ଭୁବନେଶ୍ବର: ଓଡିଶା ସହିତ ସମେତ ସବୁ ରାଜ୍ୟ ଏନ. ପି. ଏସ(ନ୍ୟାସନାଲ ପେନସନ ସ୍କିମ )କୁ ବିରୋଧ କରି ଗତ ବର୍ଷ ଦିଲ୍ଲୀ ଠାରେ ସବୁ ରାଜ୍ୟର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଯୋଗ ଦେଇ ପୁରୁଣା ପେନସନ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ। ଏଥିସହିତ ଗତ ସାଧାରଣ ନିର୍ବାଚନରେ କର୍ମଚାରୀମାନେ ଭୋଟ ଫର ଓ. ପି. ଏସ ନାରା ଦେବା ସହିତ ଓପିଏସ ନାହିଁତ ଭୋଟ ନାହିଁ ବୋଲି କେମ୍ପେନ୍ କରିଥିଲେ, ଯାହାକି ସାଧାରଣ ନିର୍ବାଚନ ରେ ବହୁମାତ୍ରାରେ ପ୍ରଭାବ ପଡିଥିଲା।
ଆଗାମୀ ବର୍ଷ ମାନଙ୍କରେ କିଛି ରାଜ୍ୟରେ ନିର୍ବାଚନ ଥିବାରୁ ଗତ ୨୪.୦୮.୨୦୨୪ ରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଷ୍ପତି ଅନୁଯାୟୀ ୟୁନିଫାଏଡ ପେନସନ ସ୍କିମ ଲାଗୁକରାଯାଇଥିବା ବେଳେ ଏହାକୁ ବିରୋଧ ଓ ପୁନଃ ସମୀକ୍ଷା କରିବା ନିମନ୍ତେ ଆସନ୍ତା ନଭେମ୍ବର 25 ତାରିଖରେ ଦିଲ୍ଲୀ ଠାରେ ସମସ୍ତ ରାଜ୍ୟର କର୍ମଚାରୀମାନେ ଏକ ମହା ଆନ୍ଦୋଳନ କରୁଛନ୍ତି। ଏଥିରେ ଏନ ଏମ ଓ ପି ଏସ ଓଡିଶା ରାଜ୍ୟ ସଭାପତି ଶ୍ରୀ ବିଜୟ ମଲ୍ଲଙ୍କ ନେତୃତ୍ୱରେ ପ୍ରିୟବ୍ରତ ପ୍ରଧାନ,ଲଳିତ ନାୟକ,ପ୍ରଦୀପ ଜେନା,ଚନ୍ଦ୍ର ଖିଲ,ତାପସ ରଞ୍ଜନ ନାଥ, ହରିଶ ଚନ୍ଦ୍ର ଦାସ, ହୃଷିକେଶ ଦାସ ସହ ଶତାଧିକ କର୍ମଚାରୀ ଓ ଶିକ୍ଷକ ଦିଲ୍ଲୀ ଦିଲ୍ଲୀ ଗ୍ରସ୍ତ କରିଛନ୍ତି।


