୋଲିସ ଦ୍ୱାରା ଆମ ପୋଲିସ ମିଟିଂ ସହ ସାଇବର ସେଫ୍ଟି ସଚେତନତା କାର୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି ଶୁଭ ମଙ୍ଗଳା କଳ୍ୟାଣ ମଣ୍ଡପ, ବାଣପୁର ରେ ଆୟୋଜିତ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ୧୦୦ରୁ ଅଧିକ ବରିଷ୍ଠ ନାଗରିକ ଉତ୍ସାହିତ ଭାବରେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଖୋର୍ଧା ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଯୋଗ ଦେଇ ସଭାସଦଙ୍କୁ ବିଭିନ୍ନ ପ୍ରକାରର ସାଇବର ଅପରାଧ, ଅନଲାଇନ ଠକେଇ, ଫିଶିଂ, ଫ୍ରଡ କଲ୍ସ ଓ ସାମାଜିକ ଗଣମାଧ୍ୟମ ର ସୁରକ୍ଷିତ ବ୍ୟବହାର ବିଷୟରେ ସଚେତନ କରିଥିଲେ। ସୁରକ୍ଷିତ ଡିଜିଟାଲ ପ୍ରୟୋଗ, ଶଙ୍କାସ୍ପଦ ଲିଙ୍କ, ଅଜଣା କଲ୍ ଓ ମେସେଜ ବାବଦରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରରେ ଏସପି ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର (Senior Citizen ID Card) ମଧ୍ୟ ବଣ୍ଟନ କରିଥିଲେ, ଯାହା ମାଧ୍ୟମରେ ବରିଷ୍ଟ ନାଗରିକ ମାନଙ୍କ ସୁରକ୍ଷା ଓ ପୋଲିସ ସହ ସମ୍ପର୍କ ସୁଦୃଢ ହେବ। ଖୋର୍ଧା ପୋଲିସ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ ଓ ସାଇବର ସଚେତନ ସମାଜ ତିଆରି ପାଇଁ ନିରନ୍ତର ପ୍ରତିବଦ୍ଧ ଅଛି।


